Jump to content

ରୁମା ଦେବୀ

ଉଇକିପିଡ଼ିଆ‌ରୁ
ରୁମା ଦେବୀ
ଜନ୍ମ (1988-11-16) ୧୬ ନଭେମ୍ବର ୧୯୮୮ (ବୟସ ୩୫)
ରାୱତସର
ଶିକ୍ଷାଅଷ୍ଟମ ଶ୍ରେଣୀ (ଡ୍ରପଆଉଟ୍)
ବୃତ୍ତିଫ୍ୟାଶନ୍ ଡିଜାଇନର୍
ବୈବାହିକ-ସାଥୀ
ଟିକୁ ରାମ
(m. ୨୦୦୫)
ପୁରସ୍କାରନାରୀ ଶକ୍ତି ପୁରସ୍କାର (୨୦୧୯)
ୱେବସାଇଟwww.rumadevi.com

ରୁମା ଦେବୀ (ଜନ୍ମ ୧୬ ନଭେମ୍ବର ୧୯୮୮), ଜଣେ ଭାରତୀୟ ସାମାଜିକ କର୍ମୀ, ଫ୍ୟାଶନ୍ ଡିଜାଇନର୍ ଏବଂ ବାରମର, ରାଜସ୍ଥାନର ପାରମ୍ପାରିକ ହସ୍ତତନ୍ତ କଳାକାର ଅଟନ୍ତି ।[୧] ରୁମା ଦେବୀ ଭାରତୀୟ ମହିଳାମାନଙ୍କ ପାଇଁ ସର୍ବୋଚ୍ଚ ନାଗରିକ ସମ୍ମାନ “ନାରୀ ଶକ୍ତି ପୁରସ୍କର ୨୦୧୮” ଗ୍ରହଣ କରିଥିଲେ । ସେ ୩୦,୦୦୦ ରୁ ଅଧିକ ଗ୍ରାମୀଣ ମହିଳାଙ୍କ ନେଟୱାର୍କ[୨] ସହିତ ଜଡିତ ହୋଇ ସେମାନଙ୍କୁ ତାଲିମ ଦେବା ସହିତ ସେମାନଙ୍କୁ ଜୀବିକା ସହ ଯୋଡିଥିଲେ ।

ପ୍ରାରମ୍ଭିକ ଏବଂ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରୁମା ଦେବୀ ୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରାଜସ୍ଥାନର ବାରମର ରାୱତସରରେ ବଢ଼ିଥିଲେ । ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ସ୍କୁଲ ଛାଡିଥିଲେ ।[୩] ସେ ପିଲାଦିନେ ଜେଜେମା’ଙ୍କଠାରୁ ଏମ୍ବ୍ରୋଡୋରୀ କାମ ଶିଖିଥିଲେ । ସେ ୧୭ ବର୍ଷ ବୟସରେ ବିବାହ କରିଥିଲେ ଏବଂ ଜନ୍ମର ୪୮ ଘଣ୍ଟା ମଧ୍ୟରେ ପ୍ରଥମ ପୁଅକୁ ହରାଇଥିଲେ ।[୪]

ବୃତ୍ତି[ସମ୍ପାଦନା]

ସେ ରୋଜଗାର ପାଇଁ କିଛି କାମ କରିବା ଆରମ୍ଭ କଲେ । ସେ ନିଜ ଗାଁର ପ୍ରାୟ ୧୦ ଜଣ ମହିଳାଙ୍କୁ ନେଇ ୨୦୦୬ ମସିହାରେରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ । ପ୍ରତ୍ୟେକ ମହିଳାଙ୍କଠାରୁ ୧୦୦ ଟଙ୍କା ଅବଦାନ ନେଇ ସେ ତକିଆ ଏବଂ ବ୍ୟାଗ ତିଆରି କରିବା ପାଇଁ ପୁରୁଣା ସିଲେଇ ମେସିନ୍, କପଡା, ସୂତା ଏବଂ ପ୍ଲାଷ୍ଟିକ୍ ଖୋଳ କିଣିଥିଲେ ।[୫]

ସଫଳତାର ଅନ୍ୱେଷଣ ତାଙ୍କୁ ବାରମେରର[୬] ଗ୍ରାମିଣ ବିକାଶ ଇଭାମ ଚେତନା ସନ୍ଥାନର ଦ୍ୱାରସ୍ଥ କରିଥିଲା ​​ଏବଂ ସେ ୨୦୦୮ ମସିହାରେ ଏଥିରେ ସଦସ୍ୟ ଭାବରେ ଯୋଗ ଦେଇଥିଲେ ଏବଂ ୨୦୧୦ ମସିହାରେ ଅଣ-ସରକାରୀ ସଂଗଠନର ସଭାପତି ହୋଇଥିଲେ ।[୭] ସେ ୨୦୧୦ ମସିହାରେ ଦିଲ୍ଲୀର ରାଫି ମାର୍ଗରେ ନିଜର ପ୍ରଥମ ପ୍ରଦର୍ଶନୀ ଏବଂ ରାଜସ୍ଥାନ ହେରିଟେଜ୍ ସପ୍ତାହ ୨୦୧୬ ମସିହାରେ ନିଜର ପ୍ରଥମ ଫ୍ୟାଶନ୍ ସୋ କରିଥିଲେ ।[୮] ସେ ବର୍ତ୍ତମାନ ଭାରତର ଆଦିବାସୀ କାରିଗର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନାରୀ ଶକ୍ତି ପୁରସ୍କାର (୨୦୧୮) ଭାରତର ରାଷ୍ଟ୍ରପତି ଶ୍ରୀ.ରାମନାଥ କୋବିନ୍ଦଙ୍କ ଦ୍ୱାରା ଉପସ୍ଥାପିତ ।
  • ହାର୍ଭାର୍ଡ ୟୁନିଭରସିଟି, ବୋଷ୍ଟନ୍, ଆମେରିକାର ୧୭ତମ ଭାରତ ସମ୍ମିଳନୀରେ (୧୫-୧୬ ଫେବୃଆରୀ ୨୦୨୦) ପ୍ୟାନେଲିଷ୍ଟ ଭାବରେ ଆମନ୍ତ୍ରିତ ।[୧୦]
  • ମହିଳା ଦିବସର ସ୍ୱତନ୍ତ୍ର ଏପିସୋଡରେ (୧୦ ଜୁଲାଇ ୨୦୨୧) ଭାରତୀୟ ଗୀତ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍'ରେ ଆମନ୍ତ୍ରିତ ।[୧୧][୧୨]
  • '୨୦୧୯ ମସିହାର TFI ଡିଜାଇନର୍' ଟାଇଟଲ ଜିତିଥିଲେ ।[୧୩][୧୪]
  • ଆମ୍ବାସାଡର ଏବଂ ଆଦିବାସୀ ଭାରତର ମୁଖ୍ୟ ଡିଜାଇନର୍ ।[୧୫]
  • ରାଜ୍ୟ ବ୍ରାଣ୍ଡ ଆମ୍ବାସାଡର, ରାଜୀବିକା ।[୧୬][୧୭]
  • ମହାତ୍ମା ଜ୍ୟୋତି ରାଓ ଫୁଲେ ବିଶ୍ୱବିଦ୍ୟାଳୟ, ଜୟପୁର ଦ୍ୱାରା କଳା ଓ ବସ୍ତ୍ର କ୍ଷେତ୍ରରେ ଡକ୍ଟରେଟ୍ ଦ୍ୱାରା ସମ୍ମାନିତ ।
  • ଶ୍ରୀଲଙ୍କାର ସରକାରଙ୍କ ଦ୍ୱାରା ଶିଳ୍ପ ଅଭିମାନି ପୁରସ୍କାର: ହସ୍ତତନ୍ତର ପ୍ରୋତ୍ସାହନ ।
  • ୱିଙ୍ଗ୍ ନେଦରଲ୍ୟାଣ୍ଡରେ ମହିଳାଙ୍କ ଦ୍ୱାରା ସମ୍ମାନ (୨୦୧୬)

ଆଧାର[ସମ୍ପାଦନା]

  1. "Ruma Devi | WEF | Women Economic Forum". WEF (in ଆମେରିକୀୟ ଇଂରାଜୀ). 5 March 2019. Retrieved 2020-02-15.
  2. Raja, Vidya (2022-07-25). "Harvard Invited This School Dropout From Barmer for Empowering 30,000 Women". The Better India (in ଆମେରିକୀୟ ଇଂରାଜୀ). Retrieved 2022-10-10.
  3. "Ruma Devi: From school dropout to changing fortunes of 22,000 women". The Times of India. 2019-02-26. ISSN 0971-8257. Retrieved 2023-07-16.
  4. Roytalukdar, Rakhee (30 August 2019). "Ruma Devi and her motifs of change". @businessline (in ଇଂରାଜୀ). Retrieved 2020-02-15.
  5. Khan, Shoeb (February 26, 2019). "Ruma Devi: From school dropout to changing fortunes of 22,000 women". The Times of India (in ଇଂରାଜୀ). Retrieved 2020-07-15.
  6. "A Stitch in Time | The Social Warriors". India Today (in ଇଂରାଜୀ). Retrieved 2022-10-10.
  7. "Rajasthan: Married off at 17, Ruma Devi is now guardian angel for over 20,000 women". ANI News (in ଇଂରାଜୀ). Retrieved 2020-07-15.
  8. "Ruma Devi and her Barmeri motifs of change". www.thehindubusinessline.com (in ଇଂରାଜୀ). 2019-08-30. Retrieved 2023-07-16.
  9. "ruma devi Hindi News and Today's Trending Topics with ruma devi Latest Photos and Videos". Dainik Bhaskar (in ହିନ୍ଦୀ). Retrieved 2020-07-15.
  10. "February 13, 2020". Office for Student Affairs (in ଆମେରିକୀୟ ଇଂରାଜୀ). 2020-02-12. Retrieved 2020-07-15.
  11. "इंडियन आइडल शो में दिखेगी बाड़मेर की रूमा देवी: लेडीज स्पेशल एपिसोड में होगी गेस्ट, बुधवार को शूट पूरा हुआ, शनिवार को होगा टेलीकास्ट, अनु मलिक बोले: सेट पर आना हमारे लिए गौरव". Dainik Bhaskar. 8 July 2021.
  12. "Indian Idol 12: अरुणिता कांजीलाल को नारी शक्ति पुरस्कार से सम्मानित रूमा देवी ने दिया खास तोहफा". 10 July 2021.
  13. Sheikh, Sajid (2019-07-18). "फैशन के सतरंगी रैंप पर बाड़मेर की रूमा का ब्लैक एंड व्हाइट कलेक्शन छाया, जीता डिजाइनर ऑफ दी ईयर अवाॅर्ड". Dainik Bhaskar (in ହିନ୍ଦୀ). Retrieved 2020-07-15.
  14. "Sustainable fashion forward". The New Indian Express. Retrieved 2020-07-15.
  15. "आदि महोत्सव में छाया बाड़मेर की रूमा देवी का कलेक्शन, ट्राइब्स इंडिया ने बनाया 'गुड विल एंबेसडर'". Zee News Hindi. 2019-11-26. Retrieved 2020-07-15.
  16. Iqbal, Mohammed (2021-12-17). "₹2,400-crore shot in the arm for women's SHGs". The Hindu (in Indian English). ISSN 0971-751X. Retrieved 2024-05-23.
  17. "Ruma Devi Barmer : रूमा देवी बनीं Rajeevika ब्रांड एंबेसडर, अब बदलेंगीं 20 लाख महिलाओं की तकदीर". 14 December 2021.