ରିୟା କପୁର

ଉଇକିପିଡ଼ିଆ‌ରୁ
ରିୟା କପୁର
ଜନ୍ମ (1987-03-05) ୫ ମାର୍ଚ୍ଚ ୧୯୮୭ (ବୟସ ୩୭)
ଶିକ୍ଷାନୁଷ୍ଠାନନ୍ୟୁୟର୍କ ବିଶ୍ୱବିଦ୍ୟାଳୟ
ବୃତ୍ତିଚଳଚ୍ଚିତ୍ର ନିର୍ମାତା
ସକ୍ରିୟ ବର୍ଷ୨୦୧୦ - ବର୍ତ୍ତମାନ
ବୈବାହିକ-ସାଥୀ
କରଣ ବୁଲାନି
(m. ୨୦୨୧)
ପିତାମାତାଅନିଲ କପୁର (ପିତା)
ସମ୍ପର୍କୀୟସୋନମ କପୁର (ଭଉଣୀ)
ହର୍ଷବର୍ଦ୍ଧନ କପୁର (ଭାଇ)

ରିୟା କପୁର (ଜନ୍ମ ୫ ମାର୍ଚ୍ଚ ୧୯୮୭) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି ।[୧][୨] ସେ ତାଙ୍କ ଭଉଣୀ ସୋନମ କପୁରଙ୍କ ସହ ଫ୍ୟାଶନ ଲାଇନ ରେହସନର ମାଲିକ ମଧ୍ୟ ଅଟନ୍ତି ।[୩]

ପ୍ରାରମ୍ଭିକ ଏବଂ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରିୟା କପୁର ଅଭିନେତା ଅନିଲ କପୁର ଏବଂ ତାଙ୍କ ପତ୍ନୀ ସୁନୀତାଙ୍କ ଝିଅ, ଅଭିନେତ୍ରୀ ସୋନମ କପୁର ଏବଂ ହର୍ଷବର୍ଦ୍ଧନ କପୁରଙ୍କ ଭଉଣୀ, ଚଳଚ୍ଚିତ୍ର ନିର୍ମାତା ସୁରିନ୍ଦର କପୁରଙ୍କ ନାତୁଣୀ, ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ତାଙ୍କ ପତ୍ନୀ ସ୍ୱର୍ଗତ ମୋନା ଶୌରୀ କପୁର ଏବଂ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଆରୀ ଅଟନ୍ତି । ତାଙ୍କ ସମ୍ପର୍କୀୟମାନେ ହେଉଛନ୍ତି- ଅଭିନେତା ଅର୍ଜୁନ କପୁର, ଜାନଭୀ କପୁର, ମୋହିତ ମାରୱା ଏବଂ ଅଭିନେତା ରଣଭୀର ସିଂ ।[୪][୫] କପୁର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ "ଡ୍ରାମାଟିକ୍ ସାହିତ୍ୟ"ରେ ସ୍ନାତକ ହାସଲ କରିଥିଲେ ।[୬]

କପୁର ୨୦୨୧ ମସିହାରେ ନିଜର ୧୨ ବର୍ଷର ପୁରୁଣା ସାଥୀ, କରଣ ବୁଲାନିଙ୍କୁ ବିବାହ କରିଥିଲେ ।[୭]

ବୃତ୍ତି[ସମ୍ପାଦନା]

​କପୁର ୨୦୧୦ ମସିହାରେ ରାଜଶ୍ରୀ ଓଝାଙ୍କ ଫିଲ୍ମ ଆୟଶା ସହିତ ଚଳଚ୍ଚିତ୍ର ନିର୍ମାତା ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କ ଭଉଣୀ ସୋନମ ଏବଂ ଅଭୟ ଦେଓଲ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ପରେ ସେ ଶଶଙ୍କା ଘୋଷଙ୍କ ନିର୍ଦ୍ଦେଶିତ ୨୦୧୪ ମସିହା ଚଳଚ୍ଚିତ୍ର ଖୁବ୍ସୁରତ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୨୦୧୭ ମସିହାରେ, ସେ ତାଙ୍କ ଭଉଣୀ ସୋନମ କପୁରଙ୍କ ସହ ରେହସନ ନାମକ ଏକ ଅନଲାଇନ ସଂସ୍ଥା ଆରମ୍ଭ କରିଥିଲେ ।[୮]

କପୁର ବୀରେ ଦି ୱେଡିଂର ପ୍ରଯୋଜନା କରିଛନ୍ତି, ଯାହା ୧ ଜୁନ୍ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା ।[୯]

ଆଧାର[ସମ୍ପାଦନା]

  1. "Rhea Kapoor scouts for locations for next in Tampa Bay". Zeenews.india.com. 3 February 2014. Retrieved 10 March 2014.
  2. "Anil Kapoor unhappy with daughter Rhea's love story". Mumbai Mirror. 29 May 2013. Retrieved 10 March 2014.
  3. "Is 'Rheson' Sonam Kapoor's idea? Sister Rhea Kapoor says yes!". The Indian Express. May 13, 2017.
  4. "My girls have grown up watching Disney movies: Anil". Timesofindia.indiatimes.com. Retrieved 10 March 2014.
  5. "When B-Town parents give their children a career boost - The Times of India". Timesofindia.indiatimes.com. 4 February 2014. Retrieved 10 March 2014.
  6. I could only visualise Sonam as Aisha: Rhea Indian Express
  7. "Met On Set, I Tried To Bully Her: Karan Boolani's "True Story" Of Falling In Love With Rhea Kapoor". NDTV.com. Retrieved 2021-08-30.
  8. Upala KBR (12 December 2013). "The original 'Khoobsurat' actress Rekha told Sonam Kapoor that she was the best choice for the remake". Daily News and Analysis. Retrieved 22 July 2014.
  9. "'Veere Di Wedding' will release on June 1 - Times of India". The Times of India. Retrieved 13 January 2018.