ରିସସିଟେଟିଭ ହିଷ୍ଟେରୋଟୋମି
ରିସସିଟେଟିଭ ହିଷ୍ଟେରୋଟୋମି | |
---|---|
ହସ୍ତକ୍ଷେପ | |
eMedicine | 83059 |
ରିସସିଟେଟିଭ ହିଷ୍ଟେରୋଟୋମି (ଅନ୍ୟ ନାମ perimortem Caesarean section/ PMCS) ଏକ ଅସ୍ତ୍ରୋପଚାର ଯାହା ହୃଦ୍ପାତ ହୋଇଥିବା ଏକ ଗର୍ଭବତୀ ମହିଳାଙ୍କୁ ବଞ୍ଚେଇବା ପାଇଁ କରାଯାଏ ।[୧] ଏହି ପଦ୍ଧତି ପାଇଁ ଗର୍ଭାଶୟର ଆକାର ନାଭି ଉପରକୁ ଥିବା ଆବଶ୍ୟକ । [୨] ଏହି ପଦ୍ଧତିରେ ମହାଧମନୀ/ ଆଓର୍ଟା ଓ ଇନଫିରିଅର ଭେନାକାଭା ଦ୍ୱୟକୁ ସଙ୍କୁଚିତ ହେବାରୁ ରକ୍ଷା କରିବା ପାଇଁ ଗର୍ଭସ୍ଥ ଶିଶୁକୁ ଗର୍ଭାଶୟରୁ ବାହାର କରିଦିଆଯାଏ ।[୩] ଏହା ମାତାର ବଞ୍ଚିବା ସମ୍ଭାବନାକୁ ଉନ୍ନତ କରିଥାଏ ଏବଂ ଏକ ଜୀବନ୍ତ ଶିଶୁକୁ ମଧ୍ୟ ପ୍ରସବ କରିପାରେ | [୩]
ମହିଳାଙ୍କ ହୃତ୍ପିଣ୍ଡ ବନ୍ଦ ହେବାର ୪ ମିନିଟ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବା ଉଚିତ | [୪] ଗର୍ଭାଶୟର ଉପର ଭାଗରୁ ବ୍ୟୁବିକ ଅସ୍ଥି ପର୍ଯ୍ୟନ୍ତ ଚର୍ମରେ ଏକ ଆଲମ୍ବ ଇନସିସନ ଦିଆଯାଏ ।[୪] କ୍ଷେତ୍ରକୁ ଖୋଲା ରଖିବା ପାଇଁ ରିଟ୍ରାକ୍ଟରଗୁଡିକ ବ୍ୟବହୃତ ହୁଏ ଏବଂ ମୂତ୍ରାଶୟକୁ ତଳକୁ ଠେଲି ଦିଆଯାଏ | [୪] ଗର୍ଭାଶୟର ତଳ ଅଂଶରେ ଏକ ଛୋଟ ଆଲମ୍ବ କଟା ହୋଇଥାଏ ଏବଂ ଏହାକୁ ଉପରକୁ ପ୍ରସାରିତ କରିବା ପାଇଁ ଦାଢ଼ହୀନ କଇଁଚି ବ୍ୟବହାର କରାଯାଏ | [୪] ଏହା ପରେ ଶିଶୁଟିକୁ ବାହାରକୁ ଅଣାଯାଏ ଓ ତାହାର ବାୟୁପଥକୁ ସକସନ କରି ପରିଷ୍କାର କରାଯାଏ ଏବଂ ନାହିକୁ କ୍ଲାମ୍ପ କରିଦିଆଯାଏ । [୪]
ଶିଶୁର ବଞ୍ଚିବାର ସମ୍ଭାବନା ୭୦% ପର୍ଯ୍ୟନ୍ତ ଥାଏ | [୫] ଏହି ପଦ୍ଧତି କ୍ୱଚିତ୍ କରାଯାଇଥାଏ କାରଣ ୩୦,୦୦୦ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ପ୍ରାୟ ଜଣେ ମାତ୍ର ହୃଦ୍ପାତରେ ଆକ୍ରାନ୍ତ ହୋଇଥାଏ | [୬] ଏହା ପ୍ରସୂତି ବିଶେଷଜ୍ଞ, ଜରୁରୀକାଳୀନ ଚିକିତ୍ସକ ବା ସର୍ଜନଙ୍କଦ୍ୱାରା କରାଯାଏ । [୭] [୮] ଏକ ହଜାର ବର୍ଷ ଧରି ଏହି ପଦ୍ଧତିକୁ ବର୍ଣ୍ଣନା କରାଯାଇଥିବାବେଳେ, ୧୮୦୦ ଶତକର ଶେଷ ଭାଗରେ ଶିଶୁମାନେ ବଞ୍ଚିବା ରେକର୍ଡ଼ ଏବଂ ୧୯୦୦ ଶତକ ଶେଷ ଭାଗରେ ମା ବଞ୍ଚିବା ସଂଖ୍ୟାର ରେକର୍ଡ଼ ରଖିବା ଆରମ୍ଭ ହୋଇଥିଲା | [୯]
ଆଧାର
[ସମ୍ପାଦନା]- ↑ Rose CH, Faksh A, Traynor KD, Cabrera D, Arendt KW, Brost BC (Nov 2015). "Challenging the 4- to 5-minute rule: from perimortem cesarean to resuscitative hysterotomy". American Journal of Obstetrics and Gynecology. Elsevier (published 2015-07-26). 213 (5): 653–6, 653.e1. doi:10.1016/j.ajog.2015.07.019. PMID 26212180.
- ↑ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. pp. 1207–1210. ISBN 9780323547949.
- ↑ ୩.୦ ୩.୧ Rose CH, Faksh A, Traynor KD, Cabrera D, Arendt KW, Brost BC (Nov 2015). "Challenging the 4- to 5-minute rule: from perimortem cesarean to resuscitative hysterotomy". American Journal of Obstetrics and Gynecology. Elsevier (published 2015-07-26). 213 (5): 653–6, 653.e1. doi:10.1016/j.ajog.2015.07.019. PMID 26212180.
- ↑ ୪.୦ ୪.୧ ୪.୨ ୪.୩ ୪.୪ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. pp. 1207–1210. ISBN 9780323547949.
- ↑ Alexander, AM; Sheraton, M; Lobrano, S (January 2021). "Perimortem Cesarean Delivery". PMID 30480973.
{{cite journal}}
: Cite journal requires|journal=
(help) - ↑ Krywko, DM; Sheraton, M; Presley, B (January 2021). "Perimortem Cesarean". PMID 29083739.
{{cite journal}}
: Cite journal requires|journal=
(help) - ↑ Parry R, Asmussen T, Smith JE (Mar 2015). "Perimortem caesarean section". Emergency Medicine Journal. BMJ Group (published 2015-02-24). 33 (3): 224–229. doi:10.1136/emermed-2014-204466. PMID 25714106.
- ↑ Jeejeebhoy FM, Zelop CM, Lipman S, Carvalho B, Joglar J, Mhyre JM, Katz VL, Lapinsky SE, Einav S, Warnes CA, Page RL, Griffin RE, Jain A, Dainty KN, Arafeh J, Windrim R, Koren G, Callaway CW (Nov 2015). "Cardiac Arrest in Pregnancy: A Scientific Statement From the American Heart Association". Circulation. Dallas, Texas: American Heart Association. 132 (18): 1747–73. doi:10.1161/CIR.0000000000000300. PMID 26443610.
- ↑ "Perimortem Cesarean Delivery: Overview, Technique, Preparation". Medscape. 27 August 2020. Retrieved 20 March 2021.