ରାଷ୍ଟ୍ରୀୟ ସୁରକ୍ଷା ଦିବସ

ଉଇକିପିଡ଼ିଆ‌ରୁ


ରାଷ୍ଟ୍ରୀୟ ସୁରକ୍ଷା ଦିବସ ପ୍ରତିବର୍ଷ ୦୪ ମାର୍ଚ୍ଚରେ ଭାରତରେ ପାଳିତ ହୁଏ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ବାହିନୀରେ କାର୍ଯ୍ୟ କରୁଥିବା ସୈନ୍ୟମାନଙ୍କୁ ପ୍ରଶଂସା କରିବା ଏବଂ ସେମାନଙ୍କ ମନୋବଳ ବୃଦ୍ଧି କରିବା ଯାହା ଫଳରେ ସମସ୍ତ ଭାରତୀୟ ନାଗରିକ ନିଜକୁ ସୁରକ୍ଷିତ ମଣି ଶାନ୍ତିରେ ବସବାସ କରିପାରିବେ ।[୧]

ଏହି ଦିନଟି ମୁଖ୍ୟତଃ ସମସ୍ତ ସୁରକ୍ଷା ବଳ ଯଥା ଗାର୍ଡ, ସେନା ଅଧିକାରୀ, ପୋଲିସ, ପାରା-ମିଲିଟାରି ବାହିନୀ, ତଥା ସେନା କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସମର୍ପିତ । କାରଣ ସେମାନେ ଦେଶର ସୁରକ୍ଷା ଦାୟୀତ୍ୱରେ ରହି ନିଜ ଜୀବନକୁ ବାଜି ଲଗାଇଥାନ୍ତି । ଭାରତର ସାମରିକ ଶକ୍ତି ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି କାରଣ ଏଥିରେ ୧.୩ ନିୟୁତରୁ ଅଧିକ କର୍ମଚାରୀଙ୍କ ସକ୍ରିୟ ଅଛନ୍ତି ।

ଇତିହାସ[ସମ୍ପାଦନା]

ଭାରତର ଜାତୀୟ ସୁରକ୍ଷା ପରିଷଦ (NSC) ଏକ ସର୍ବୋଚ୍ଚ ଏଜେନ୍ସି ଭାବରେ ଜଣାଶୁଣା ଯାହା ଦେଶର ଅର୍ଥନୈତିକ, ରାଜନୈତିକ ରଣନୀତି ଏବଂ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥାଏ । ୧୯ ନଭେମ୍ବର ୧୯୯୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଦ୍ୱାରା ଭାରତର ଜାତୀୟ ସୁରକ୍ଷା ପରିଷଦ (NSC) ପ୍ରତିଷ୍ଠା କରାଯାଇଥିଲା । ଅଧୁନା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଉଛନ୍ତି ଅଜିତ କୁମାର ଡୋଭାଲ । ଜାତୀୟ ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗରେ ସେ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥାନ୍ତି ।

ଆଧାର[ସମ୍ପାଦନା]

  1. DelhiMarch 4, India Today Web Desk New. "National Security Day: Interesting facts you should know". India Today (in ଇଂରାଜୀ). Retrieved 12 February 2022.{{cite web}}: CS1 maint: numeric names: authors list (link)

ବାହାର ଆଧାର[ସମ୍ପାଦନା]