ରାମ ଆୱାନା

ଉଇକିପିଡ଼ିଆ‌ରୁ
ରାମ ଆୱାନା
Ram Awana
୨୦୧୫ ମସିହାରେ ଜୀ ରିସ୍ତେ ଆୱାର୍ଡ଼ସ୍‌ରେ ରାମ
ଜନ୍ମ (1971-03-01) ୧ ମାର୍ଚ୍ଚ ୧୯୭୧ (ବୟସ ୫୩)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୧-ଏବେଯାଏଁ

ରାମ ଆୱାନା (ଜନ୍ମ: ୧ ମାର୍ଚ୍ଚ ୧୯୭୧) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧] ସେ ଦ୍ୱାରକାଧୀଶର - ଭଗବାନ୍ ଶ୍ରୀକୃଷ୍ଣ ଧାରାବାହିକରେ ରାଜା ପୌଣ୍ଡ୍ରକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣ । ଏହା ବ୍ୟତୀତ ସେ ଜୟ ଶ୍ରୀ କୃଷ୍ଣରେ ଚାଣୁର,[୨] ଡିଡିର ଧାରାବାହିକ ଶିକୱାରେ ଫାରୁକ୍, ଶ୍ରୀ ପ୍ରାଣନାଥଜୀରେ ଛତ୍ରସାଲ ଭୂମିକା ପାଇଁ ମଧ୍ୟ ପରିଚିତ ।[୩] ସେ ଇଟିସ୍ କମ୍ପ୍ଲିକେଟେଡ୍: ରିଲେସନସିପ୍ କା ନୟା ଷ୍ଟାଟସ୍,[୪] ସରୋଜୀନି - ଏକ୍ ନୟି ପେହଲା, କ୍ରାଇମ୍ ପେଟ୍ରୋଲ୍, ବାଳିକା ବଧୂ,[୫] ଗୁଟୁର ଗୁ,[୬] ଅଦାଲତ,[୭] ସିଆଇଡି,[୮] ଦୁର୍ଗା[୯] ଭଳି ଧାରାବାହିକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ରାମ ୨୦୦ରୁ ଅଧିକ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ ୨୦୧୪ରେ ମାର୍କସ୍ ଏଚ୍. ରୋସେନମୁଲରଙ୍କ ଏକ ଜର୍ମାନ ଫିଚର ଚଳଚ୍ଚିତ୍ର ବେଷ୍ଟ ଚାନ୍ସରେ ଅଭିନୟ କରିଥିଲେ । ଦଙ୍ଗଲ ଟିଭିରେ ପ୍ରସାରିତ ପୌରାଣିକ ଧାରାବାହିକ ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ସିଜିନ୍ ୨ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. "'पहले से ज्यादा एक्टिव होगा ग्रामीण विकास मंच' – Navbharat Times". 16 August 2012.
  2. Team, Tellychakkar. "Ram Awana to play King Chhatrasal in Moti Sagar's Shri Prannathji".
  3. Team, Tellychakkar. "Ram Awana to enter Dwarkadheesh".
  4. Team, Tellychakkar. "Ram Awana to play the role of Rocky's uncle in Channel V's It's Complicated".
  5. "Dance Deewane Show Auditions / Entry Form 2018". voot.com.
  6. Team, Tellychakkar. "Ram Awana to play a dacoit in Gutur Gu".
  7. Team, Tellychakkar. "Mugdha Shah and Ram Awana to enter Adaalat".
  8. Team, Tellychakkar. "Ram Awana to feature in Republic Day special episode of CID".
  9. Team, Tellychakkar. "Ram Awana to enter Durga as Jwarasur".
  10. Team, Author: Editorial (2019-03-20). "Ram Awana and Abhinav Singh in Dwarkadheesh 2". IWMBuzz (in ଆମେରିକୀୟ ଇଂରାଜୀ). Retrieved 2019-03-20. {{cite web}}: |first= has generic name (help)

ବାହାର ଲିଙ୍କ୍[ସମ୍ପାଦନା]