ରାମେଶ୍ୱର ପାଠକ

ଉଇକିପିଡ଼ିଆ‌ରୁ
ରାମେଶ୍ୱର ପାଠକ
ଜନ୍ମ(1938-03-01)୧ ମାର୍ଚ୍ଚ ୧୯୩୮
Bhella, Undivided Kamrup district (now Barpeta district), Assam, India
ମୃତ୍ୟୁ୩ ଡିସେମ୍ବର ୨୦୧୦(2010-12-03) (ବୟସ ୭୨)
Guwahati, Assam, India
ଶୈଳୀKamrupi Lokgeet
ପେଷାTeacher
Singer
ବାଦ୍ୟଯନ୍ତ୍ରVocals
କାର୍ଯ୍ୟକାଳ1965-2010

ରାମେଶ୍ୱର ପାଠକ (୧ ମାର୍ଚ୍ଚ ୧୯୩୮ – ୩ ଡିସେମ୍ବର ୨୦୧୦) ଭାରତର ଥିବା ଆସାମରେ ଥିବା କାମରୂପ ସ୍ଥାନର ଜଣେ ପ୍ରଶଂସିତ କାମରୂପି ଲୋକଗୀତ (Kamrupi Lokgeet) ଗାୟକ ଥିଲେ ।[୧] ଅଧିକନ୍ତୁ ଗୁୱାହାଟିର ଆର୍ଯ୍ୟ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ଓ ମଲ୍ଟିପରପସ ବିଦ୍ୟାଳୟରେ ସେ ଜଣେ ଶିକ୍ଷକ ଭାବରେ ୧୯୬୩ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ କାମ କରିଥିଲେ ।[୨]

ପ୍ରାକ୍ ଜୀବନ[ସମ୍ପାଦନା]

ବାରପେଟା ଜିଲ୍ଲାର ଭେଲ୍ଲାରେ ଥିବା ନାଗାଓଁ ଗ୍ରାମରେ ଜନ୍ମ ଗ୍ରହଣ କରି ପାଠକ ୧୯୫୮ ମସିହାର ମାଟ୍ରିକ ପାସ କରିଥିଲେ ଓ ଏମସି କଲେଜକୁ ଉଚ୍ଚ ଶିକ୍ଷା ନିମନ୍ତେ ଯାଇ ସେଠାରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ସଙ୍ଗୀତ ଶିକ୍ଷାରେ ମନୋନିବେଶ କଲେ । ସେଠାରେ ସେ ଅନେକ ବଇଠକି ଉତ୍ସବରେ ଯୋଗଦାନ କରିଥିଲେ ଯେଉଁଠାରେ ବିବାହ ପୂର୍ବରୁ ଏକ ପାରମ୍ପରିକ ଉତ୍ସବ ପାଳନ କରାଯାଏ । ସେଠାରେ ସେ କଳାକାର ଦୟାଲ ଚନ୍ଦ୍ର ସୁତ୍ରଧରଙ୍କଠାରୁ ବୋରଗୀତ ଶିକ୍ଷା କରିଥିଲେ ।

୧୯୬୧ ମସିହାରେ ଗୁୱାହାଟିରେ ଏକ ଏକ ଆନ୍ତ-କଲେଜ ଯୁବ ଉତ୍ସବ ପାଳନ କରାଯାଉଥିଲା ଓ ସେହି ଉତ୍ସବରେ ଏମସି କଲେଜ ପ୍ରଥମ ଥର ନିମନ୍ତେ ଭାଗ ନେଇଥିଲେ । ସେହି ଉତ୍ସବରେ ବୋରଗୀତ, ଭଜନ ଓ ଗଜଲ ଶ୍ରେଣୀରେ ପାଠାକ ଶିର୍ଷ ସ୍ଥାନ ଅଧିକାର କରି ବ‌ହୁତ ପ୍ରେରଣା ଲାଭ କରିଥିଲେ । ବିଏ ପରୀକ୍ଷା ଦେବା ପରେ ପରେ ତୁରନ୍ତ ଇନିସପେକ୍ଟର ପଦବୀରେ ଯୋଗଦାନ କରିବାକୁ ଆସାମ ପୋଲିସଠାରୁ ଏକ ଡାକରା ପାଇଥିଲେ । ତାଙ୍କ ବନ୍ଧୁ ଲୋହିତ ଚୌଧୁରୀ ସେହି ଡାକ ଚିଠିଟିକୁ ଚିରି ଫୋପାଡ଼ି ଦେଇ କ‌ହିଥିଲେ ପାଠକ ଜଣେ ପୋଲିସ ଲୋକ ହେବା ସେ ଇଚ୍ଛା କରୁନାହାନ୍ତି ।

ସଙ୍ଗୀତ ବୃତ୍ତି[ସମ୍ପାଦନା]

ଡିସେମ୍ବର ୧୯୬୩ ମସିହାର ପାଠକ ସ‌ହରର ଆର୍ଯ୍ୟବିଦ୍ୟାପିଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବରେ ଯୋଗ ଦେଲେ । ଭଲ ଗାୟକ ହିସାବରେ ତାଙ୍କର ଛାତ୍ର ଓ ସ‌ହକର୍ମୀଙ୍କର ସେ ଅତି ପ୍ରିୟ ଥିଲେ । ଅଲ ଇଣ୍ଡିଆ ରେଡିଓ ଗୁୱାଜାଟିରେ ଥରେ ଅଡିସନ ପରୀକ୍ଷା ଦେବାକୁ ତାଙ୍କ ସ‌ହକର୍ମୀ ଅଫଜଲ ହୁସେନ ତାଙ୍କ ଉପରେ ଚାପ ପକେଇଥିଲେ । ସେହି ଅଡିସନ ସମୟରେ ପାଠକ ଗୋଟିଏ ଆଧୁନିକ ଆସାମୀ ଗୀତ ଗାଇଥିଲେ । ବିଚାରପତି କମଲ ନାରାୟଣ ଚୌଧୁରୀ ତାଙ୍କୁ ସେ ଆଧୁନିକ ଗୀତ ଗାଇବା ନିମନ୍ତେ ବ‌ହୁତ ଗାଳି ଦେଇ ଟିପ୍ପଣୀ ଦେଇ କ‌ହିଥିଲେ, ସେ ଆଧୁନିକ ଗୀତ ଗାଇ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ବରବାଦ କରଛନ୍ତି । ଲୋକଗୀତ ଓ ସଙ୍ଗୀର ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବାକୁ ସେ ପାଠକଙ୍କୁ ପ୍ରେରଣା ଦେଇଥିଲେ । ସେହି ଅଡିସନ ପରୀକ୍ଷାରେ ପାଠକ ପାସ କଲେ ଓ ରେଡିଓର ଶ୍ରୋତାମାନଙ୍କ ଭିତରେ ସେ ଅଳ୍ପଦିନ ମଧ୍ୟରେ ଅତି ପରିଚିତ ପରିଚିତ ହୋଇଗଲେ । ପରବର୍ତ୍ତୀ ସମୟରେ ଆସାମର ପ୍ରତି କୋଣରୁ ଗୀତ ଗାଇବା ନିମନ୍ତେ ନିମନ୍ତ୍ରଣ ତାଙ୍କ ପାଖକୁ ଛୁଟିବାକୁ ଲାଗିଲା ।

୧୯୭୩ ମସିହାରେ ଭବିଷ୍ୟତ ପତ୍ନୀ ଧନ‌ଦା ବର୍ମନଙ୍କ ସ‌ହିତ ତାଙ୍କର ସାକ୍ଷାତ ହୋଇଥିଲା ଯିଏ ଅଧୁନା ଧନ‌ଦା ପାଠକ ନାମରେ ପରିଚିତା । ଧନ‌ଦା ତୃତୀୟ ବର୍ଷର କଲେଜ ଛାତ୍ରୀ ଥିଲାବେଳେ ତାଙ୍କର ଭ୍ରାତା ହେମ ଚନ୍ଦ୍ର ବର୍ମନ ରେଡିଓରେ ଅଡିସନ ଦେବାକୁ ତାଙ୍କ ଉପରେ ଚାପ ପକେଇଥିଲେ । ଭାଇ ହେମଚନ୍ଦ୍ର ଧନ‌ଦାଙ୍କୁ ନେଇ ରାମେଶ୍ୱର ପାଠକଙ୍କ ପାଖରେ ପ‌ହଞ୍ଚିଥିଲେ ଯାହାଙ୍କର ଗୀତ ଧ‌ନ‌ଦା ବ‌ହୁତ ଥର ଶୁଣିଥିଲେ । ସେ ସେହି ଅଡିସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଓ ଏକ ବର୍ଷ ପରେ ରାମେଶ୍ୱରଙ୍କ ସ‌ହିତ ତାଙ୍କର ବିବାହ ସମ୍ପନ୍ନ ହେଲା । ଧନ‌ଦା ବାରପେଟ ପରିବାରରୁ ଆସିଥିଲେ ଯାହାର ନିଜ ଘରେ ଦି ରାଓଲି ଅପେରା ("The Rowly Opera") ନାମକ ଏକ ଯାତ୍ରା ପାର୍ଟି ଥିଲା ଓ ସେ ତାହାର ମାଲିକ ଥିଲେ । ଧନ‌ଦାଙ୍କର ବଡ଼ ଭାଇମାନେ ସେ ଅପେରା ପାର୍ଟି ସ‌ହିତ ବିଭିନ୍ନ ଭାବରେ ଜଡ଼ିତ ଥିଲେ । ସେମାନେ ଅଭିନୟ କରୁଥିଲେ, ଗୀତ ଗାଉଥିଲେ, ଡୋଟୋରା, ବଂଶୀ ଓ ଅନ୍ୟାନ୍ୟ ବାଦ୍ୟ ବଜେଇ ପାରୁଥିଲେ ଯାହାଦ୍ୱାରା ଅପେରା ଚାଲୁଥିଲା । ବିବାହ ପରେ ସେହି ଦମ୍ପତି ଅନେକ ଗ୍ରାମୋଫୋନ ରେକର୍ଡ଼ ଓ ୧୫୦ରୁ ଅଧକ ଅଡିଓ କାସେଟରେ ମିଳିତ ଭାବରେ ଗାଇଥିଲେ । ଆସାମରେ ପ୍ରଥମ ଥର ପାଇଁ ଆସାମୀ ଲୋକଗୀତକୁ ଦ୍ୱିତ ଓ ସମ‌ବେତ (duet and chorus) ଭାବରେ ଉପସ୍ଥାପନ କରିବା ପରେ ସେମାନେ ଆସାମୀ ଲୋକ ସଙ୍ଗୀତର ଅଗ୍ରଗାମୀ ଭାବରେ ପ୍ରତିଷ୍ଠା ଲାଭ କରିଥିଲେ ।

ଆସାମ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବଇ, ଓଡ଼ିଶା, ହିମାଚଳ ପ୍ରଦେଶ, କୋଲକାତା ଓ ଉତ୍ତର ପୂର୍ବ ଭାରତ ଆଦି ସ୍ଥାନ ଭ୍ରମଣ କରି ପ୍ରଦର୍ଶନ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ଜୀବନର ଅନ୍ତିମ ଦିବସଗୁଡ଼ିକରେ ପାଠକ ହୃଦ୍‌ରୋଗର ଶିକାର ହେବାରୁ ତାଙ୍କର ବାଇପାସ ଅପରେଶନ କରାଯାଇଥିଲା । ୧୯୯୭ ମସିହାର ସେହି ସ‌ହରର ରବିନ୍ଦ୍ର ଭବନ ସାମନାର ତାଙ୍କର ଏକ ଦୁର୍ଘଟଣା ହୋଇଥିଲା ଓ ସେଥି ଯୋଗୁ ତାଙ୍କର ହନୁ ହାଡ଼ ଭାଙ୍ଗିଯାଇଥିଲା । ଏହାର ଚିକିତ୍ସା ପାଇଁ ଅନ୍ୟ ଏକ ସ‌ହରକୁ ଯିବାରେ ତାଙ୍କର ତୁରନ୍ତ ବାଇପାସ ଅପରେଶନ ଆବଶ୍ୟିକତ ଜଣାପଡ଼ିଲା । ତାଙ୍କର ଚିକିତ୍ସା ନିମନ୍ତେ ୩୦୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆସାମ ମୂଖ୍ୟମନ୍ତ୍ରୀ ତାଙ୍କୁ ୮୦,୦୦୦ ଟଙ୍କା ଦାନ କରିଥିଲେ ।

Pathak suffered a massive heart attack at his home on 3 December 2010 and died on the way to hospital. He was 72. He is survived by his wife and children.

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧୯୯୦ ମସିହାରେ ସେ ସଙ୍ଗୀତ ନାଟକ ପୁରସ୍କାର ପାଇଥିଲେ ଓ ସେହି ବର୍ଷ ରାଜ୍ୟ ସରକାରଙ୍କ ପ୍ରଦତ୍ତ କଳାକାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Lokageet maestro Rameswar Pathak dead". assamtribune.com. Assam Tribune. 4 December 2010.
  2. "ଆର୍କାଇଭ୍ କପି". Archived from the original on 2012-04-25. Retrieved 2022-03-01. {{cite web}}: Cite has empty unknown parameter: |1= (help)
  3. "KING OF BIHU Passing of a soul singer Khagen Mahanta was curator of an art form he so loved". telegraphindia.com. telegraph india. Retrieved 1 February 2019.