ରାମାକାନ୍ତ ଦେଶାଇ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat (RHB) | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ରାମାକାନ୍ତ ଭିକାଜୀ ଦେଶାଇ pronunciation (help·info) (ଜନ୍ମ 20 ଜୁନ 1939, ମୁମ୍ବାଇ ,- ପରଲୋକ 28 ଏପ୍ରିଲ , 1998, ମୁମ୍ବାଇ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଦ୍ରୁତ ଗତି ବୋଲର ଭାବେ ଟେଷ୍ଟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।
ରାମାକାନ୍ତ 5 ଫୁଟ 6 ଇଞ୍ଚରୁ କମ ଥିଲେ ମଧ୍ୟ ଜଣେ ସଫଳ ଦ୍ରୁତ ଗତି ବୋଲର ଥିଲେ । ତାଙ୍କୁ ତାଙ୍କର ଉଚ୍ଚତା ପାଇଁ "ଟିନୀ" ବୋଲି ଡକାଯାଉଥିଲା । ସେ ତାଙ୍କର ପ୍ରଥମ ଟେଷ୍ଟ ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ 1958-1959ରେ 49 ଓଭରରେ 169 ରନ ଦେଇ 4ଟି ୱିକେଟ ନେଇଥିଲେ । ସେ ସେହି ସମୟରେ ମଧ୍ୟ ବୌନ୍ସର ବଲ ପକାଇ ପାରୁଥିଲେ ଯାହା କମ ଭାରତୀୟ ବୋଲର ପାରୁଥିଲେ ।
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ସେ 1959ରେ ଇଂଲଣ୍ଡ , 1961-62ରେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଗସ୍ତ କରିଥିଲେ । 1960-61 ମସିହାରେ ପାକିସ୍ତାନ ସହ ସିରିଜରେ ସେ 21 ୱିକେଟ ନେବା ସହ ବମ୍ବେଠାରେ 10 ନମ୍ବରରେ ବ୍ୟାଟିଂ କରି ଦ୍ରୁତ 85 ରନ କରିଥିଲେ ଯାହା ଭାରତ ପାଇଁ ରେକର୍ଡ ଥିଲା । ସେ ସେହି ମେଚରେ ନାନା ଯୋଶୀଙ୍କ ସହ 9 ତମ ୱିକେଟ ଯୋଡି ପାଇଁ 149 ରନ କରିଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ନିଉଜିଲାଣ୍ଡ ବିପକ୍ଷରେ 1964-65 ସିରିଜରେ 6/56 ଥିଲା । ଦୁନେଦିନଠାରେ ସେ ଆହତ ହେଇ ମଧ୍ୟ ଶେଷ ୱିକେଟ ପାଇଁ ବେଦିଙ୍କ ସହ ମିଶି 57 ରନ କରିଥିଲେ ।
ଘରେଇ ପ୍ରଦର୍ଶନ
[ସମ୍ପାଦନା]ତାଙ୍କର ପ୍ରଥମ ଘରେଇ ସିଜନ ରେ ରଣଜୀ ଟ୍ରଫିରେ ସେ7ଟି ମେଚରେ 11.10 ହାରରେ 50 ୱିକେଟ ନେଇଥିଲେ । .[୧] ଏହା ବୋମ୍ବେ ପାଇଁ ଏବେ ସୁଦ୍ଧାଏକ ରେକର୍ଡ ରହିଛି । ଏଥିରେ ସେ ସୌରସ୍ତ୍ର ବିପକ୍ଷରେ 5/10 ଓ 6/28 ନେଇଥିଲେ। [୨] 1960-61 ମସିହା ରଣଜୀ ଟ୍ରଫି ଫାଇନାଲରେ ରାଜସ୍ଥାନ ବିପକ୍ଷରେ ସେ 7/46 ଓ 4/74 ନେବା ଫଳରେ ବୋମ୍ବେ ଚମ୍ପିୟାନ ହେଇପାରିଥିଲା । [୩] ଦୁଇବର୍ଷ ପରେ ସେ ରାଜସ୍ଥାନ ସହ ପୁଣି ଫାଇନାଲରେ ସେ ତାଙ୍କର ଏକମାତ୍ର ଶତକ 107 ରନ କରି ପୁଣି ବୋମ୍ବେକୁ ଜିତବାରେ ସାହାଯ୍ୟ କରିଥିଲେ । [୪] ସେ ତାଙ୍କର 11 ବର୍ଷ ରଣଜୀ ଖେଳରେ କେବେ ହାରିନଥିଲେ ।
ସେ ଭାରତୀୟ ଧିମା ପିଚରେ ମଧ୍ୟ ଦ୍ରୁତ ବୋଲିଂରେ ସଫଳତମ ବୋଲର ଥିଲେ ଓ ତାଙ୍କୁ ବହୁତ ବେଶୀ ବୋଲିଂ କରିବାକୁ ପଡୁଥିଲା । ତାଙ୍କୁ ମାତ୍ର 29 ବର୍ଷ ବୟଶରେ ଆହତ କାରଣରୁ ଅବସର ନେବାକୁ ପଡିଥିଲା ।[୫]
1996-97ରେ ଦେଶାଇ କ୍ରିକେଟ ଚୟନ ସମିତିର ଚେୟାର ମେନ ରହିଥିଲେ । ସେ ତାଙ୍କର ମୃତ୍ୟୁର ମାସକ ଆଗରୁ ଅବସର ନେଇଯାଇଥିଲେ ।
ଆଧାର
[ସମ୍ପାଦନା]- ↑ Wisden 1960, p. 886.
- ↑ Saurashtra v Bombay 1958-59
- ↑ Rajasthan v Bombay 1960-61
- ↑ Rajasthan v Bombay 1962-63
- ↑ Wisden 1970, p. 960.
- Obituary in Indian Cricket 1998
- Christopher Martin-Jenkins, The Complete Who's Who of Test Cricketers