ରାମାକାନ୍ତ ଦେଶାଇ

ଉଇକିପିଡ଼ିଆ‌ରୁ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat (RHB)
ବୋଲିଂ ପ୍ରକାରRight-arm fast-medium
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 28 150
ମୋଟ ରନ 418 2,384
ବ୍ୟାଟିଂ ହାର 13.48 18.19
ଶତକ/ଅର୍ଦ୍ଧଶତକ 0/1 1/9
ସର୍ବାଧିକ ରନ 85 107
ବଲ ସଂଖ୍ୟା 5,597 23,906
ଉଇକେଟ 74 468
ବୋଲିଂ ହାର 37.31 24.10
ଇନିଙ୍ଗସରେ ୫ଟି ଉଇକେଟ 2 22
ମ୍ୟାଚରେ ୧୦ଟି ଉଇକେଟ - 2
ସବୁଠୁ ଭଲ ବୋଲିଂ 6/56 7/46
କ୍ୟାଚ/ଷ୍ଟମ୍ପିଙ୍ଗ 9 50
Source: [୧]

ରାମାକାନ୍ତ ଭିକାଜୀ ଦେଶାଇ  ଶବଦ ବିଷୟରେ pronunciation (ଜନ୍ମ 20 ଜୁନ 1939, ମୁମ୍ବାଇ ,- ପରଲୋକ 28 ଏପ୍ରିଲ , 1998, ମୁମ୍ବାଇ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଦ୍ରୁତ ଗତି ବୋଲର ଭାବେ ଟେଷ୍ଟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ । 

ରାମାକାନ୍ତ 5 ଫୁଟ 6 ଇଞ୍ଚରୁ କମ ଥିଲେ ମଧ୍ୟ ଜଣେ ସଫଳ ଦ୍ରୁତ ଗତି ବୋଲର ଥିଲେ । ତାଙ୍କୁ ତାଙ୍କର ଉଚ୍ଚତା ପାଇଁ "ଟିନୀ" ବୋଲି ଡକାଯାଉଥିଲା । ସେ ତାଙ୍କର ପ୍ରଥମ ଟେଷ୍ଟ  ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ 1958-1959ରେ 49 ଓଭରରେ 169 ରନ ଦେଇ 4ଟି ୱିକେଟ ନେଇଥିଲେ । ସେ ସେହି ସମୟରେ ମଧ୍ୟ ବୌନ୍ସର ବଲ ପକାଇ ପାରୁଥିଲେ ଯାହା କମ  ଭାରତୀୟ ବୋଲର ପାରୁଥିଲେ । 


ଅନ୍ତର୍ଜାତିକ ପ୍ରଦର୍ଶନ[ସମ୍ପାଦନା]

ସେ 1959ରେ ଇଂଲଣ୍ଡ , 1961-62ରେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଗସ୍ତ କରିଥିଲେ । 1960-61 ମସିହାରେ ପାକିସ୍ତାନ ସହ ସିରିଜରେ ସେ 21 ୱିକେଟ ନେବା ସହ ବମ୍ବେଠାରେ 10 ନମ୍ବରରେ ବ୍ୟାଟିଂ କରି ଦ୍ରୁତ 85 ରନ କରିଥିଲେ ଯାହା ଭାରତ ପାଇଁ ରେକର୍ଡ ଥିଲା । ସେ ସେହି ମେଚରେ ନାନା ଯୋଶୀଙ୍କ ସହ 9 ତମ  ୱିକେଟ ଯୋଡି ପାଇଁ 149 ରନ କରିଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ନିଉଜିଲାଣ୍ଡ ବିପକ୍ଷରେ 1964-65 ସିରିଜରେ 6/56 ଥିଲା । ଦୁନେଦିନଠାରେ ସେ ଆହତ ହେଇ ମଧ୍ୟ ଶେଷ ୱିକେଟ ପାଇଁ ବେଦିଙ୍କ ସହ ମିଶି  57 ରନ କରିଥିଲେ । 


ଘରେଇ ପ୍ରଦର୍ଶନ[ସମ୍ପାଦନା]

ତାଙ୍କର ପ୍ରଥମ ଘରେଇ ସିଜନ  ରେ ରଣଜୀ ଟ୍ରଫିରେ ସେ7ଟି ମେଚରେ 11.10 ହାରରେ 50 ୱିକେଟ ନେଇଥିଲେ ।  .[୧] ଏହା ବୋମ୍ବେ ପାଇଁ ଏବେ ସୁଦ୍ଧାଏକ ରେକର୍ଡ ରହିଛି । ଏଥିରେ ସେ ସୌରସ୍ତ୍ର ବିପକ୍ଷରେ 5/10 ଓ 6/28 ନେଇଥିଲେ। [୨] 1960-61 ମସିହା ରଣଜୀ ଟ୍ରଫି ଫାଇନାଲରେ ରାଜସ୍ଥାନ ବିପକ୍ଷରେ ସେ 7/46 ଓ 4/74 ନେବା ଫଳରେ ବୋମ୍ବେ ଚମ୍ପିୟାନ ହେଇପାରିଥିଲା । [୩] ଦୁଇବର୍ଷ ପରେ ସେ ରାଜସ୍ଥାନ ସହ ପୁଣି ଫାଇନାଲରେ ସେ ତାଙ୍କର ଏକମାତ୍ର ଶତକ 107 ରନ କରି  ପୁଣି ବୋମ୍ବେକୁ ଜିତବାରେ ସାହାଯ୍ୟ କରିଥିଲେ । [୪] ସେ ତାଙ୍କର 11 ବର୍ଷ ରଣଜୀ ଖେଳରେ କେବେ ହାରିନଥିଲେ । 

ସେ ଭାରତୀୟ ଧିମା ପିଚରେ ମଧ୍ୟ ଦ୍ରୁତ ବୋଲିଂରେ ସଫଳତମ ବୋଲର ଥିଲେ ଓ ତାଙ୍କୁ ବହୁତ ବେଶୀ ବୋଲିଂ କରିବାକୁ ପଡୁଥିଲା । ତାଙ୍କୁ ମାତ୍ର 29 ବର୍ଷ ବୟଶରେ ଆହତ କାରଣରୁ ଅବସର ନେବାକୁ ପଡିଥିଲା ।[୫]

1996-97ରେ ଦେଶାଇ  କ୍ରିକେଟ ଚୟନ ସମିତିର ଚେୟାର ମେନ ରହିଥିଲେ । ସେ ତାଙ୍କର ମୃତ୍ୟୁର ମାସକ ଆଗରୁ ଅବସର ନେଇଯାଇଥିଲେ । 

ଆଧାର [ସମ୍ପାଦନା]

  • Obituary in Indian Cricket 1998
  • Christopher Martin-Jenkins, The Complete Who's Who of Test Cricketers

ବାହାର ଲିଙ୍କ [ସମ୍ପାଦନା]