ରାମଚନ୍ଦ୍ର ପ୍ରହରାଜ

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର ପ୍ରହରାଜ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀବାଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-04-19)୧୯ ଅପ୍ରେଲ ୧୯୨୦
ମୃତ୍ୟୁ୪ ମାର୍ଚ୍ଚ ୧୯୯୯(1999-03-04) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଚଞ୍ଚଳା ଦେବୀ
ବାପା/ବୋଉଗଙ୍ଗାଧର ପ୍ରହରାଜ (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ପ୍ରହରାଜ (୧୯ ଅପ୍ରେଲ ୧୯୨୦ - ୪ ମାର୍ଚ୍ଚ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମଚନ୍ଦ୍ର ପ୍ରହରାଜ ୧୯୨୦ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଙ୍ଗାଧର ପ୍ରହରାଜ ଓ ପତ୍ନୀଙ୍କ ନାମ ଚଞ୍ଚଳା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର ପ୍ରହରାଜ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାମଚନ୍ଦ୍ର ପ୍ରହରାଜ ୧୯୯୯ ମସିହାର ମାର୍ଚ୍ଚ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Ramachandra Praharaj". odishaassembly.nic.in. Odisha Assembly. Retrieved 9 October 2022.