ରାଣୀ ମୁର୍ମୁ

ଉଇକିପିଡ଼ିଆ‌ରୁ
ରାଣୀ ମୁର୍ମୁ
ରାଣୀ ମୁର୍ମୁ ୨୦୧୮ରେ ତାଙ୍କର ହୋପନ୍ ମା.ୟାଃ କୁକ୍ମୁ (ᱦᱚᱯᱚᱱ ᱢᱟᱹᱭᱟᱜ ᱠᱩᱠᱢᱩ) ପୁସ୍ତକ ପାଇଁ ଯୁବ ପୁରସ୍କାର ଗ୍ରହଣ କରୁଛନ୍ତି ।
ରାଣୀ ମୁର୍ମୁ ୨୦୧୮ରେ ତାଙ୍କର ହୋପନ୍ ମା.ୟାଃ କୁକ୍ମୁ (ᱦᱚᱯᱚᱱ ᱢᱟᱹᱭᱟᱜ ᱠᱩᱠᱢᱩ) ପୁସ୍ତକ ପାଇଁ ଯୁବ ପୁରସ୍କାର ଗ୍ରହଣ କରୁଛନ୍ତି ।
ଜନ୍ମ ଓ ଜନ୍ମସ୍ଥାନ୧୯୮୮
ବୃତ୍ତିଲେଖକ, ଇଞ୍ଜିନିୟର
ଭାଷାସାନ୍ତାଳୀ ଭାଷା
ଜାତୀୟତାଭାରତୀୟ
ସାହିତ୍ୟ କୃତିହୋପନ୍ ମା.ୟାଃ କୁକ୍ମୁ (ᱦᱚᱯᱚᱱ ᱢᱟᱹᱭᱟᱜ ᱠᱩᱠᱢᱩ)
ପୁରସ୍କାରସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ରାଣୀ ମୁର୍ମୁ (ଜନ୍ମ ୧୯୮୮) ଜଣେ ଭାରତୀୟ ଇଞ୍ଜିନିୟର ଓ ସାନ୍ତାଳୀ-ଭାଷୀ ଲେଖକ ।[୧] ୨୦୧୮ରେ ତାଙ୍କର ପୁସ୍ତକ ହୋପୋନ୍ ମା.ୟାଃ କୁକ୍ମୁ (ᱦᱚᱯᱚᱱ ᱢᱟᱹᱭᱟᱜ ᱠᱩᱠᱢᱩ) ପାଇଁ ସେ ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଲାଭକରିଥିଲେ ।[୨][୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ମୁର୍ମୁ ୧୯୮୮ ମସିହାରେ ଜାମସେଦପୁର ଦେଓଘରଠାରେ ଜନ୍ମଗ୍ରହଣ କରିଥିଲେ । ସୀତା ମୁର୍ମୁଙ୍କ ଓ ବୁଧ୍ରାୟ ମୁର୍ମୁ ତାଙ୍କର ମାତା ଓ ପିତା । ସେ ୨୦୧୧ରେ ରାଞ୍ଚି ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ କରିଥିଲେ ।[୩][୪] ତାଙ୍କ ପିତା ବୁଧ୍ରାୟ ମୁର୍ମୁ ୨୦୧୦ ମସିହାରେ ସ୍ୱର୍ଣ୍ଣରେଖା ପ୍ରକଳ୍ପରୁ ଅବସର ନେଇଥିଲେ । ସେମାନେ ପିଲାମାନଙ୍କୁ ଅଲ ଚିକି ଲିପିରେ ସାନ୍ତାଳୀ ପଢ଼ିବା ଏବଂ ଲେଖିବା ଶିଖାନ୍ତି ।[୪]

ସାହିତ୍ୟ ରଚନା[ସମ୍ପାଦନା]

ମୁର୍ମୁ ସୋସିଆଲ ମିଡିଆରେ ସାନ୍ତାଳୀ ସାହିତ୍ୟ ସଂସ୍ପର୍ଶରେ ଆସି ନିଜେ ସାହିତ୍ୟ ରଚନାରେ ଆଗ୍ରହୀ ହୋଇଥିଲେ । ପ୍ରଥମେ ସେ ଫେସବୁକରେ ସକାରାତ୍ମକ ଚିନ୍ତାଧାରା ବିଷୟରେ ଛୋଟ ପୋଷ୍ଟମାନ ଲେଖୁଥିଲେ | ଫଲୋଅରମାନଙ୍କ ପ୍ରଶଂସାରୁ ଉତ୍ସାହିତ ହୋଇ ସେ ସାହିତ୍ୟ ରଚନାରେ ବେଶୀ ଆଗ୍ରହୀ ହୋଇ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କଲେ | ସେ ଉଭୟ ଗପ ଓ କବିତା ଲେଖନ୍ତି | ଗପ ଆଦିବାସୀମାନଙ୍କର ମୌଖିକ ସାହିତ୍ୟ ପରମ୍ପରା ଏବଂ ଯୋଗାଯୋଗର ଏକ ପ୍ରଭାବଶାଳୀ ବାଟ ବୋଲି ତାଙ୍କର ଦୃଢ଼ ବିଶ୍ୱାସ | ସେହି ବିଶ୍ୱାସରୁ ସେ ଗୀତ ଏବଂ କବିତା ଅପେକ୍ଷା ଅଧିକ ଗପ ଲେଖିଥାନ୍ତି |[୪]

ଆଧାର[ସମ୍ପାଦନା]

  1. "ᱟᱭᱳ ᱟᱲᱟᱝ – ᱟᱭᱳ ᱟᱲᱟᱝ". ayoarang.in. Retrieved 2024-02-25.
  2. "..:: SAHITYA Akademi - Yuva Puraskar ::." sahitya-akademi.gov.in. Retrieved 2024-01-29.
  3. ୩.୦ ୩.୧ Rani Murmu (29 January 2024). "Sahitya Academy Yuva Puraskar, Rani Murmu". Retrieved 29 January 2024.
  4. ୪.୦ ୪.୧ ୪.୨ "जमशेदपुर : रानी मुर्मू को साहित्य अकादमी-2018 का युवा पुरस्कार". Prabhat Khabar (in ହିନ୍ଦୀ). 2018-06-23. Retrieved 2024-01-29.