Jump to content

ରାଜ ରାଜେଶ୍ୱରୀ ଦେବୀ

ଉଇକିପିଡ଼ିଆ‌ରୁ
ରାଣୀ ରାଜ ରାଜେଶ୍ୱରୀ ଦେବୀ
ନେପାଳର ରାଜପ୍ରତିନିଧି

ଜୀବନସାଥୀ ରାଣା ବାହାଦୂର ଶାହା
ସନ୍ତାନସନ୍ତତିଗଣ
ତିଳୋତୋମା ଦେବୀ
ସମ୍ପୂର୍ଣ୍ଣ ନାମ
ରାଜ ରାଜେଶ୍ୱରୀ ଦେବୀ
ଜନ୍ମ ନେପାଳର ରାଜ୍ୟ
ମୃତ୍ୟ ୫ ମଇ ୧୮୦୬(୧୮୦୬-୦୫-୦୫)
ସାଙ୍ଖୁ, ନେପାଳ
ଧର୍ମ ହିନ୍ଦୁ ଧର୍ମ

ରାଜ ରାଜେଶ୍ୱରୀ ଦେବୀ (ନେପାଳୀ: राज राजेश्वरी) (ମୃତ୍ୟୁ: ୫ ମଇ ୧୮୦୬) ଜଣେ ଶାସନକର୍ତ୍ତା ଥିଲେ ଏବଂ ସେ ନେପାଳରେ ଦୁଇଥର ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ରାଣା ବାହାଦୂର ଶାହାଙ୍କୁ ବିବାହ କରିଥିଲେ । ରାଜେଶ୍ୱରୀ ଦେବୀ ୧୭୯୯ ମସିହାରେ ପୁତ୍ର "ବିକ୍ରମ ଶାହା" ନାବାଳକ ହେବା ସମୟରେ ଏବଂ ୧୮୦୧-୧୮୦୪ ମସିହାରେ ଶାସନ କରିଥିଲେ ।

ସେ ଗୁଲ୍ମିର ରାଜା "ଶିବ ଶାହା"ଙ୍କ ନାତୁଣୀ ଥିଲେ । ୧୭୯୯ ମସିହାରେ, ତାଙ୍କର ଜଣେ ସହଯୋଗୀ ସନ୍ୟାସୀ ହୋଇ ରାଜ୍ୟ ଛାଡିବା ପରେ ସେ ନିଜ ନାବାଳକ ପୁଅ ନାମରେ ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ଅନ୍ୟ ଦୁଇଜଣ ପତ୍ନୀ ମହାରାଣୀ ସୁବର୍ଣ୍ଣପ୍ରଭା ଦେବୀ ଏବଂ ମହାରାଣୀ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀଙ୍କ ସହ ଶାସନ କରିଥିଲେ ।[]

ବାହାଦୂର ଶାହା ନିଜ ପୁଅ ଗିର୍ଭାନଙ୍କ ସପକ୍ଷରେ ପଦତ୍ୟାଗ କରିବାପରେ ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ହୋଇଥିଲେ । ସେ କିନ୍ତୁ ତାଙ୍କ ସ୍ୱାମୀଙ୍କ ସହିତ ବାରଣାସୀରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଣୀ ସୁବର୍ଣ୍ଣ ପ୍ରଭା ରାଜପ୍ରତିନିଧିତ୍ୱ ଗ୍ରହଣ କରିଥିଲେ ।[]

୨୬ ଜୁଲାଇ ୧୮୦୧ ମସିହାରେ, ରାଣୀ ରାଜେଶ୍ୱରୀ ନେପାଳକୁ ଫେରିଆସିଥିଲେ ।[][] ଫଳସ୍ୱରୂପ, ୨୮ ସେପ୍ଟେମ୍ବର ୧୮୦୧ ମସିହାରେ ରାଜ ରାଜେଶ୍ୱରୀଙ୍କ ସମର୍ଥକଙ୍କଦ୍ୱାରା ସୁବର୍ଣ୍ଣ ପ୍ରଭାଙ୍କର ପ୍ରିୟ ରାଜ-ଦରବାରୀର ମୁଖ୍ୟମନ୍ତ୍ରୀ କୀର୍ତ୍ତୀମାନ ସିଂ ବାସନ୍ୟତଙ୍କୁ ଗୁପ୍ତରେ ହତ୍ୟା କରାଯାଇଥିଲା ।[] ରାଣୀ ସୁବର୍ଣ୍ଣ ପ୍ରଭାଙ୍କୁ କାରାଗାରରେ ରଖାଯାଇଥିବା ବେଳେ[] ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ଭାବରେ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଥିଲେ ।[][]

୧୮୦୪ ମସିହାରେ, ବାହାଦୂର ଶାହା ଫେରିଆସି ପୁନର୍ବାର ନିଜର ସାମର୍ଥ୍ୟକୁ ଗ୍ରହଣ କରିଥିଲେ । ଦୁଇ ବର୍ଷ ପରେ ବାହାଦୂର ଶାହାଙ୍କୁ ତାଙ୍କ ଭାଇ ହତ୍ୟା କରିଥିଲେ ଏବଂ ଦଶ ଦିନ ପରେ, ୫ ମଇ ୧୮୦୬ ମସିହାରେରେ, ମହାରାଣୀ ରାଜ ରାଜେଶ୍ୱରୀ ଦେବୀ ଜଣେ ହିନ୍ଦୁ ବିଧବା ଭାବରେ ଭୀମସେନ ଥାପାଙ୍କ ନିର୍ଦ୍ଦେଶରେ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସହ-ଶାସକ ସୁବର୍ଣ୍ଣପ୍ରଭା ଦେବୀ ଏବଂ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀ, ସମାନ ବ୍ୟକ୍ତିଙ୍କ ପାଇଁ ବିଧବା ହୋଇଥିଲେ ହେଁ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇନଥିଲେ ଏବଂ ରାଜପ୍ରତିନିଧି ଭାବରେ ସେମାନଙ୍କ ଶାସନ ଜାରି ରଖିଥିଲେ ।[]

  1. Guide 2
  2. Acharya 2012, p. 32.
  3. Nepal 2007, p. 52.
  4. 1 2 Acharya 2012, pp. 36–37.
  5. Acharya 2012, p. 34.
  6. Acharya 2012, p. 43.
  7. Pradhan 2012, p. 14.
  8. Guide 2