ରାଜ ରାଜେଶ୍ୱରୀ ଦେବୀ

ଉଇକିପିଡ଼ିଆ‌ରୁ
ରାଣୀ ରାଜ ରାଜେଶ୍ୱରୀ ଦେବୀ
ନେପାଳର ରାଜପ୍ରତିନିଧି

ଜୀବନସାଥୀ ରାଣା ବାହାଦୂର ଶାହା
ସନ୍ତାନସନ୍ତତିଗଣ
ତିଳୋତୋମା ଦେବୀ
ସମ୍ପୂର୍ଣ୍ଣ ନାମ
ରାଜ ରାଜେଶ୍ୱରୀ ଦେବୀ
ଜନ୍ମ ନେପାଳର ରାଜ୍ୟ
ମୃତ୍ୟ ୫ ମଇ ୧୮୦୬(୧୮୦୬-୦୫-୦୫)
ସାଙ୍ଖୁ, ନେପାଳ
ଧର୍ମ ହିନ୍ଦୁ ଧର୍ମ

ରାଜ ରାଜେଶ୍ୱରୀ ଦେବୀ (ନେପାଳୀ: राज राजेश्वरी) (ମୃତ୍ୟୁ: ୫ ମଇ ୧୮୦୬) ଜଣେ ଶାସନକର୍ତ୍ତା ଥିଲେ ଏବଂ ସେ ନେପାଳରେ ଦୁଇଥର ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ରାଣା ବାହାଦୂର ଶାହାଙ୍କୁ ବିବାହ କରିଥିଲେ । ରାଜେଶ୍ୱରୀ ଦେବୀ ୧୭୯୯ ମସିହାରେ ପୁତ୍ର "ବିକ୍ରମ ଶାହା" ନାବାଳକ ହେବା ସମୟରେ ଏବଂ ୧୮୦୧-୧୮୦୪ ମସିହାରେ ଶାସନ କରିଥିଲେ ।

ଜୀବନ[ସମ୍ପାଦନା]

ସେ ଗୁଲ୍ମିର ରାଜା "ଶିବ ଶାହା"ଙ୍କ ନାତୁଣୀ ଥିଲେ । ୧୭୯୯ ମସିହାରେ, ତାଙ୍କର ଜଣେ ସହଯୋଗୀ ସନ୍ୟାସୀ ହୋଇ ରାଜ୍ୟ ଛାଡିବା ପରେ ସେ ନିଜ ନାବାଳକ ପୁଅ ନାମରେ ରାଜପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ଅନ୍ୟ ଦୁଇଜଣ ପତ୍ନୀ ମହାରାଣୀ ସୁବର୍ଣ୍ଣପ୍ରଭା ଦେବୀ ଏବଂ ମହାରାଣୀ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀଙ୍କ ସହ ଶାସନ କରିଥିଲେ ।[୧]

ବାହାଦୂର ଶାହା ନିଜ ପୁଅ ଗିର୍ଭାନଙ୍କ ସପକ୍ଷରେ ପଦତ୍ୟାଗ କରିବାପରେ ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ହୋଇଥିଲେ । ସେ କିନ୍ତୁ ତାଙ୍କ ସ୍ୱାମୀଙ୍କ ସହିତ ବାରଣାସୀରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଣୀ ସୁବର୍ଣ୍ଣ ପ୍ରଭା ରାଜପ୍ରତିନିଧିତ୍ୱ ଗ୍ରହଣ କରିଥିଲେ ।[୨]

୨୬ ଜୁଲାଇ ୧୮୦୧ ମସିହାରେ, ରାଣୀ ରାଜେଶ୍ୱରୀ ନେପାଳକୁ ଫେରିଆସିଥିଲେ ।[୩][୪] ଫଳସ୍ୱରୂପ, ୨୮ ସେପ୍ଟେମ୍ବର ୧୮୦୧ ମସିହାରେ ରାଜ ରାଜେଶ୍ୱରୀଙ୍କ ସମର୍ଥକଙ୍କଦ୍ୱାରା ସୁବର୍ଣ୍ଣ ପ୍ରଭାଙ୍କର ପ୍ରିୟ ରାଜ-ଦରବାରୀର ମୁଖ୍ୟମନ୍ତ୍ରୀ କୀର୍ତ୍ତୀମାନ ସିଂ ବାସନ୍ୟତଙ୍କୁ ଗୁପ୍ତରେ ହତ୍ୟା କରାଯାଇଥିଲା ।[୫] ରାଣୀ ସୁବର୍ଣ୍ଣ ପ୍ରଭାଙ୍କୁ କାରାଗାରରେ ରଖାଯାଇଥିବା ବେଳେ[୬] ରାଣୀ ରାଜେଶ୍ୱରୀ ରାଜପ୍ରତିନିଧି ଭାବରେ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଥିଲେ ।[୭][୪]

୧୮୦୪ ମସିହାରେ, ବାହାଦୂର ଶାହା ଫେରିଆସି ପୁନର୍ବାର ନିଜର ସାମର୍ଥ୍ୟକୁ ଗ୍ରହଣ କରିଥିଲେ । ଦୁଇ ବର୍ଷ ପରେ ବାହାଦୂର ଶାହାଙ୍କୁ ତାଙ୍କ ଭାଇ ହତ୍ୟା କରିଥିଲେ ଏବଂ ଦଶ ଦିନ ପରେ, ୫ ମଇ ୧୮୦୬ ମସିହାରେରେ, ମହାରାଣୀ ରାଜ ରାଜେଶ୍ୱରୀ ଦେବୀ ଜଣେ ହିନ୍ଦୁ ବିଧବା ଭାବରେ ଭୀମସେନ ଥାପାଙ୍କ ନିର୍ଦ୍ଦେଶରେ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କ ସହ-ଶାସକ ସୁବର୍ଣ୍ଣପ୍ରଭା ଦେବୀ ଏବଂ ଲଳିତ ତ୍ରିପୁରା ସୁନ୍ଦରୀ ଦେବୀ, ସମାନ ବ୍ୟକ୍ତିଙ୍କ ପାଇଁ ବିଧବା ହୋଇଥିଲେ ହେଁ ସତୀତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୋଇନଥିଲେ ଏବଂ ରାଜପ୍ରତିନିଧି ଭାବରେ ସେମାନଙ୍କ ଶାସନ ଜାରି ରଖିଥିଲେ ।[୮]

ଆଧାର[ସମ୍ପାଦନା]

  1. Guide 2
  2. Acharya 2012, p. 32.
  3. Nepal 2007, p. 52.
  4. ୪.୦ ୪.୧ Acharya 2012, pp. 36–37.
  5. Acharya 2012, p. 34.
  6. Acharya 2012, p. 43.
  7. Pradhan 2012, p. 14.
  8. Guide 2