ରାଣୀ ତ୍ରିପୁରାସୁନ୍ଦରୀ
ରାଣୀ ତ୍ରିପୁରାସୁନ୍ଦରୀ | |
---|---|
ନେପାଳର ରାଜପ୍ରତିନିଧି
| |
ରାଣୀ ତ୍ରିପୁରାସୁନ୍ଦରୀଙ୍କ ଚିତ୍ର । | |
ଜୀବନସାଥୀ | ରାଣା ବାହାଦୂର ଶାହା |
ସମ୍ପୂର୍ଣ୍ଣ ନାମ | |
ଲଳିତ ତ୍ରିପୁରା ସୁନ୍ଦରୀ ଦେବୀ | |
ବାପା | ନୈନ ସିଂ ଥାପା |
ମାଆ | ରାଣା କୁମାରୀ ପାଣ୍ଡେ |
ଜନ୍ମ | ୧୭୯୪ |
ମୃତ୍ୟ | ୬ ଏପ୍ରିଲ ୧୮୩୨ ହନୁମାନ ଧୋକା ପ୍ୟାଲେସ, ବସନ୍ତପୁର, କାଠମାଣ୍ଡୁ |
ଧର୍ମ | ହିନ୍ଦୁ ଧର୍ମ |
ରାଣୀ ତ୍ରିପୁରାସୁନ୍ଦରୀ (ନେପାଳୀ: रानी ललित त्रिपुरासुन्दरी; ୧୭୯୪ - ୧୮୩୨) ନେପାଳର ରାଜା ବାହାଦୂର ଶାହାଙ୍କୁ ବିବାହ କରି ନେପାଳର ମହାରାଣୀ ହୋଇଥିଲେ । ବହୁତ କମ ବର୍ଷ ବୟସରେ ସେ ବିଧବା ଏବଂ ସନ୍ତାନହୀନ ହୋଇ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନେପାଳର ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ସେ ୧୮୦୬-୧୮୧୯ ମସିହାରେ ତାଙ୍କ ସାବତ ପୁଅ ବିକ୍ରମ ଶାହା ଏବଂ ୧୮୧୯-୧୮୩୨ ମସିହାରେ ସାବତ ନାତି ରାଜେନ୍ଦ୍ର ଶାହାଙ୍କ ପାଇଁ ରାଜପ୍ରତିନିଧି ହୋଇଥିଲେ ।
ଜୀବନୀ
[ସମ୍ପାଦନା]ଲଳିତ ତ୍ରିପୁରା ସୁନ୍ଦରୀ ଦେବୀଙ୍କ ଜନ୍ମ ଏକ ପ୍ରଭାବଶାଳୀ ନେପାଳୀ ପରିବାରରେ ସାମ୍ରାଜ୍ୟର ପ୍ରତିକ୍ରିୟାଶୀଳ ସେନା ଓ ସମ୍ଭ୍ରାନ୍ତ ସମାଜ ପାଇଁ ହୋଇଥିଲା । ସାଧାରଣତଃ ବିଶ୍ୱାସ କରାଯାଏ ଯେ ତ୍ରିପୁରାସୁନ୍ଦରୀ ଥାପା ପରିବାରର ଥିଲେ;[୧] ଏବଂ ବାବୁରାମ ଆଚାର୍ଯ୍ୟ ଅନୁମାନ କରିଥିଲେ ଯେ ତ୍ରିପୁରାସୁନ୍ଦରୀ ସମ୍ଭବତଃ ଭୀମସେନ ଥାପାଙ୍କ ଭାଇ ନୈନ ସିଂ ଥାପାଙ୍କ ଝିଅ ଥିଲେ ।[୨][୩] ତାଙ୍କ ଭାଇଭଉଣୀମାନଙ୍କ ମଧ୍ୟରେ ମାଥାବରସିଂହ ଥାପା (କିଛି ସମୟ ଧରି ନେପାଳର ପ୍ରଧାନମନ୍ତ୍ରୀ ଥିଲେ) ଏବଂ ଜଙ୍ଗ ବାହାଦୁର ରାଣାଙ୍କ ମାତା ଗଣେଶ କୁମାରୀ ଦେବୀ ସାମିଲ ଥିଲେ, ଯିଏ ନେପାଳ ଉପରେ ରାଣାର ଆଧିପତ୍ୟ ପ୍ରତିଷ୍ଠା କରିଥିଲେ ଯାହା 100 ବର୍ଷରୁ ଅଧିକ ସମୟ ଧରି ଅର୍ଥାତ ୧୮୪୬-୧୯୫୦ ମସିହା ପର୍ଯ୍ୟନ୍ତ ଚାଲିଥିଲା ।
୧୮୦୫ ମସିହାରେ ତ୍ରିପୁରାସୁନ୍ଦରୀ ନେପାଳର ରାଜା ରାଣା ବାହାଦୂର ଶାହାଙ୍କୁ ବିବାହ କରିଥିଲେ ।[୪] ତାଙ୍କ ବିବାହ ଅନ୍ୟ ଜାତିରେ ହୋଇଥିଲା, ଯାହା ଭୀମସେନ ଥାପାଙ୍କର ବଢୁଥିବା ପ୍ରଭାବ ଏବଂ ଶକ୍ତିଦ୍ୱାରା ସମ୍ଭବ ହୋଇଥିଲା । ସେ ରାଜାଙ୍କର ସାନ ପତ୍ନୀ ଥିଲେ । ସେହି ସମୟରେ ବାହାଦୂର ଶାହା ତାଙ୍କ ପୁଅ ତଥା ଉତ୍ତରାଧିକାରୀ ବିକ୍ରମ ଶାହାଙ୍କ ପାଇଁ ମୁଖିଆ (କାର୍ଯ୍ୟନିର୍ବାହୀ) ଭାବରେ କାର୍ଯ୍ୟ କରୁଥିଲେ । ଗୋଟିଏ ବର୍ଷ ପରେ, ରାଣା ବାହାଦୂର ଶାହାଙ୍କୁ ତାଙ୍କ ସାବତ ଭାଇ ହତ୍ୟା କରିଥିଲେ ।[୫] ତ୍ରିପୁରାସୁନ୍ଦରୀ ଏବଂ ରାଣା ବାହାଦୂର ଶାହାଙ୍କର କୌଣସି ସନ୍ତାନ ନଥିଲେ ।
ରାଜପ୍ରତିନିଧିତ୍ୱ
[ସମ୍ପାଦନା]୧୮୦୬ ମସିହାରେ ରାଣା ବାହାଦୂର ଶାହାଙ୍କୁ ହତ୍ୟା କରାଯିବା ପରେ ରାଣୀ ରାଜେଶ୍ୱରୀ, ଯିଏକି ତାଙ୍କ ସାବତ ପୁଅ ବିକ୍ରମ ଶାହାଙ୍କ ପାଇଁ ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କୁ ସତି ପ୍ରଥା ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଥିଲା । ବିକ୍ରମ ଶାହା କ୍ଷମତାକୁ ଆସିବା ପୂର୍ବରୁ ୧୮୧୬ ମସିହାରେ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କର ପୁତ୍ର ରାଜେନ୍ଦ୍ର ବିକ୍ରମ ଶାହା ରାଜା ହୋଇଥିଲେ ।
ସେ ଭୀମସେନ ଥାପାଙ୍କର ଜଣେ ଦୃଢ଼ ସମର୍ଥକ ଥିଲେ, ହୁଏତ ସେ ତାଙ୍କ ସମ୍ପର୍କୀୟ ହୋଇଥାଇ ପାରନ୍ତି । କାର୍ଯ୍ୟକାରୀ ରାଜପ୍ରତିନିଧି ଭାବରେ ସେ ୧୮୦୬ ମସିହାରୁ ୧୮୩୨ ମସିହା ପର୍ଯ୍ୟନ୍ତ ୩୧ ବର୍ଷରୁ ଅଧିକ ସମୟ ଧରି ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଭୀମସେନଙ୍କ ସ୍ଥିତିକୁ ପ୍ରଭାବିତ କରିଥିଲେ । ବିକ୍ରମ ଶାହାଙ୍କ ଶାସନ କାଳରେ, ତ୍ରିପୁରାସୁନ୍ଦରୀ ଏକ ଆଦେଶ ଦେଇଥିଲେ ଯେ ବିଚାରାଳୟରେ ସମସ୍ତ ସଦସ୍ୟ ଭୀମସେନଙ୍କୁ ମାନିବା ଉଚିତ ।
କାଠମାଣ୍ଡୁରେ ବ୍ୟାପକ ହଇଜା ମହାମାରୀ ସମୟରେ ସେ ୬ ଏପ୍ରିଲ ୧୮୩୨ ମସିହାରେ ହଇଜାରେ ମୃତ୍ୟୁ ବରଣ କରିଥିଲେ ।[୬] ତାଙ୍କ ମୃତ୍ୟୁ ଭୀମସେନଙ୍କ ରାଜନୈତିକ ନିୟନ୍ତ୍ରଣକୁ ହ୍ରାସ କରିଥିଲା ।
ସାହିତ୍ୟିକ କାର୍ଯ୍ୟ
[ସମ୍ପାଦନା]ତ୍ରିପୁରାସୁନ୍ଦରୀ ନେପାଳର ପ୍ରଥମ ମହିଳା ସାହିତ୍ୟ ପ୍ରକାଶକ ଥିଲେ । ସେ ୧୮୨୪ ମସିହାରେ ଶାନ୍ତିପ୍ରଭାଙ୍କର କିଛି ଅଂଶ ସଂସ୍କୃତ ମହାଭାରତରୁ ନେପାଳୀ ଭାଷାରେ ଅନୁବାଦ କରିଥିଲେ ଏବଂ ଏହାକୁ ରାଜଧର୍ମ ନାମରେ ପ୍ରକାଶ କରିଥିଲେ, ଯାହାକି ଜଣେ ରାଜାଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଆଧାର ଥିଲା । ସେ ନେପାଳୀରେ ଅନେକ କବିତା ମଧ୍ୟ ଲେଖିଥିଲେ । ସେ ତାଙ୍କ ବିଚାରାଳୟରେ ଲେଖକ ଏବଂ କବିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ଏବଂ ତାଙ୍କ ଉତ୍ସାହରେ ତାଙ୍କ ସାବତ ପୁଅ ବିକ୍ରମ ଶାହା ଏବଂ ସାବତ ନାତି ରାଜେନ୍ଦ୍ର ବିକ୍ରମ ଶାହା ତିନୋଟି ପୁସ୍ତକ ଲେଖିଥିଲେ ।
ଆଧାର
[ସମ୍ପାଦନା]- ↑ Karmacharya 2005, p. 86.
- ↑ Acharya 2012, p. 3.
- ↑ Acharya 2012, p. 62.
- ↑ Ācārya, Bāburāma (2012). Janarala Bhīmasena Thāpā : yinako utthāna tathā patana 2069. Kr̥shṇa. Ācārya (Saṃskaraṇa 1 ed.). Kāṭhamāḍaum̐: Śrīkr̥shṇa Ācārya. ISBN 978-9937-2-4174-8. OCLC 837563659.
- ↑ Whelpton, John (1987). Nepali politics and the rise of Jang Bahadur Rana, 1830–1857 (PhD thesis) (in ଇଂରାଜୀ). SOAS University of London. doi:10.25501/soas.00028837.
- ↑ Nepali, Chitranjan (1965). General Bhimsen Thapa ra Tatkalin Nepal. Kathmandu: Ratna Pustak Bhandar. pp. 38–39.