ରାଜ ଯୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ପତଞ୍ଜଳୀ ଋଷିଙ୍କ ଯୋଗସୂତ୍ର ଅନୁସାରେ ଯୋଗ ଆଠ ପ୍ରକାରର ବା ଯୋଗ ସାଧନା ନିମ୍ନଲିଖିତ ଆଠଟି ଚରଣ ଦେଇ ସମ୍ପନ୍ନ ହୁଏ। [୧]

ସଂସ୍କୃତ ଓଡ଼ିଆ ଅର୍ଥ ଇଂରାଜୀ ଭାବାର୍ଥ
ଯମ ନୈତିକତା moral codes
ନିୟମ ଶୁଦ୍ଧି, ଶୃଙ୍ଖଳା ଅନୁଶାସନ self-purification and study
ଆସନ ଶାରୀରିକ ବ୍ୟାୟାମ posture
ପ୍ରାଣାୟାମ ଶ୍ୱାସ-ପ୍ରଶ୍ୱାସର କସରତ breath control
ପ୍ରତ୍ୟାହାର ଇନ୍ଦ୍ରିୟ ନିଗ୍ରହ withdrawing of the mind from the senses
ଧାରଣା ଆତ୍ମା(ଅସଲ ସ୍ୱରୁପ)ରେ ଏକାଗ୍ରତା concentration
ଧ୍ୟାନ ଧ୍ୟାନ, ଆତ୍ମାରେ ମନୋନିବେଶ deep meditation
ସମାଧି ମନର ବିଲୟ, ଅସଲି ଆତ୍ମତତ୍ତ୍ୱର ସଜାଗ ଉପଲବ୍ଧି Union with the object of meditation

ପ୍ରଥମ ଚାରିଟି ଚରଣ - ଯଥାକ୍ରମେ ଯମ, ନିୟମ, ଆସନ, ପ୍ରାଣାୟାମ ହେଉଛି ବାହ୍ୟ ଶୁଦ୍ଧିର କ୍ରିୟା ଓ ପରବର୍ତ୍ତୀ ଚାରିଟି ଚରଣ-ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି ହେଉଛି ଆଭ୍ୟନ୍ତରୀଣ ଶୁଦ୍ଧିର ଗହନ ଅଭ୍ୟାସ। ପ୍ରଥମ ଚାରିଟି ଚରଣ ସୁଗମ ଓ ପରବର୍ତ୍ତୀ ଚାରିଟି ଚରଣ କଷ୍ଟସାଧ୍ୟ। [୨]

ଯମ[ସମ୍ପାଦନା]

ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ । ଏହା ହେଉଛି ଇନ୍ଦ୍ରିୟମାନଙ୍କର ସଂଯମ, ଆମର ଯେଉଁ ପଞ୍ଚଇନ୍ଦ୍ରିୟ ଯଥା- ଶବ୍ଦ (କାନ), ସ୍ପର୍ଶ (ଚର୍ମ), ରୂ (ଚକ୍ଷୁ), ରସ (ଜିହ୍ୱା) ଓ ଗନ୍ଧ (ନାକ) ଅଛି, ସେମାନଙ୍କର ଉଚିତ ବିବେକାନୁମୋଦିତ ବ୍ୟବହାର । ଏଣୁ ସାଧକର ଦରବାର ଶୁଦ୍ଧ ବୁଦ୍ଧି, ସଂକଳ୍ପିତ ମନ ଓ ସଂଯତ ଇନ୍ଦ୍ରିୟ । ଯମର ବିଭିନ୍ନ ବିଭାଗ ହେଉଛି ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ । ଅହିଂସା କେବଳ କାହାପ୍ରତି ଶାରୀରିକ ଆଘାତ ନ କରିବା ନୁହେଁ, ବଚନରେ କାହାକୁ ଆଘାତଦେବା ଓ ମନରେ କାହାର ଅନିଷ୍ଟ ଚିନ୍ତା ନ କରିବା । ସତ୍ୟାଚରଣ ମଧ୍ୟ ଚିନ୍ତା ବଚନ ଓ କର୍ମରେ କରିବାକୁ ପଡିବ । ଆସ୍ତେୟ ହେଉଛି ଯାହା ନିଜର ନୁହେଁ ତାହାକୁ ଗ୍ରହଣ ନ କରିବା । ଅର୍ଥାତ ଅନ୍ୟର ଜିନିଷ ପ୍ରତି ଲୋଭ ନ କରିବା । ଅପରିଗ୍ରହ ହେଉଛି ଆବୋରି ନ ଧରିବା, ଅନାସକ୍ତ ଭାବ । ଏହି ଦୁଇ ଜୀବନ ପ୍ରଣାଳୀ ହେଉଛି ଯେତିକି ଦରକାର ସେତିକି ସଂଗ୍ରହ କରିବା ଓ ଯଦି ସଂଗୃହୀତ ଦ୍ରବ୍ୟରୁ କିଛି ବଳେ ତାହାକୁ ଅନ୍ୟକୁ ବିତରଣ କରିବା । ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ଯେ ବ୍ରହ୍ମରେ ଚାରଣ କରନ୍ତି - ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତି ଓ କାମନାକୁ ଭଗବତ ଅଭିମୁଖୀ କରାଇ ସମସ୍ତ କାର୍ଯ୍ୟ, ଭାବନା ଓ ବାକ୍ୟ ତାଙ୍କୁ ଅର୍ପଣ କରନ୍ତି ।

ନିୟମ[ସମ୍ପାଦନା]

ଯୋଗର ଦ୍ୱିତୀୟ ଅଙ୍ଗ ନିୟମ ହେଉଛି ଶୃଙ୍ଖଳା ଓ ଭକ୍ତି ମାଧ୍ୟମରେ ବ୍ୟକ୍ତିଗତ ଜୀବନ ଅତିବାହିତ କରିବା । ଏହାର ବିଭାଗମାନ ତପଃ, ଈଶ୍ୱର ପ୍ରଣିଧାନ, ସ୍ୱାଧ୍ୟାୟ, ଶୌଚ ଓ ସନ୍ତୋଷ ।

  • ତପ ହେଉଛି ସତ୍ୟାନୁଶୀଳନ ଓ ଏହି ପଥରେ ଅଗ୍ରସର ହେବା । ଏହା ତିନି ପ୍ରକାର (ଗୀତା ଅଧ୍ୟାୟ-୧୭, ଶ୍ଳୋକ-୧୪, ୧୫, ୧୬) ଶାରୀରିକ, ବାଚିକ ଓ ମାନସିକ ।

ଶାରୀରିକ ତପ - (କ) ଦେବତା, ବ୍ରାହ୍ମଣ, ଗୁରୁ ଓ ମହାପୁରଷଙ୍କୁ ପୂଜା ଓ ଯଥୋଚିତ ସମ୍ମାନ । (ଖ) ବାହ୍ୟ ଓ ଅନ୍ତକରଣର ଶୁଦ୍ଧତା । କାରଣ ଦେହୋଦେବାଳୟ ପ୍ରୋକ୍ତୋଜୀବୋ ଦେବ ସନାତନଃ । ଦେହ ହେଉଛି ଦେବାଳୟ ଓ ଏହା ମଧ୍ୟରେ ବାସ କରୁଥିବା ଜୀବାତ୍ମା ହେଉଛନ୍ତି ଦେବତା । (ଗ) ବ୍ୟବହାରରେ ଶାଳୀନତା (ସଦାଚାର) (ଘ) ବ୍ରହ୍ମଚର୍ଯ୍ୟ (ଙ) ଅହିଂସା ବାଚିକ ତପ ୫ ପ୍ରକାର । (କ) କାହାପ୍ରତି ଉତ୍ତେଜନାପୂର୍ବକ ବାକ୍ୟ ନ କହିବା । (ଖ) ସତ୍ୟ (ଗ) ପ୍ରାୟ (ଘ) ଅନ୍ୟର ମଂଗଳ ନିମିତ୍ତ (ଙ) ଶାସ୍ତ୍ରାନୁମୋଦିତ ବାକ୍ୟ ବହିବ । ମାନସିକ ତପ ୫ ପâକାର - (କ) ମନ ସର୍ବଦା ପâସନ୍ନ ରହିବା (ଖ) ମୌନତା ଯଥା ସମ୍ଭବ ଅବଲମ୍ବନ କରିବା (ଗ) ସୌମ୍ୟଭା ରହିବା (ଘ) ଆତ୍ମାରେ ନିଗ୍ରହ ରହିବା (ଙ) ଭାବାନାଶୁଦ୍ଧ ହେବା ।

  • ଈଶ୍ୱର ପ୍ରଣିଧାନ ହେଉଛି ଈଶ୍ୱରଙ୍କୁ ପ୍ରାଧାନ୍ୟ ଦେବା ଓ ତାଙ୍କଠାରେ ଚିନ୍ତା, କର୍ମ ଓ ବଚନ ସମର୍ପଣ କରିବା । ଯଦି ଆମେ ସ୍ରଷ୍ଟାଙ୍କର ପ୍ରିୟ ହୋଇପାରିଲେ ତେବେ ସୃଷ୍ଟି (ଜଗତ) ଆମ ନିମିତ୍ତ ଅନୁକୂଳ ହୋଇପାରିବ ।
  • ସ୍ୱାଧ୍ୟାୟ ହେଉଛି ଆଧ୍ୟାତ୍ମିକ ଶାସ୍ତ୍ରର ପଠନ ଓ ଏହାକୁ ମନରେ ଅନୁଶୀଳନ । ତାହାହେଲେ କାର୍ଯ୍ୟର ସତକର୍ମ ପ୍ରତିଫଳିତ ହେବ ।
  • ଶୌଚ - ବାହ୍ୟଶୁଚି (ଶରୀର) ଓ ଅନ୍ତଃଶୁଚି (ମନ, ବୁଦ୍ଧି, ଆତ୍ମା) । ଶରୀରକୁ ଜଳଦ୍ୱାରା, ମନକୁ ସତ୍ୟବଚନ ଦ୍ୱାରା, ବୁଦ୍ଧିକୁ ବେଦଜ୍ଞାନ ଦ୍ୱାରା ଓ ଆତ୍ମାକୁ ତପଦ୍ୱାରା ଶୁଦ୍ଧ କରିଥାଏ ।

ସନ୍ତୋଷ ହେଉଛି ମନର ଏକ ଅବସ୍ଥା ଯାହା ସାଧନା ମାଧ୍ୟମରେ ଆସେ । ଆତ୍ମସନ୍ତୋଷ ବିନା ସାଧନାରେ ଅଗâଗତି ହୋଇପାରିବନାହିଁ । ଆତ୍ମବିଶ୍ୱାସ ରହିଲେ ଆତ୍ମସନ୍ତୋଷ ହେବ ଏବଂ ଆତ୍ମ ସନ୍ତୋଷରୁ ଆତ୍ମତ୍ୟାଗ ଓ ତା'ପରେ ଆତ୍ମସାକ୍ଷାତକାର ହୋଇପାରିବ । ଏଣୁ ପ୍ରଥମେ ସାଧକର ନିଜ ଉପରେ ବିଶ୍ୱାସ ରହିବା ଦରକାର । ଯାହାକିଛି ଅତୀତରେ ହୋଇଯାଇଛି, ବର୍ତ୍ତମାନ ହେଉଛି ଅଥବା ଭବିଷ୍ୟତରେ ହେବ, ସେଥିପ୍ରତି କୌଣସି ସୁଖଦୁଃଖ ଭାବ ନରଖି ତାହା ଭଗବାନଙ୍କର ନିଜପ୍ରତି କରୁଣା ଭାବି ସାଧକ ଅଗ୍ରସର ହେବା ଦରକାର । ହତାଶଭାବ ହେଉଛି ଭଗବାନଙ୍କ ବିରୋଧରେ ଅପରାଧ । ସନ୍ତୋଷ ରହିଲେ ହତାଶଭାବ ଦୂରେଇଥାଏ ।

ଆସନ[ସମ୍ପାଦନା]

ଯୋଗର ତୃତୀୟ ଅଙ୍ଗ ହେଉଛି ଆସନ । ପତଞ୍ଜଳୀଙ୍କ ଅନୁସାରେ ଏହି ପ୍ରକିୟା ଯୋଗୀ କୁ ସ୍ଥିର ଓ ସୁଖରେ ବସିବାକୁ ସାହାଯ୍ୟ କରେ ।

ପ୍ରାଣାୟମ[ସମ୍ପାଦନା]

ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟମ ଏହା କେବଳ ଶ୍ୱାସକ୍ରିୟାରେ ଏକ ବ୍ୟାୟାମ ନୁହେଁ । ଏହା ନିଜର ଭାବକୁ ଦୃଢ କରେ ଓ ମନକୁ ନିୟନ୍ତ୍ରଣକୁ ଆଣେ । ମନ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରେ । ଏହା ପ୍ରାଣଶକ୍ତି ନିୟନ୍ତ୍ରଣର ବିଶେଷ କୌଶଳ, ଯାହା ଦ୍ୱାରା ମନ ଇନ୍ଦ୍ରିୟ ମାନଙ୍କ ଠାରୁ ମୁକ୍ତ ହୋଇ, ଅନ୍ତର୍ମୁଖୀ ହୁଏ ।

ପ୍ରତ୍ୟାହାର[ସମ୍ପାଦନା]

ପଞ୍ଚମ ଅଙ୍ଗ ହେଉଛି ପ୍ରତ୍ୟାହାର । ପ୍ରତ୍ୟାହାରର ଆକ୍ଷରିକ ଅର୍ଥ ହେଲା ପ୍ରତି (ନୁହେଁ) + ଆହାର (ଖାଦ୍ୟ) ଯାହା ଶରୀର ମନ ଓ ଆତ୍ମାର ଉପଯୁକ୍ତ ଖାଦ୍ୟ ନୁହେଁ ତାହାକୁ ଗ୍ରହଣ ନକରିବା । ଏହା ବିଶେଷତଃ ଇନ୍ଦ୍ରିୟ ବାସନାର ତ୍ୟାଗ ଉପରେ ପ୍ରତିଷ୍ଠିତ । କାରଣ ତ୍ୟାଗ ଦ୍ୱାରା ହିଁ ଅମୃତତ୍ୱ ପ୍ରାପ୍ତ ହୋଇପାରିବ । ଏହି ଇନ୍ଦ୍ରିୟ ନିଗ୍ରହ ତିନୋଟି ସୋପାନ ଦେଇ ଅତିକ୍ରମ କରାହୁଏ । ଶମ, ଦମ, ଉପରତି । ଶମ ହେଉଛି ଇନ୍ଦ୍ରିୟମାନଙ୍କର ନିବାରଣ । ଉଚିତ ମାର୍ଗରେ ପରିଚାଳିତ କରିବାକୁ ପ୍ରବର୍ତ୍ତାଇବା, ଦମ ଇନ୍ଦ୍ରିୟ ନିୟନ୍ତ୍ରଣ ଓ ଉପରତି ନିରାକରଣ । ଇନ୍ଦ୍ରିୟ ନିରାକରଣ ଅର୍ଥ ସାଧକ ଦେଖିକରି ଦେଖିାରିବେ ନାହିଁ । ଶୁଣି ମଧ୍ୟ ଶୁଣି ପାରିବେ ନାହିଁ ଇତ୍ୟାଦି ।

ଧାରଣା[ସମ୍ପାଦନା]

ଷଷ୍ଠ ଅଙ୍ଗ ହେଉଛି ଧାରଣା । ଏହା ଏକାଗ୍ରତା କୁ ବୁଝାଏ । ବିକ୍ଷିପ୍ତ ମନକୁ କୌଣସି ଏକ ବସ୍ତୁ ଉପରେ କେନ୍ଦ୍ରିତ କରିବାକୁ ଧାରଣା କୁହାଯାଏ ।

ଧ୍ୟାନ[ସମ୍ପାଦନା]

ସପ୍ତମ ଅଙ୍ଗ ଧ୍ୟାନ ଅଟେ । ଏକ ବିଷୟବସ୍ତୁର ଜ୍ଞାନ ନିରନ୍ତର ଏକଭାବେ ପ୍ରବାହିତ ହେଲେ ତାହାକୁ ଧ୍ୟାନ କୁହାଯାଏ । ଏହି ଅବସ୍ଥାରେ କେବଳ ବିଷୟ ବସ୍ତୁର ଜ୍ଞାନ ରହେ ।

ସମାଧି[ସମ୍ପାଦନା]

ସମାଧି ଅବସ୍ଥା ହେଉଛି ଯୋଗର ଉଚ୍ଚତମ ଅବସ୍ଥା । ଯଦି ମନ ଏକ ରୂପ ଉପରେ ନିବିଷ୍ଟ ରହେ ତାକୁ କହନ୍ତି ସମ୍ପ୍ରଜ୍ଞାତ ସମାଧି ଓ ନିରାକାର ଉପରେ ମନ ନିବିଷ୍ଟ ହେଲେ ଅସମ୍ପ୍ରଜ୍ଞାତ ସମାଧି କୁହାଯାଏ । ଯୋଗର ଅନ୍ତିମ ଲକ୍ଷ୍ୟ - ମୁକ୍ତି ।[୩]

ଆଧାର[ସମ୍ପାଦନା]

  1. Scott, John. Ashtanga Yoga: The Definitive Step-by-Step Guide to Dynamic Yoga. New York: Three Rivers Press, 2000. Pp. 14-17.
  2. Stern, Eddie, and Deirdre Summerbell. Sri K. Pattabhi Jois: A Tribute. New York: Eddie Stern and Gwyneth Paltrow, 2002. P. 35.
  3. ମହାନ୍ତି, ସଦାନନ୍ଦ (୨୧ ଜୁନ ୨୦୧୫). "ଯୋଗ ଏକ ଉନ୍ନତ ଜୀବନ ଶୈଳୀ". ସମାଜ. http://samajaepaper.com/epaper/svww_index1.php. Retrieved 21 June 2015.