ରାଜଲକ୍ଷ୍ମୀ ଜୟରାମ

ଉଇକିପିଡ଼ିଆ‌ରୁ
ରାଜଲକ୍ଷ୍ମୀ ଜୟରାମ
ମୃତ୍ୟୁ୧୮ ଅକ୍ଟୋବର ୨୦୨୧(୨୦୨୧-୧୦-୧୮) (୮୨ ବର୍ଷ)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀଡି. ଜୟରାମ
ସନ୍ତାନସି. ଜେ. ରାଜେଶକୁମାର, ସି. ଜେ. ଗିରିଶକୁମାର

ରାଜଲକ୍ଷ୍ମୀ ଜୟରାମ (ମୃତ୍ୟୁ: ୧୮ ଅକ୍ଟୋବର ୨୦୨୧) ଜଣେ ଭାରତୀୟ କଥାଚିତ୍ର ଏବଂ ଥିଏଟର ଅଭିନେତ୍ରୀ ଥିଲେ ଯିଏକି ମୁଖ୍ୟତଃ ମାଲାୟାଲମ୍ ଭାଷାର କଥାଚିତ୍ରରେ କାମ କରୁଥିଲେ ।[୧][୨][୩]

ଅଭିନୟ ଜୀବନ[ସମ୍ପାଦନା]

ନାୟିକା ଭାବରେ ରାଜଲକ୍ଷ୍ମୀଙ୍କ ପ୍ରଥମ ଅଭିନୀତ କଥାଚିତ୍ର ଥିଲା ଭୂମିୟିଲେ ମଲାଖା, ଯେଉଁଥିରେ ସେ ପ୍ରେମ ନଜିରଙ୍କ ନାୟିକା ଭାବରେ କାମ କରିଥିଲେ । ସେ କଳିୟୋଦମ୍ ଏବଂ ମାୟାବୀ ଭଳି ମାଲାୟଲମ୍ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାଜଲକ୍ଷ୍ମୀ ଦେଶାଭିମାନି ଥିଏଟରର ପ୍ରାୟ ପ୍ରମୁଖ ନାଟକର ନାୟିକା ଭାବରେ କାମ କରିଥିଲେ । କୋଟ୍ଟୟମ ଆଟ୍ଟିଙ୍ଗାଲ୍ ମ୍ୟୁନିସିପାଲ୍ କର୍ପୋରେସନ୍‌ର ପୂର୍ବତନ ଅଧ୍ୟକ୍ଷ ଡି ଜୟରାମଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ତାଙ୍କର ଦୁଇ ପୁଅ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି ।

ମୃତ୍ୟୁ[ସମ୍ପାଦନା]

୨୦୨୧ ମସିହାର ଅକ୍ଟୋବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. "ആദ്യകാല ചലച്ചിത്ര നടി രാജലക്ഷ്മി നിര്യാതയായി". keralakaumudi. Retrieved 19 October 2021.
  2. "Actress Rajalakshmi dies at the age of 82". jsnewstimes. Archived from the original on 29 December 2021. Retrieved 19 October 2021.
  3. "നടി രാജലക്ഷ്മി അന്തരിച്ചു". samakalikamalayalam. Retrieved 19 October 2021.
  4. "പ്രേംനസീറിന്റെ ആദ്യകാല നായിക". manoramaonline. Retrieved 19 October 2021.
  5. "നടി രാജലക്ഷ്മി അന്തരിച്ചു". metrojournalonline. Retrieved 19 October 2021.

ବାହାର ଲିଙ୍କ୍[ସମ୍ପାଦନା]