ରାଜକିଶୋର ସାମନ୍ତରାୟ
Appearance
ରାଜକିଶୋର ସାମନ୍ତରାୟ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପର ଅଧିକାରୀ | ଶ୍ୟାମ ସୁନ୍ଦର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ରାଉରକେଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ମାର୍ଚ୍ଚ ୧୯୨୮ |
ମୃତ୍ୟୁ | ୫ ସେପ୍ଟେମ୍ବର ୨୦୦୪ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସମାଜବାଦୀ ପାର୍ଟି |
ଜୀବନ ସାଥୀ | ପଦ୍ମିନୀ ସାମନ୍ତରାୟ |
ବାପା/ବୋଉ | ହୃଷିକେଶ ସାମନ୍ତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜକିଶୋର ସାମନ୍ତରାୟ (୧୫ ମାର୍ଚ୍ଚ ୧୯୨୮ - ୫ ସେପ୍ଟେମ୍ବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜକିଶୋର ସାମନ୍ତରାୟ ୧୯୨୮ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଷିକେଶ ସାମନ୍ତରାୟ ଓ ପତ୍ନୀଙ୍କ ନାମ ପଦ୍ମିନୀ ସାମନ୍ତରାୟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜକିଶୋର ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାଜକିଶୋର ୫ ସେପ୍ଟେମ୍ବର ୨୦୦୪ରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Rajkishore Samantarai". odishaassembly.nic.in. Odisha Assembly. Retrieved 20 November 2020.