ରହମାନ ରାହୀ

ଉଇକିପିଡ଼ିଆ‌ରୁ


ରହମାନ ରାହୀ‌
ଜନ୍ମ ଓ ଜନ୍ମସ୍ଥାନ (1925-05-06) ୬ ମଇ ୧୯୨୫ (ବୟସ ୯୮)
ବୃତ୍ତିଲେଖକ
ଭାଷାକାଶ୍ମିରୀ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (୧୯୬୧)
ଜ୍ଞାନପୀଠ ପୁରସ୍କାର (୨୦୦୪)

ଅବଦୂର ରହମାନ ରାହୀ ( ଜନ୍ମ : ୬ ମଇ ୧୯୨୫, ଶ୍ରୀନଗର ) ଜଣେ କାଶ୍ମିରୀ କବି, ଅନୁବାଦକ ଓ ସାହିତ୍ୟ ସମାଲୋଚକ ଅଟନ୍ତି । ୧୯୬୧ରେ ସେ କବିତା ସଂକଳନ " ନୱରୋଜ-ଇ-ସବା" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲେ । ସେ ୨୦୦୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୦୪ ବର୍ଷ ପାଇଁ ସେ ନିଜ ପୁସ୍ତକ "ସିୟା ରୁଦ ଜାୟେରେଁ ମଞ୍ଜ" ପାଇଁ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ ।

ରହମାନ ରାହୀ ୧୯୪୮ରେ ଜଣେ ସରକାରୀ କିରାଣୀ ଭାବରେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । କ୍ରମେ ସେ ପ୍ରଗତିଶୀଳ ଲେଖକ ସଂଘରେ ଯୋଗଦେଇଥିଲେ ଓ ଏହାର ସଚିବ ହୋଇଥିଲେ । ପ୍ରଗତିଶୀଳ ଲେଖକ ସଂଘର ସାହିତ୍ୟ ପତ୍ରିକା "କ୍ୱାଙ୍ଗ ପୋଷ" ମଧ୍ୟ ସେ ସମ୍ପାଦନା କରିଥିଲେ । ପରବର୍ତ୍ତୀ ସମୟରେ ସେ ଉର୍ଦ୍ଦୁ ଖବରକାଗଜ "ଖିଦମତ"ର ସହ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ସେ ଜାମ୍ମୁ ଓ କାଶ୍ମୀର ବିଶ୍ୱ ବିଦ୍ୟାଳୟରୁ ପାର୍ସୀ ( ୧୯୫୨ ) ଓ ଇଂରାଜୀ ( ୧୯୬୨ ) ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଏହି ବିଶବିଦ୍ୟାଳୟରେ ସେ ପାର୍ସୀ ଭାଷା ଶିକ୍ଷା ମଧ୍ୟ ଦେଉଥିଲେ । ଉର୍ଦ୍ଦୁ ଖବରକାଗଜ "ଆଜକାଲ"ରେ ମଧ୍ୟ ସେ ୧୯୫୩ରୁ ୧୯୫୫ ପର୍ଯ୍ୟନ୍ତ ସମ୍ପାଦକ ଥିଲେ । ସେ ଛାତ୍ରାବସ୍ଥାରେ କମୁନିଷ୍ଟ ପାର୍ଟି ସହିତ ଜଡ଼ିତ ଥିଲେ । "ବାବା ଫରିଦ"ଙ୍କ ରଚନା ସେ ପଞ୍ଜାବୀ ଭାଷାରୁ କାଶ୍ମିରୀ ଭାଷାକୁ ଅନୁବାଦ କରିଥିଲେ ।.ଆଲବର୍ଟ କାମସ, ଜାଁ ପଲ, ସତ୍ରେ ଓ ଦିନା ନାଥ ନାଦୀମଙ୍କ ପ୍ରଭାବ ତାଙ୍କ ଉପରେ ପଡିଥିଲା ଓ ତାହା ତାଙ୍କ ରଚନା ମାଧ୍ୟମରେ ପ୍ରକାଶ ପାଇଥିଲା ।

ରଚନାବଳୀ[ସମ୍ପାଦନା]

ରାହୀଙ୍କର ପ୍ରମୂଖ ରଚନା ମଧ୍ୟରୁ :

  • ସନା-ୱାନି ସାଜ (କବିତା) - ୧୯୫୨
  • ସୁଖୋକ ସୋଦା (କବିତା)
  • କଲାମ-ଏ-ରାହୀ (କବିତା)
  • ନୱରୋଜ-ଇ-ସବା (କବିତା) - ୧୯୫୮
  • କହୱତ (ସମାଲୋଚନା)
  • କାଶୀର ଶାରା ସୋମ୍ବ୍ରାନ
  • ଆଜିଚ କାଶିର ସାୟରୀ
  • କାଶୀର ନାଗମତି ସାୟରୀ
  • ବାବା ଫରିଦ (ଅନୁବାଦ)
  • ସବା ମୁଲାକାତ
  • ଫାଫମୁଭ ଜାର୍ତୁଶ୍ତଦିଆ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]