ରମେଶ ଭଟ

ଉଇକିପିଡ଼ିଆ‌ରୁ
ରମେଶ ଭଟ
Ramesh Bhat in 2011 film Sri Naga Shakthi
ଜନ୍ମ (1946-01-07) ୭ ଜାନୁଆରୀ ୧୯୪୬ (ବୟସ ୭୮)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ପ୍ରଯୋଜକ

ରମେଶ ଭଟ (ଜନ୍ମ: ୭ ଜାନୁଆରୀ ୧୯୪୬) ଜଣେ ଭାରତୀୟ ଅଭିନେତା ।[୨] ସେ ମୁଖ୍ୟତଃ କନ୍ନଡ଼-ଭାଷୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରମେଶ ଭଟ ୧୯୪୬ ମସିହାର ଜାନୁଆରୀ ୭ ତାରିଖରେ କୁଣ୍ଡାପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମଙ୍କିରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ଜବାହାରଲାଲ ନେହେରୁଙ୍କ ଭଳି ଜାତୀୟ ନେତାମାନଙ୍କର ଭୂମିକାରେ ସ୍କୁଲ ଡ୍ରାମରେ ଅଭିନୟ କରିଥିଲେ । ତାଙ୍କ ବାପା ରତ୍ନାକର ରାଓ ବାଙ୍ଗାଲୋରକୁ ବଦଳି ହୋଇଯିବାପରେ ସେ ବାଙ୍ଗାଲୋର ଚାଲିଯାଇଥିଲେ ଏବଂ ସେଠାରେ ଚାମରାଜାପେଟଠାରେ ଥିବା ମଡେଲ ହାଇସ୍କୁଲରେ ପଢ଼ିଥିଲେ । ଏହାପରେ ସେ ବାଙ୍ଗାଲୋରର ଏସଜେ ପଲିଟେକ୍ନିକ୍‌ରୁ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ସେ ତାଙ୍କ ବାପାଙ୍କ ବ୍ୟବସାୟରେ ଯୋଗଦେବା ପୂର୍ବରୁ ଜଣେ ଫିଟର୍ ଭାବରେ କାର୍ଯ୍ୟ କରୁଥିଲେ । ସେ ନିଜର ବ୍ୟବସାୟ ଚଳାଉଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୧୯୬୦ ଏବଂ ୧୯୭୦ ଦଶକରେ ସେ ସ୍ପନ୍ଦନା, ନାଟରଙ୍ଗ ଏବଂ ବେନାକା ଭଳି ଥିଏଟର ଦଳ ସହିତ କାମ କରିଥିଲେ । ଥିଏଟରରେ କାମ କରିବା ଫଳରେ ଶଙ୍କର ନାଗଙ୍କ ସହିତ ତାଙ୍କର ସମ୍ପର୍କ ବଢ଼ିଥିଲେ ଏବଂ ଅନେକ ନାଟକ, ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରିଥିଲେ ।[୧] ସେ ମାଲଗୁଡ଼ି ଡେସ୍ ଧାରାବାହିକର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ୧୯୮୩ ମସିହାରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା କଥାଚିତ୍ର ପରମେଶି ପ୍ରେମ ପ୍ରସଙ୍ଗର ନିର୍ଦ୍ଦେଶନା ଦେଇଥିଲେ ।

ପୁରସ୍କାର[ସମ୍ପାଦନା]

  • ୨୦୧୦: କର୍ଣ୍ଣାଟକ ରାଜୋତ୍ସବ ପୁରସ୍କାର[୩]
  • ୨୦୧୦–୧୧: ଶ୍ରେଷ୍ଠ ସହାୟକ ଅଭିନେତା - କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଉୟାଲେ[୪]
  • ୨୦୧୫: ଶ୍ରେଷ୍ଠ ସହାୟକ ଅଭିନେତା - କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ମନ ମନ୍ଥନ[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Full of surprises". Deccan Herald. 17 July 2012. Archived from the original on 2 February 2016. Retrieved 2016-01-15."Full of surprises". Deccan Herald. 17 July 2012. Archived from the original on 2 February 2016. Retrieved 15 January 2016.
  2. "Nodi Swamy, get up close and personal with Ramesh Bhat". The Hindu. 19 January 2013. Archived from the original on 31 August 2014. Retrieved 2016-01-15.
  3. "Infosys CEO Gopalakrishnan, Ullas Karanth bag top Karnataka award". The Hindu. 30 October 2010. Archived from the original on 11 October 2020. Retrieved 2016-01-15.
  4. "Puneeth Rajkumar, Kalyani walk away with top awards". The Times Of India. 6 April 2012. Archived from the original on 24 September 2016. Retrieved 2016-01-26.
  5. "Karnataka State Film Awards, 2015: Full List". Archived from the original on 18 May 2016. Retrieved 18 May 2016.

ବାହାର ଲିଙ୍କ୍[ସମ୍ପାଦନା]