ରବୀନ୍ଦ୍ର ସରୋବର ହ୍ରଦ
ରବୀନ୍ଦ୍ର ସରୋବର (Bengali: রবীন্দ্র সরবর) (ପୂର୍ବତନ ଢାକୁରିଆ ହ୍ରଦ) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ କଲିକତାଠାରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ ।
ଏହାର ଚତୁର୍ଦିଗରେ ଦକ୍ଷିଣ ଆଭେନ୍ୟୁ,ରାସବିହାରୀ ଆଭେନ୍ୟୁ ଧାକୁରିଆ ଓ କଲିକତା ସବ ଅରବାନ ରେଳପଥ ଘୃ ରହିଛନ୍ତି । ,
ଇତିହାସ
[ସମ୍ପାଦନା]୧୯୨୦ ମସିହାର ପ୍ରାରମ୍ଭରେ କଲିକତା ଉନ୍ନୟନ ଟ୍ରଷ୍ଟ ୧୯୨ ଏକର କର୍ଦମାକ୍ତ ଜଙ୍ଗଲ ଅଞ୍ଚଳ ଅଧିଗ୍ରହଣ କଲେ ।ଏହି ଅଞ୍ଚଳକୁ ଉନ୍ନୟନ କରି ଏଠାରେ ବାସ ଗୃହ ନିର୍ମାଣର ଯୋଜନା ରାଖି ଏଥିପାଇଁ ରାସ୍ତା ଓ ପାର୍ଶ୍ୱବର୍ତୀ ଅଞ୍ଚଳ ଉନ୍ନୟନ କଲେ । ଏଠାରେ ମଧ୍ୟ ଭାଗ ଖନନ କରି ଏକ ବିଶାଳ ହ୍ରଦର ନିର୍ମାଣ କାଲେ । ଏହା ସେ ସମୟରେ ଧକୁରିଆ ହ୍ରଦ ନାମରେ ପରିଚିତ ହେଲା । ୧୯୬୮ ମଯ ମାସରେ ତାହାକୁ ରବୀନ୍ଦ୍ର ସରୋବର ନାମ ଦିଆ ଗଲା ।ଏହା ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ ରବୀନ୍ଦ୍ର ନାଥ ଠାକୁରଙ୍କ ସମ୍ମାନାର୍ଥେ ଦିଆଯାଇଥିଲା ଓ ଏହାର ପାର୍ଶ୍ୱବର୍ତୀ ଅଞ୍ଚଳ ମଧ୍ୟ ରବୀନ୍ଦ୍ର ସରୋବ ରଞ୍ଚଲ ଭାବରେ ପରିଚିତ ହେଲା ।
ଏହି ହ୍ରଦର ଚତୁର୍ପାର୍ଶ୍ୱରେ ବାସ ଗୃହ ମାନ ନିର୍ମିତ ହେବା ସହ ପାର୍କ , ଅଡିଟୋରିମ ଆଦି ମଧ୍ୟ ନିର୍ମିତ ହେଲା । ଏହା କଲିକତା ସହରର ସବୁଠୁ ଜନପ୍ରିୟ ରହଣି ସ୍ଥାନ ଭାବରେ ପରିଚିତ । ଏହି ହ୍ରଦ ନିକଟରେ ବହୁ ପୁରାତନ ବୃକ୍ଷ ମାନ ରହିଥିବାରୁ ଏହା ପରିବେଶକୁ ଆହୁରି ସୁନ୍ଦର ରଖିଥାଏ । ଶୀତ କାଳରେ ହ୍ରଦକୁ ବହୁ ବିଦେଶାଗତ ପକ୍ଷୀ ମଧ୍ୟ ଆଗମନ କରିଥାନ୍ତି ।
ମୁଖ୍ୟ ଆକର୍ଷଣ
[ସମ୍ପାଦନା]- ୧୯୫୦ ମସିହାରୁ ଏହି ହ୍ରଦ ନିକଟରେ ରବୀନ୍ଦ୍ର ସରୋବର ଷ୍ଟାଡିୟମ ନାମରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମିତ ହୋଇଛି । ଏଠାରେ ୨୬,୦୦୦ ଲୋକ ବସିବାର ସୁବିଧା ରହିଛି ।
- ଏହାର ଉତ୍ତରରେ ମୁକ୍ତ ମଞ୍ଚ ନାମରେ ଏକ ଥିଏଟର ରହିଛି ।
- ହ୍ରଦର ଦକ୍ଷିଣରେ ଏକ ଜାପାନୀ ବୁଦ୍ଧ ମନ୍ଦିର ରହିଛି । ଏହା କଲିକତାର ଏକମାତ୍ର ବୁଦ୍ଧ ମନ୍ଦିର । ଏହା ୧୯୩୫ ମସିହାରେ ଜାପାନୀ ନିଚିଦାତ୍ସୁ ଫିଜୀ , ଯିଏ ବିଶ୍ୱ ବୁଦ୍ଧ ଆସୋସିଏସନ ପ୍ରତିଷ୍ଠା କରିଥିଲେ , ତାଙ୍କଦ୍ୱାରା ସ୍ଥାପିତ ହେଇଥିଲା ।
- ୧୯୨୬ରେ ନିର୍ମିତ ଏକ ମସଜିଦ ହ୍ରଦ ସ୍ଥ ଏକ ଦ୍ୱିପରେ ରହିଛି । ଖନନ ବେଳେ ଏହା ଭୂମି ତଳୁ ଉଦ୍ଧାର ହେଇଥିଲା ଓ ତାହାକୁ ପୁନର୍ନିର୍ମାଣ କରାଯାଇଥିଲା ।
- ଏହି ମସଜିଦକୁ ଯିବା ପାଇଁ ଏକ ଝୁଲା ସେତୁର ନିର୍ମାଣ ହେଇଛି । ସେତୁ ତଳେ ଏକ ମାଛ ସଂଗ୍ରହାଳୟ ମଧ୍ୟ ନିର୍ମିତ ହେଇଛି ।
- ଏହି ହ୍ରଦରେ ସ୍ୱୀମିଂ ଓ ରୋୟିଂର ସୁବିଧା ରହିଛି । ଅନେକ ଜାତୀୟ ସ୍ତରର ପ୍ରତିଯୋଗିତା ଏଠାରେ ହେଇଥାଏ ।
ଅବକ୍ଷୟ
[ସମ୍ପାଦନା]ଏହି ହ୍ରଦ ବର୍ତ୍ତମାନ ପରିବେଶ ପ୍ରଦୂଷଣ ଯୋଗୁ ଅବକ୍ଷୟ ଅବସ୍ଥାକୁ ଆସିଲାଣି । ଏହାକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଜାତୀୟ ହ୍ରଦ ସୁରକ୍ଷ୍ୟା ଯୋଜନାରେ ଅନାରଭୁକ୍ତ କରି ଏହାର ସୁରକ୍ଷ୍ୟା ଦିଗରେ ଧ୍ୟାନ ଦେଇଛନ୍ତି ।
ଯାତାୟତ
[ସମ୍ପାଦନା]ରବୀନ୍ଦ୍ର ସରୋବର ଦମ ଦମ ବିମାନ ବନ୍ଦରଠାରୁ ୩୦ କିଲୋମିଟର ଓ ହାୱଡା ରେଳ ଷ୍ଟେସନଠାରୁ ୧୨ କିଲୋମିଟର ଦୂର । ଏଠାକୁ କଲିକତା ମେଟ୍ରୋ ଟ୍ରେନ ଚଳାଚଳ କରେ ।
ଆଧାର
[ସମ୍ପାଦନା]- a description of Rabindra Sarovar in Rainwaterharvesting
- a reference to Rabindra Sarobar in Clickindia.com Archived 2011-08-19 at the Wayback Machine.
- a reference to the Pavilion Hall, Rabindra Sarovar in "The Telegraph"