ରବୀନ୍ଦ୍ର ସରୋବର ହ୍ରଦ

ଉଇକିପିଡ଼ିଆ‌ରୁ

ରବୀନ୍ଦ୍ର ସରୋବର  (Bengali: রবীন্দ্র সরবর) (ପୂର୍ବତନ ଢାକୁରିଆ ହ୍ରଦ)  ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଦକ୍ଷିଣ କଲିକତାଠାରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । 

Rabindra Sarobar with a view of South City

ଏହାର ଚତୁର୍ଦିଗରେ ଦକ୍ଷିଣ ଆଭେନ୍ୟୁ,ରାସବିହାରୀ ଆଭେନ୍ୟୁ ଧାକୁରିଆ ଓ କଲିକତା ସବ ଅରବାନ ରେଳପଥ ଘୃ ରହିଛନ୍ତି । ,

ଇତିହାସ[ସମ୍ପାଦନା]

 ୧୯୨୦ ମସିହାର ପ୍ରାରମ୍ଭରେ କଲିକତା ଉନ୍ନୟନ ଟ୍ରଷ୍ଟ ୧୯୨ ଏକର କର୍ଦମାକ୍ତ ଜଙ୍ଗଲ ଅଞ୍ଚଳ ଅଧିଗ୍ରହଣ କଲେ ।ଏହି ଅଞ୍ଚଳକୁ ଉନ୍ନୟନ କରି ଏଠାରେ ବାସ ଗୃହ ନିର୍ମାଣର ଯୋଜନା ରାଖି ଏଥିପାଇଁ ରାସ୍ତା ଓ ପାର୍ଶ୍ୱବର୍ତୀ ଅଞ୍ଚଳ ଉନ୍ନୟନ କଲେ । ଏଠାରେ ମଧ୍ୟ ଭାଗ ଖନନ କରି ଏକ ବିଶାଳ ହ୍ରଦର ନିର୍ମାଣ କାଲେ । ଏହା ସେ ସମୟରେ ଧକୁରିଆ ହ୍ରଦ ନାମରେ ପରିଚିତ ହେଲା । ୧୯୬୮ ମଯ ମାସରେ ତାହାକୁ ରବୀନ୍ଦ୍ର ସରୋବର ନାମ ଦିଆ ଗଲା ।ଏହା ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ ରବୀନ୍ଦ୍ର ନାଥ ଠାକୁରଙ୍କ ସମ୍ମାନାର୍ଥେ ଦିଆଯାଇଥିଲା ଓ ଏହାର ପାର୍ଶ୍ୱବର୍ତୀ ଅଞ୍ଚଳ ମଧ୍ୟ ରବୀନ୍ଦ୍ର ସରୋବ ରଞ୍ଚଲ  ଭାବରେ ପରିଚିତ ହେଲା ।     

ଏହି ହ୍ରଦର ଚତୁର୍ପାର୍ଶ୍ୱରେ ବାସ ଗୃହ ମାନ ନିର୍ମିତ ହେବା ସହ ପାର୍କ , ଅଡିଟୋରିମ ଆଦି ମଧ୍ୟ ନିର୍ମିତ ହେଲା । ଏହା କଲିକତା ସହରର ସବୁଠୁ ଜନପ୍ରିୟ ରହଣି ସ୍ଥାନ ଭାବରେ ପରିଚିତ । ଏହି ହ୍ରଦ ନିକଟରେ ବହୁ ପୁରାତନ ବୃକ୍ଷ ମାନ ରହିଥିବାରୁ ଏହା ପରିବେଶକୁ ଆହୁରି ସୁନ୍ଦର ରଖିଥାଏ । ଶୀତ କାଳରେ ହ୍ରଦକୁ ବହୁ ବିଦେଶାଗତ ପକ୍ଷୀ ମଧ୍ୟ ଆଗମନ କରିଥାନ୍ତି । 

ମୁଖ୍ୟ ଆକର୍ଷଣ [ସମ୍ପାଦନା]

  • ୧୯୫୦ ମସିହାରୁ ଏହି ହ୍ରଦ ନିକଟରେ ରବୀନ୍ଦ୍ର ସରୋବର ଷ୍ଟାଡିୟମ ନାମରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମିତ ହୋଇଛି । ଏଠାରେ ୨୬,୦୦୦ ଲୋକ ବସିବାର ସୁବିଧା ରହିଛି । 
  • ଏହାର ଉତ୍ତରରେ ମୁକ୍ତ ମଞ୍ଚ ନାମରେ ଏକ ଥିଏଟର ରହିଛି । 
  • ହ୍ରଦର ଦକ୍ଷିଣରେ ଏକ ଜାପାନୀ ବୁଦ୍ଧ ମନ୍ଦିର ରହିଛି । ଏହା କଲିକତାର ଏକମାତ୍ର ବୁଦ୍ଧ ମନ୍ଦିର । ଏହା ୧୯୩୫ ମସିହାରେ ଜାପାନୀ ନିଚିଦାତ୍ସୁ ଫିଜୀ , ଯିଏ ବିଶ୍ୱ ବୁଦ୍ଧ ଆସୋସିଏସନ ପ୍ରତିଷ୍ଠା କରିଥିଲେ , ତାଙ୍କଦ୍ୱାରା ସ୍ଥାପିତ ହେଇଥିଲା । 
  • ୧୯୨୬ରେ ନିର୍ମିତ ଏକ ମସଜିଦ ହ୍ରଦ ସ୍ଥ ଏକ ଦ୍ୱିପରେ ରହିଛି । ଖନନ ବେଳେ ଏହା ଭୂମି ତଳୁ ଉଦ୍ଧାର ହେଇଥିଲା ଓ ତାହାକୁ ପୁନର୍ନିର୍ମାଣ କରାଯାଇଥିଲା । 
  • ଏହି ମସଜିଦକୁ ଯିବା ପାଇଁ ଏକ ଝୁଲା ସେତୁର ନିର୍ମାଣ ହେଇଛି । ସେତୁ ତଳେ ଏକ ମାଛ ସଂଗ୍ରହାଳୟ ମଧ୍ୟ ନିର୍ମିତ ହେଇଛି । 
  • ଏହି ହ୍ରଦରେ ସ୍ୱୀମିଂ ଓ ରୋୟିଂର ସୁବିଧା ରହିଛି । ଅନେକ ଜାତୀୟ ସ୍ତରର ପ୍ରତିଯୋଗିତା ଏଠାରେ ହେଇଥାଏ । 

ଅବକ୍ଷୟ[ସମ୍ପାଦନା]

ଏହି ହ୍ରଦ ବର୍ତ୍ତମାନ ପରିବେଶ ପ୍ରଦୂଷଣ ଯୋଗୁ ଅବକ୍ଷୟ ଅବସ୍ଥାକୁ ଆସିଲାଣି । ଏହାକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଜାତୀୟ ହ୍ରଦ ସୁରକ୍ଷ୍ୟା ଯୋଜନାରେ ଅନାରଭୁକ୍ତ କରି ଏହାର ସୁରକ୍ଷ୍ୟା ଦିଗରେ ଧ୍ୟାନ ଦେଇଛନ୍ତି । 

ଯାତାୟତ [ସମ୍ପାଦନା]

ରବୀନ୍ଦ୍ର ସରୋବର ଦମ ଦମ ବିମାନ ବନ୍ଦରଠାରୁ ୩୦ କିଲୋମିଟର ଓ ହାୱଡା ରେଳ ଷ୍ଟେସନଠାରୁ ୧୨ କିଲୋମିଟର ଦୂର । ଏଠାକୁ କଲିକତା  ମେଟ୍ରୋ ଟ୍ରେନ ଚଳାଚଳ କରେ । 

ଆଧାର [ସମ୍ପାଦନା]

ପୁନଶ୍ଚ ପଠନ [ସମ୍ପାଦନା]