ରବି ଶତପଥୀ

ଉଇକିପିଡ଼ିଆ‌ରୁ
ରବି ଶତପଥୀ
ଜନ୍ମ
କଲଦୀପ, କୁଜଙ୍ଗ, ଜଗତସିଂହପୁର
ମୃତ୍ୟୁନଭେମ୍ବର ୧୭, ୨୦୨୩(୨୦୨୩-୧୧-୧୭)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା (ଯାତ୍ରା)
ଉଲ୍ଲେଖନୀୟ କୃତିଶାଗୁଣା ବସିଛି ଡେଣା ମେଲେଇ

ରବି ଶତପଥୀ (ମୃତ୍ୟୁ: ୨୦୨୩) ଜଣେ ଓଡ଼ିଆ ଯାତ୍ରା ଅଭିନେତା ଥିଲେ, ଯିଏକି ୫୦୦ରୁ ଅଧିକ ନାଟକରେ ଅଭିନୟ କରିଥିଲେ ।[୧][୨] ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ କଲଦୀପ ଗ୍ରାମରେ ଜନ୍ମିତ[୩] ଶତପଥୀ ଜନତା ଗଣନାଟ୍ୟର ଲୋକପ୍ରିୟ ଯାତ୍ରା ଶାଗୁଣା ବସିଛି ଡେଣା ମେଲେଇର ହାସ୍ୟ ଅଭିନେତା ପଦୁ ମହାନ୍ତି ଚରିତ୍ର ପାଇଁ ଜଣାଶୁଣା ଥିଲେ ।[୪][୫] ସେ ଗୌରୀ ଗଣନାଟ୍ୟ, କୋଣାର୍କ ଗଣନାନ୍ୟ, ଶିବାନୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ଇନ୍ଦ୍ର ମହଲ, ରଙ୍ଗ ମହଲ, ବିଶ୍ୱ ରଙ୍ଗମହଲ, ସୂର୍ଯ୍ୟ ମହଲ ଭଳି ‌ଯାତ୍ରା ଅନୁଷ୍ଠାନରେ ହାସ୍ୟ ଅଭିନେତା ଭାବରେ କାମ କରିଥିଲେ ।[୬]

ଅଭିନୀତ ଯାତ୍ରା[ସମ୍ପାଦନା]

  • ଶାଗୁଣା ବସିଛି ଡେଣା ମେଲେଇ
  • ମୋ ପେଁକାଳି ବଜେଇ ଦେ
  • ଅର୍ଦ୍ଧାଙ୍ଗିନୀ
  • ବେଳ ବୁଡ଼ିଗଲେ ବେବିନା କାନ୍ଦେ

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ନଭେମ୍ବର ୧୭ ତାରିଖରେ ଫୁସଫୁସ କର୍କଟରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।[୯] ୨୦୨୩ ମସିହାର ରଜ ସମୟରେ ଯାତ୍ରା ଋତୁ ଆରମ୍ଭ ହେବାପରେ ସେ ଅଭିନୟ ପାଇଁ ପ୍ରସ୍ତୁତ ହେଉଥିବାବେଳେ କର୍କଡ଼ ରୋଗ ଯୋଗୁଁ ଚିକିତ୍ସିତ ହେଉଥିଲେ ।[୧୦][୧୧]

ଆଧାର[ସମ୍ପାଦନା]

  1. "ଯାତ୍ରା ଜଗତର ହାସ୍ୟ ଅଭିନେତା ରବି ଶତପଥୀଙ୍କ ପରଲୋକ". ETV Bharat News. Archived from the original on 18 November 2023. Retrieved 18 November 2023.
  2. "ଆଉ ନାହାନ୍ତି ବରିଷ୍ଠ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ". ସମ୍ବାଦ. 18 November 2023. Archived from the original on 18 November 2023. Retrieved 18 November 2023.
  3. Baliarsingh, Cassian (17 November 2023). "Popular Jatra comedian Rabi Satapathy loses battle to cancer". OdishaTV (in Indian English). Archived from the original on 18 November 2023. Retrieved 18 November 2023.
  4. "Popular Jatra Artiste Rabi Satpathy Passes Away After Battling Liver Cancer | Odisha". OMMCOM News (in ଆମେରିକୀୟ ଇଂରାଜୀ). 17 November 2023. Archived from the original on 18 November 2023. Retrieved 18 November 2023.
  5. Sethy, Rajesh (18 November 2023). "ପରଲୋକରେ ହାସ୍ୟ ଅଭିନେତା ରବି ଶତପଥୀ: କୁଜଙ୍ଗସ୍ଥିତ ବାସଭବନରେ ଆଖି ବୁଜିଲେ ଭେଟେରାନ ଯାତ୍ରା କଳାକାର". Kanak News. Archived from the original on 18 November 2023. Retrieved 18 November 2023.
  6. Nayak, Subadh (17 November 2023). "Noted Jatra comedian Rabi Satpathy, the Padu Mohanty of Saguna Basichi Dena Melai, dies". KalingaTV (in ଆମେରିକୀୟ ଇଂରାଜୀ). Archived from the original on 18 November 2023. Retrieved 18 November 2023.
  7. "Jatra artiste,stand-up comedian Rabi Satpathy passes away". Prameya News (in Indian English). 17 November 2023. Archived from the original on 18 November 2023. Retrieved 18 November 2023.
  8. "ଆଉ ନାହାନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ". Odisha Sambad. 17 November 2023. Archived from the original on 18 November 2023. Retrieved 18 November 2023.
  9. Pande, Hemanta (17 November 2023). "Odia Jatra Comedian Rabi Satpathy Passes Away". Argus News English (in Indian English). Archived from the original on 18 November 2023. Retrieved 18 November 2023.
  10. "ପରଲୋକରେ ଯାତ୍ରା ଜଗତର କମେଡି କିଙ୍ଗ୍‌ ରବି ଶତପଥୀ, ୫୦୦ରୁ ଅଧିକ ନାଟକରେ କରିଥିଲେ ଅଭିନୟ". ସକାଳ. 17 November 2023. Retrieved 18 November 2023.
  11. "Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ". Zee ଓଡ଼ିଶା News. 18 November 2023. Archived from the original on 18 November 2023. Retrieved 18 November 2023.