ରବି ନାରାୟଣ ରଥ
ରବି ନାରାୟଣ ରଥ | |
---|---|
ଜନ୍ମ | ତିଆଡ଼ିସାହି, ପୁରୀ | ୭ ମାର୍ଚ୍ଚ ୧୯୬୦
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଲଳିତ କଳା) |
ଶିକ୍ଷାନୁଷ୍ଠାନ | ଶାନ୍ତି ନିକେତନ, ଏମ୍.ଏସ୍. ବିଶ୍ୱବିଦ୍ୟାଳୟ, ବରୋଦା |
ପ୍ରସିଦ୍ଧି | ଭାସ୍କର୍ଯ୍ୟ ଶିଳ୍ପୀ |
ବୈବାହିକ-ସାଥୀ | ଜୟଶ୍ରୀ |
ସନ୍ତାନ | କୋରାପ୍ରସାଦ,ଅପୂପା |
ପିତାମାତା | ବିନାୟକ ରଥ, ହରପ୍ରିୟା ରଥ |
ରବି ନାରାୟଣ ରଥ, ପୁରୀ ତିଆଡ଼ିସାହିରେ ଜନ୍ମିତ, ଜଣେ ଭାସ୍କର୍ଯ୍ୟ ଶିଳ୍ପୀ । ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣଶିଳ୍ପୀ ଭାବରେ ସେ ତାଙ୍କର ବିଶେଷ ପରିଚୟ ରହିଛି । ଛୋଟବେଳୁ ଚିତ୍ର ଆଙ୍କିବା ଓ ମୂର୍ତ୍ତୀ ଗଢିବାରେ ତାଙ୍କର ଆଗ୍ରହ ରହିଥିଲା ଓ ପୁରୀର ବିଭିନ୍ନ ପର୍ବପର୍ବାଣିରେ ପ୍ରସ୍ତୁତ ଚିତ୍ରକଳା ତାଙ୍କୁ ପ୍ରଭାବିତ କରିଥିଲା ।
ରବି ନାରାୟଣ, ଶାନ୍ତି ନିକେତନରୁ ଲଳିତ କଳାରେ ସ୍ନାତକ ଓ ବରୋଦାର ଏମ୍.ଏସ୍. ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ସେ "ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ"ରେ ଅଧ୍ୟାପନା କରିଛନ୍ତି । ଭୁବନେଶ୍ୱରଠାରେ ଅବସ୍ଥିତ, ସୁଭଦ୍ରା ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା କରିବା ସହିତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ସେ, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।[୧] ଏଯାବତ, ସେ ୫୦୦ରୁ ଉର୍ଦ୍ଧ ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣ କରିସାରିଛନ୍ତି । ବିଭିନ୍ନ ପ୍ରଦର୍ଶନୀ[୨] ଓ ଆର୍ଟ କ୍ୟାମ୍ପ୍ ମାଧ୍ୟମରେ, ସେ ଭାସ୍କର୍ଯ୍ୟ କଳାକୁ ଲୋକପ୍ରିୟ କରିବାକୁ ଚେଷ୍ଟା କଚିଛନ୍ତି । [୩]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୮୫[୪]
- ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ - ୨୦୦୨
- ଉତ୍କଳଶ୍ରୀ ସମ୍ମାନ - ୨୦୦୨[୫]
- ଥିଙ୍କ୍ ଓଡ଼ିଶା ଲିଡ଼ରସିପ ସମ୍ମାନ - ୨୦୧୪[୬]
- ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର
- ମହାନଦୀ ଫେଷ୍ଟିଭାଲ ସମ୍ମାନ
- ରୁଚି ଓଡ଼ିଶା ଗୌରବ ସମ୍ମାନ
- ଜାତୀୟ କଳାରତ୍ନ ସମ୍ମାନ[୭]
ଆଧାର
[ସମ୍ପାଦନା]- ↑ http://www.thehindu.com/todays-paper/tp-national/tp-otherstates/lalit-kala-akademi-new-officebearers/article2160407.ece
- ↑ http://www.nehru-centre.org/newsletters/2012/May12.pdf
- ↑ "ଆର୍କାଇଭ୍ କପି". Archived from the original on 2012-01-05. Retrieved 2014-09-17.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/e-magazine/orissaannualreference/ORA-2011/pdf/109-113.pdf
- ↑ ଧରିତ୍ରୀ ୧୭/୦୯/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ "ଧରିତ୍ରୀ ଆଳାପ"
- ↑ http://timesofindia.indiatimes.com/city/bhubaneswar/Towards-better-corporate-world-leadership/articleshow/40857541.cms
- ↑ "ଏ ସପ୍ତାହ ସାକ୍ଷାତକାର". No. ସମାଜ ୦୧/୦୮/୨୦୧୮ କଟକ ସଂସ୍କରଣ ପୃଷ୍ଠା ୯. Retrieved 1 August 2018.