ରଥିକା ରାମସାମୀ

ଉଇକିପିଡ଼ିଆ‌ରୁ
ରଥିକା ରାମସାମୀ
Born
near Theni, Tamil Nadu, India
NationalityIndian
Occupationବନ୍ୟପ୍ରାଣୀ ଫଟୋଗ୍ରାଫର

ରଥିକା ରାମସାମୀ ଜଣେ ଭାରତୀୟ ମହିଳା ବନ୍ୟପ୍ରାଣୀ ଫଟୋଗ୍ରାଫର । ସେ ନୂଆ ଦିଲ୍ଲୀରେ ଅବସ୍ଥାନ କରିବା ସହ ସ୍ୱାଧୀନ ଭାବରେ ଫଟୋଗ୍ରାଫୀ ପେଶା ଭାବରେ ଅବଲମ୍ବନ କରିଥାନ୍ତି । ସେ ତାଙ୍କର ଉଚ୍ଛକୋଟିର ବନ୍ୟପ୍ରାଣୀ ଫଟୋଗ୍ରାଫି ପାଇଁ ଅନେକ ପ୍ରଶଂଶା ତଥା ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତର ପ୍ରଥମ ଆନ୍ତର୍ଜାତିକ ସ୍ତରର ବନ୍ୟପ୍ରାଣୀ ମହିଳା ଫଟୋଗ୍ରାଫର କୁହାଯାଇଥାଏ । [୧]

ଜୀବନୀ [ସମ୍ପାଦନା]

Malabar grey hornbill (Ocyceros griseus'), a Western Ghat endemic bird
Red-wattled lapwing (Vanellus indicus)

୧୯୯୦ ମସିହାରେ ତାଙ୍କର ବିବାହ ପରେ ରଥିକା ନୂଆ ଦିଲ୍ଲୀଠାରେ ଅବସ୍ଥାନ କରୁଛନ୍ତି । .[୨] ସେ ଏମସିଏ ଶିକ୍ଷା ପ୍ରାପ୍ତ କରିବା ପରେ ଜଣେ କମ୍ପ୍ୟୁଟର ଇଞ୍ଜିନିଅର ଭାବରେ ବହୁ ବର୍ଷ କାର୍ଯ୍ୟ  କରୁଥିଲେ ।ତେବେ ଫଟୋଗ୍ରାଫୀରେ ଆଗ୍ରହ ପାଇଁ ସେ ପୂର୍ଣକାଳୀନ ଭିତ୍ତିରେ ଫଟୋଗ୍ରାଫିକୁ ପେଶା ଭାବରେ ଗ୍ରହଣ କରିଥିଲେ । 

ନିଜେ ଜଣେ ସୌଖୀନ ଫଟୋଗ୍ରାଫର ଥିବା ତାଙ୍କର ମାମୁଙ୍କଠାରୁ ସେ ତାଙ୍କର ପ୍ରଥମ କେମେରା ପାଇବା ପରେ ଅରଣ୍ୟର ବୃକ୍ଷ ଓ ପୁଷ୍ପର ଫଟୋ ଉତ୍ତୋଳନ କରୁଥିଲେ । ୨୦୦୩ ମସିହାରେ ସେ କୋଇଲାଦେଓ ଜାତୀୟ ପାର୍କକୁ ଯାଇ ସେଠାରେ ପକ୍ଷୀ ମାନଙ୍କ ଫଟୋ ଉତ୍ତୋଳନ କରିଥିଲେ ।[୩] ତାଙ୍କର ଫଟୋ ସେତେଟା ଉନ୍ନତ ହାଏନଥିଲେ ମଧ୍ୟ ସେ ପକ୍ଷୀ ମାନଙ୍କ ବ୍ୟବହାର , ଅଙ୍ଗି ଭଙ୍ଗିକୁ ଚମତ୍କାର ଭାବରେ ଫଟୋରେ ରଖିପାରୁଥିଲେ । ଓଖଳା ପକ୍ଷୀ ଅଭୟାରଣ୍ୟକୁ ବାରମ୍ବାର ଯାଇ ସେ ବିଭିନ୍ନ ପକ୍ଷୀ ମାନଙ୍କ ଚାଲି ଚାଳନକୁ ନିରୀକ୍ଷ୍ୟଣ  କରୁଥିଲେ । ଏହା ପରେ ସେ ପୂର୍ଣା କାଳୀନ ଭିତ୍ତିରେ ବନ୍ୟପ୍ରାଣୀ ଫଟୋଗ୍ରାଫିକୁ ଆଦରି ନେଇଥିଲେ ।  ଏହି କ୍ରମରେ ସେ ଭାରତ , କେନିୟାତାଞ୍ଜାନିଆର ବିଭିନ୍ନ ପକ୍ଷୀ ଅଭୟାରଣ୍ୟ ଗସ୍ତ କରିଛନ୍ତି । 

 ନୂଆଦିଲ୍ଲୀଠାରେ ଅବସ୍ଥିତ ଇଣ୍ଡିଆ ଇଣ୍ଟରନାସନାଲ କେନ୍ଦ୍ରଠାରେ ୨୦୦୫ ମସିହାରେ ଅନୁଷ୍ଠିତ  " କ୍ଳିନ ଗଙ୍ଗା କାମ୍ପେନ "ରେ ରଥିକାଙ୍କ ବନ୍ୟପ୍ରାଣୀ ଫଟୋଗ୍ରାଫର ପ୍ରଦର୍ଶନୀ ହେଇଥିଲା । ୨୦୦୭ ମସିହାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ବାର୍ଷିକ କାଲେଣ୍ଡରରେ ତାଙ୍କର ପକ୍ଷୀ ଚିତ୍ର ସ୍ଥାନିତ ହେଇଥିଲା । ୨୦୦୮ ମସିହାରେ ତାଙ୍କ ସଂକଳିତ " ବାର୍ଡ୍ସ ଅଫ ଇଣ୍ଡିଆ " ସଂକଳନ ଭାରତର ଶ୍ରେଷ୍ଠ ୨୦ଟି ଚିତ୍ର ସଂକଳନ ଭାବରେ ଗୃହିତ ହେଇଥିଲା । ସେ ନିଜେ ଫଟୋଗ୍ରାଫି କରିବା ସହ ବନ୍ୟପ୍ରାଣୀ ଫଟୋଗ୍ରାଫୀରେ କାର୍ମଶାଳା କରି ଆଗ୍ରହୀ ଯୁବକ ଯୁବତୀଙ୍କୁ ଶିକ୍ଷା ଦିଅନ୍ତି । 

ଭାରତର ଫଟୋଗ୍ରାଫି ଆର୍ଟ ଏସୋସିଆସନର ସେ ଜଣେ ପ୍ରତିଷ୍ଠାତା ସଦସ୍ୟା । .[୪]

କାର୍ଯ୍ୟ କୃତି [ସମ୍ପାଦନା]

ରଥିକା ତାଙ୍କର ପୁସ୍ତକ " The Best of Wildlife Moments,"କୁ  2014 ମସିହାରେ ନିଜେ ପ୍ରକାଶିତ କରିଥିଲେ । .[୫][୬]

ପୁରସ୍କାର ସମୂହ [ସମ୍ପାଦନା]

  • ୨୦୧୫ : ଚେନ୍ନଇ ବିଶ୍ୱବିଦ୍ୟାଳୟ ତରଫରୁ inspairing icon ପୁରସ୍କାର  
  • ୨୦୧୫: ଆନ୍ତର୍ଜାତିକ କେମେରା ମେଳା ପୁରସ୍କାର , ବନ୍ୟପ୍ରାଣୀ ଫଟୋଗ୍ରାଫି ବିଭାଗ ପାଇଁ .

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Indian women artists

ଆଧାର [ସମ୍ପାଦନା]

  1. Vijay, Hema. "Pretty wild by nature". Deccan Herald. Retrieved 16 May 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  2. "Bird woman: She shoots to conserve". Rediff.com. 24 March 2015. Retrieved 1 May 2016. {{cite news}}: More than one of |work= and |newspaper= specified (help)
  3. Shrikumar, A. (6 August 2014). "Wooing the woods". The Hindu (in Indian English). Retrieved 16 May 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  4. Kavitha, S. S. (27 January 2011). "Off the beaten track". The Hindu (in Indian English). Retrieved 16 May 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  5. "Rathika Ramasamy". Shillongphotofestival. Archived from the original on 4 June 2016. Retrieved 1 May 2016.
  6. "Rathika Ramasamy". SIENNA International Photo Awards. Archived from the original on 24 June 2016. Retrieved 21 May 2016.