ରତ୍ଲାମ ରାଜ୍ୟ
| ରତ୍ଲାମ ରାଜ୍ୟ रत्लाम रियासत | ||||||
| Princely State of ବ୍ରିଟିଶ ଭାରତ | ||||||
| ||||||
| ||||||
| History | ||||||
| • | Established | 1652 | ||||
| • | Independence of India | 1948 | ||||
| Area | ||||||
| • | 1901 | ୧,୭୯୫ km2 (୬୯୩ sq mi) | ||||
| Population | ||||||
| • | 1901 | ୮୩,୭୭୩ | ||||
| Density | ୪୬.୭ /km2 (୧୨୦.୯ /sq mi) | |||||
| Today part of | Madhya Pradesh, India | |||||
{{cite encyclopedia}}: Invalid |ref=harv (help)
| ||||||


ରତ୍ଲାମ ରାଜ୍ୟ[୧] ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ଅଧୀନ ରାଜ୍ୟ ଥିଲା । ଏହା ମାଳବ ଏଜେନ୍ସି ଅଧିନସ୍ଥ ଥିଲା ।
ଅଧୁନା ମଧ୍ୟ ପ୍ରଦେଶର ରତ୍ଲାମ ଜିଲ୍ଲାର ରତ୍ଲାମ ସହର ସେ ସମୟରେ ଏହି ରାଜ୍ୟର ରାଜଧାନୀ ଥିଲା । ପୂର୍ବରୁ ଏକ ବିଶାଳ ରାଜ୍ୟ ଥିବା ରତ୍ଲାମ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମୟରେ ତାଙ୍କର ଆକ୍ରମଣର ଶିକାର ହେଇ ଅନେକ ଅଞ୍ଚଳ ସହ ତାହାର ରାଜା ରତନ ସିଂହଙ୍କୁ ହରେଇଥିଲା । ରାଜ୍ୟର ଶାସକ ତାଙ୍କର ମହାରାଜା ଉପାଧି ମଧ୍ୟ ହରେଇଥିଲେ । ତେବେ 1819 ମସିହାରେ ରତ୍ଲାମ ରାଜ୍ୟ ବ୍ରିଟିଶ ମାନଙ୍କ ସହ ସନ୍ଧି କରି ଏହାର ଶାସକ ସଜ୍ଜନ ସିଂହ ପୁଣି ମହାରାଜା ପଦବୀ ପାଇଥିଲେ । .[୨]
ଇତିହାସ
[ସମ୍ପାଦନା]ରତ୍ଲାମ ରାଜ୍ୟ 1652 ମସିହାରେ ରତନ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା । ତାଙ୍କର 12 ଜନ ପତ୍ନୀ ଥିଲେ । ରତ୍ଲାମ ରାଜ୍ୟର ଆୟତନ 1795 ବର୍ଗକିଲୋମିଟର ଥିଲା । ଏହା ସାଇଲାନା ରାଜ୍ୟର ସୀମାରେ ଥିଲା । 1901 ଜନଗଣନାରେ ଏହାର ଜନସଂଖ୍ୟା 83,773 ଥିଲା । ରତ୍ଲାମ ସହରର ଜନସଂଖ୍ୟା 36,321 ଥିଲା । ରତ୍ଲାମ ରାଜ୍ୟରେ ଶଷ୍ୟ ସହ ଅଫିମ ଉତ୍ପାଦନ ହଉଥିଲା ।
ପୂର୍ବରୁ ଗ୍ୱାଲିଆର ଅହିନ ରାଜ୍ୟ ହିସାବରେ ଥିବା ବେଳେ 1819 ମସିହାରେ ରତ୍ଲାମ ରାଜ୍ୟ ବ୍ରିଟିଶ ରକ୍ଷଣରେ ରହିଥିଲା ।
1948 ଜୁନ 15ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା ।
ଶାସକ
[ସମ୍ପାଦନା]ଦୀର୍ଘ ବର୍ଷ ଧରି ରତ୍ଲାମ ରାଜ୍ୟ ସୁର୍ଜ୍ୟବଂଶୀ ରାଠୋର ବଂଶୀୟ ରାଜା ମାନଙ୍କଦ୍ୱାରା ଶାସିତ ହେଇଥିଲା । ଯୋଧପୁର , ବୀକାନେର ଓ କିଶାନଗଡ ର ରାଜାମାନେ ମଧ୍ୟ ଏହି ବଂଶର ଥିଲେ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Rajput dynasties and states
- Malwa Agency
ଆଧାର
[ସମ୍ପାଦନା]- ↑ "Imperial Gazetteer of India, v. 21, p. 240". Archived from the original on 2021-01-29. Retrieved 2016-11-28.
- ↑ Princely States of India
ବାହାର ଲିଙ୍କ
[ସମ୍ପାଦନା]
Media related to Ratlam State at Wikimedia Commons- Ratlam Search Engine Archived 2014-12-29 at the Wayback Machine.
