ରତନ ଟାଟା

ଉଇକିପିଡ଼ିଆ‌ରୁ
ରତନ ଟାଟା
Born୨୮ ଡିସେମ୍ବର ୧୯୩୭
Nationalityଭାରତୀୟ
Alma materକର୍ଣେଲ ବିଶ୍ୱବିଦ୍ୟାଳୟ
ହାର୍ବାର୍ଡ ବିଶ୍ୱବିଦ୍ୟାଳୟ
Occupationଟାଟା ଗ୍ରୁପର ଅଧ୍ୟକ୍ଷ
Years active୧୯୬୨-୨୦୧୨
Spouseଅବିବାହିତ
Awardsଆଜୀବନ ପାରଦର୍ଶିତା ପୁରସ୍କାର (୨୦୧୨)
ପଦ୍ମ ବିଭୂଷଣ (୨୦୦୮)
ପଦ୍ମ ଭୂଷଣ (୨୦୦୦)
ନାଇଟ ବା ସାର (୨୦୦୯)
Signature
Ratan Tata signature

ଶ୍ରୀ ରତନ ନାଭାଲ ଟାଟା (ଜନ୍ମ - ୨୮ ଡିସେମ୍ବର, ୧୯୩୭) ଜଣେ ଭାରତୀୟ ଶିଳ୍ପପତି ଯିଏକି ୧୯୯୧ଠାରୁ ଟାଟା ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ।[୨] ସେ ପ୍ରମୁଖ ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଟାଟା ବଂଶଜ ଅଟନ୍ତି ।

ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିବା ପ୍ରମୁଖ । [୩][୪] ସେ ମଧ୍ୟ ଭାରତର ସର୍ବାଧିକ ଶକ୍ତିଶାଳୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ । [୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରତନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କର ନାତି ଅଟନ୍ତି । ରତନଙ୍କୁ ମାତ୍ର ସାତ ବର୍ଷ ଓ ତାଙ୍କ ସାନଭାଇ ଜିମିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ୧୯୪୦ ଦଶକର ମଧ୍ୟଭାଗରେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିବାରୁ, ତାଙ୍କରି ବାଲ୍ୟଜୀବନ କଷ୍ଟମୟ ଥିଲା। ମା ଛାଡି ଚାଲିଯିବାପରେ ଦୁଇଭାଇଙ୍କର ପ୍ରତିପାଳନ ଜେଜେମା ନଭଜବାଇଙ୍କଦ୍ୱାରା ହୋଇଥିଲା । [୬]

ରତନ ଟାଟା ନିଜର ସ୍କୁଲ ଶିକ୍ଷା ମୁମ୍ବାଇର କାମ୍ପିଅନ ସ୍କୁଲରୁ ଆରମ୍ଭ କରି କ୍ୟାଥେଡ୍ରାଲ ଏଣ୍ଡ ଜନ କନ୍ନନ ସ୍କୁଲରେ ସମାପ୍ତ କରିଥିଲେ।[୭] ୧୯୬୨ରେ ସେ କର୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୧୯୭୫ରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ହାସଲ କରିଥିଲେ ।[୮] ଏହା ବ୍ୟତୀତ ସେ ଆଲଫା ସିଗମା ଫାଇ(ୟାଲେଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ୧୦ଟି ସର୍ବପୂରାତନ ସାମାଜିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ)ର ଅଂଶ ଅଟନ୍ତି ।[୯]

ଟାଟା ସନ୍ସରେ କାର୍ଯ୍ୟକାଳ[ସମ୍ପାଦନା]

୧୯୬୨ରେ ଭାରତ ଫେରିବା ପରେ ଆଇ.ବି.ଏମ.ତରଫରୁ ଏକ ଚାକିରୀ ଅଗ୍ରାହ୍ୟ କରି ଜେ.ଆର୍.ଡି.ଟାଟାଙ୍କ ପ୍ରସ୍ତାବ କ୍ରମେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ଫ୍ଲୋର ଶପରେ ଅନ୍ୟ ଦୈନିକ ମଜୁରିଆଙ୍କ ସହ ମିଶି ଚୂନପଥର ଭାଙ୍ଗିବାଠାରୁ ଆରମ୍ଭ କରି, ବ୍ଲାଷ୍ଟ ଫର୍ଣେସ ସମ୍ଭାଳିବା ପର୍ଯ୍ୟନ୍ତ କାମ କରିଥିଲେ ।[୧୦] ୧୯୭୧ରେ ସେ ନ୍ୟାସନାଲ ରେଡିଓ ଏଣ୍ଡ ଇଲେକ୍ଟ୍ରୋନିକ୍ନ(ନେଲକୋ)ର ଅଧ୍ୟକ୍ଷ ରୂପେ ଯୋଗ ଦେଲେ, ସେତେବେଳେ କମ୍ପାନୀ ଶୋଚନୀୟ ଭାବେ ୪୦% କ୍ଷତିରେ ଚାଲିଥିଲା ଓ ବଜାରର ମାତ୍ର ୨% ଅଂଶ ଅଧିକାର କରିଥିଲା । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ଏହା ୨%ରୁ ୨୫%କୁ ବୃଦ୍ଧି ପାଇଥିଲା କିନ୍ତୁ ୧୯୭୭ର ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ବଳ ଅର୍ଥନୈତିକ ନିତୀ ତଥା ଶ୍ରମିକ ଅସୁବିଧା ପାଇଁ ନେଲକୋ ଶେଷରେ ପୂର୍ବାବସ୍ଥାକୁ ଫେରିଗଲା।

ପୁଣି ୧୯୭୭ରେ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ଏମ୍ପ୍ରେସ ମିଲ ସମ୍ଭାଳିବାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସଫଳତାର ସହ କାର୍ଯ୍ୟ ପରିଚାଳନା କରିଥିଲେ । ସମସାମୟିକ ବଜାରରେ ପ୍ରତିଯୋଗିତା ଭିତ୍ତିକ କରାଇବାକୁ ୫୦ ଲକ୍ଷ ଟଙ୍କାର ଅଭାବ ଫଳରେ ଏହା ୧୯୮୬ରେ ବନ୍ଦ ହୋଇଯାଇଥିଲା ।

୧୯୮୧ରେ ଜେ.ଆର.ଡି. ଟାଟା ଇଣ୍ଡଷ୍ଟ୍ରିଜର ମୁଖ୍ୟ ପଦରୁ ଅବସର ଗ୍ରହଣ କରି ରତନ ଟାଟାଙ୍କୁ ପରବର୍ତ୍ତୀ ମୁଖ୍ୟ ନିମନ୍ତେ ମନୋନୀତ କରିଥିଲେ। ବିନା ଅଭିଜ୍ଞତାରେ ଟାଟା ଭଳି ଏକ ବିଶାଳ ସଂସ୍ଥାର କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।[୧୧]

୧୯୯୧ରେ ସେ ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ)ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର ଲ୍ୟାଣ୍ଡ ରୋଭର, କୋରସ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା ଏବଂ ଟାଟା ବିଶ୍ୱ-ସ୍ତରୀୟ କମ୍ପାନୀର ମାନ୍ୟତା ଲାଭ କରିଥିଲା( ସମସ୍ତ ଆୟର ପ୍ରାୟ ୬୫% ବୈଦେଶିକ ପୁଞ୍ଜି) । ତାଙ୍କ ସମୟରେ ମଧ୍ୟ ଇଣ୍ଡିକା ତଥା ନାନୋ ଭଳି ଦୁଇଟି ଜନପ୍ରିୟ କାରର ବିକାଶ ତଥା ପ୍ରଗତି ହୋଇପାରିଥିଲା। ୧୯୯୦ ପରେ ଦେଖାଯାଇଥିବା ଅର୍ଥନୈତିକ ସ୍ୱାଚ୍ଛନ୍ଦତା ପାଇଁ ଟାଟା ଗ୍ରୁପ ଅଫ କମ୍ପାନିଜର ସମସ୍ତ ସଫଳତାର ଶ୍ରେୟ ରତନ ଟାଟାଙ୍କୁ ଦିଆଯାଏ । [୧]

ଅଗଷ୍ଟ ୨୦୦୭ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ରର ବ୍ୱ୍ରିଟିଶ ଷ୍ଟିଲ କମ୍ପାନୀ କୋରସର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା । ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା। [୧୨]

ରତନ ଟାଟା ଡିସେମ୍ବର ୨୦୧୨ରେ ନିଜ ପଦବୀ ଛାଡିବାକୁ ଘୋଷଣା କରିଛନ୍ତି ଏବଂ ସାପୁର୍ଜୀ ପାଲୁନଜୀ କମ୍ପାନୀର ମୁଖ୍ୟ ପାଲୁନଜୀ ମିସ୍ତ୍ରୀଙ୍କ ୪୨-ବର୍ଷୀୟ ପୁତ୍ର ସାଇରସ ମିସ୍ତ୍ରୀ ଟାଟା ଗ୍ଗ୍ରୁପର ଅଧ୍ୟକ୍ଷ ରୂପେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସ୍ଥିର ହୋଇଛି। [୧୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ରତନ ଟାଟା ବିଭିନ୍ନ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଦସ୍ୟ ଅଟନ୍ତି । ସେ ମଧ୍ୟ ଇଷ୍ଟ-ବେଷ୍ଟ ସେଣ୍ଟର, ରାଣ୍ଡ'ସ ସେଣ୍ଟର ଫର ଏସିଆ ପାସିଫିକ ପଲିସିର ବୋର୍ଡ ଅଫ ଗଭର୍ଣର୍ସର ସଭ୍ୟ ତଥା ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତରେ ହେଉଥିବା ଏଡସ ନିରାକରଣ ପ୍ରକଳ୍ପର ପରିଚାଳନା ବୋର୍ଡର ସଦସ୍ୟ । [୧୪] ଏହା ବ୍ୟତୀସେ ସେ ଅନେକ ଆନ୍ତର୍ଜାତୀୟ ସଙ୍ଗଠନ ଯଥା - ମିତଶୁବିସି କର୍ପୋରେସନ, ଦି ଆମେରିକାନ ଇଣ୍ଟରନ୍ୟାସନାଲ ଗ୍ରୁପ, ଜେ.ପି. ମୋର୍ଗାନ ଚେଜ, ବୁଜ ଆଲେନ ହାମିଲଟନର ପ୍ରମୁଖ ପରାମର୍ଶଦାତା ଅଛନ୍ତି। ପୁଣି ମଧ୍ୟ ସେ ରାଣ୍ଡ କର୍ପୋରେସନ, ସଦର୍ଣ କାଲିଫୋର୍ଣିଆ ବିଶ୍ୱବିଦ୍ୟାଳୟ, କର୍ଣେଲ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟୀ ବୋର୍ଡର ସଭ୍ୟ ତଥା ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ କାଉନସିଲ ଏବଂ ନ୍ୟୁ-ୟର୍କ ଷ୍ଟକ ଏକ୍ସଚେଞ୍ଜର ପରାମର୍ଶଦାତା ରୂପେ କାର୍ଯ୍ୟ କରୁଛନ୍ତି। [୧୫][୧୬]୨୦୦୯ ମସିହାରେ ନାଇଟ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର ଅନୁସାରେ ତାଙ୍କୁ ନାଇଟ(ସାର) ଉପାଧି ପ୍ରଦାନ କରାଯାଇଥିଲା।

ବର୍ଷ ପୁରସ୍କାର ନାମ ପୁରସ୍କାର ଦେଉଥିବା ଅନୁଷ୍ଠାନ ଆଧାର
୨୦୧୧ ହସ୍ପିଟାଲିଟି ହଲ ଅଫ ଅନର ରେକୋଗନାଇଜିଂ ତାଜ ହୋଟେଲ୍ସ
୨୦୧୧ ଏ.ବି.ଏଲ.ଏଫ. ଲାଇଫଟାଇମ ଆଚିଭମେଣ୍ଟ ଆବାର୍ଡ(ଭାରତ) ଏସିଆନ ବିଜିନେସ ଲିଡରଶିପ ଫୋରମ ଆବାର୍ଡସ [୧୭]
୨୦୧୦ ବିଜିନେସ ଲିଡର ଅଫ ଦି ଇୟର ଦି ଏସିଆନ ଆବାର୍ଡସ [୧୮]
୨୦୧୦ ଆଇନରେ ସମ୍ମାନସୂଚକ ଡକ୍ଟରେଟ ପେପରଡାଇନ ବିଶ୍ୱବିଦ୍ୟାଳୟ. [୧୯]
୨୦୧୦ ଲିଜେଣ୍ଡ ଇନ୍ ଲିଡରଶିପ ଆବାର୍ଡ ୟାଲେ ବିଶ୍ୱବିଦ୍ୟାଳୟ. [୨୦]
୨୦୧୦ ବିଜିନେସମ୍ୟାନ ଅଫ ଦି ଡିକେଡ ଫେଡେରେସନ ଅଫ ଇଣ୍ଡୋ-ଇସ୍ରାଏଲ ଚାମ୍ବର ଅଫ କମର୍ସ [୨୧]
୨୦୦୮ ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ ଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ,ଖଡଗପୁର [୨୨]
୨୦୦୮ ଆଇନରେ ସମ୍ମାନସୂଚକ ଡକ୍ଟରେଟ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ. [୨୩]
୨୦୦୭ ସମ୍ମାନସୂଚକ ସଦସ୍ୟତା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ. [୨୪]
୨୦୦୭ ସିଙ୍ଗାପୁରର ସମ୍ମାନସୂଚକ ଜାତୀୟତା ସିଙ୍ଗାପୁର ସରକାର
୨୦୦୭ କାର୍ଣେଜି ମେଡାଲ ଅଫ ଫିଲାନଥ୍ରୋପି କାର୍ଣେଜି ଏନଡୌମେଣ୍ଟ ଫର ଇଣ୍ଟରନ୍ୟାସନାଲ ପିସ [୨୫]
୨୦୦୫ ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ ବାରବିକ ବିଶ୍ୱବିଦ୍ୟାଳୟ. [୨୬]
୨୦୦୪ ପ୍ରଯୁକ୍ତି ବିଦ୍ୟାର ସମ୍ମାନସୂଚକ ଡକ୍ଟରେଟ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି [୨୭]
୨୦୦୪ ସମ୍ମାନସୂଚକ ଅର୍ଥନୈତିକ ପରାମର୍ଶଦାତା ହାଙ୍ଗଜଉ, ଚୀନ [୨୭]
୨୦୦୧ ବିଜିନେସ ଆଡମିନିଷ୍ଟ୍ରେସନରେ ସମ୍ମାନସୂଚକ ଡକ୍ଟରେଟ ଓହାଇଓ ଷ୍ଟେଟ ବିଶ୍ୱବିଦ୍ୟାଳୟ. [୨୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Amazing story of how Ratan Tata built an empire".
  2. "ଟାଟା ଗ୍ରୁପ ବେବସାଇଟ". Archived from the original on 2012-07-19. Retrieved 2012-07-21.
  3. "Ratan Tata gets Lifetime Achievement Award". The Hindu. June 27, 2012. Retrieved June 27, 2012.
  4. "LN Mittal, Ratan Tata, Narayana Murthy get Padma Vibhushan". Retrieved 26 January 2008.
  5. "Ratan Tata India's most powerful CEO, Mistry debuts at No. 15". Retrieved 25 May 2012.
  6. "Ratan Tata rode the tiger economy and now he drives Jaguar". The Daily Telegraph. 30 Match 2008. Retrieved 31 March 2012. {{cite news}}: Check date values in: |date= (help)
  7. "Ratan Tata goes back to school". Times of India. 31 March 2009. Archived from the original on 25 July 2013. Retrieved 31 March 2012.
  8. Sharma, Subramaniam (2006-10-18). "India's Tata Takes Leap With $7.6 Billion Corus Bid (Update1)". Bloomberg L.P. Retrieved 2009-09-12. {{cite web}}: Text "Bloomberg" ignored (help)
  9. "Alpha Sigma Phi Chapters". Archived from the original on 2005-11-26. Retrieved 2006-05-23.
  10. Chidanand Rajghatta, TNN, Dec 30, 2007, 04.26am IST (2007-12-30). "Times of India Article: Man of the Year? Its Ratan Tata". Timesofindia.indiatimes.com. Retrieved 2011-02-23.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  11. Chidanand Rajghatta, TNN, Dec 30, 2007, 04.26am IST (2007-12-30). "Man of the year? It's Ratan Tata - The Times of India". Timesofindia.indiatimes.com. Retrieved 2011-02-23.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  12. Vaswani, Karishma (16 August 2007). "Indian firms move to world stage". BBC News. Retrieved 24 August 2011.
  13. "Cyrus P Mistry to succeed Ratan Tata". Archived from the original on 25 July 2013. Retrieved 23 November 2011.
  14. "Chairman Profile, Interviews and Press Articles". Tata Group Website. Archived from the original on 2008-06-15. Retrieved 2012-07-21.
  15. Board of Trustees Archived 2011-07-26 at the Wayback Machine., University of Southern California, Accessed April 13, 2008.
  16. Ratan Tata Joins USC Board of Trustees Archived 2010-02-26 at the Wayback Machine., USC News, August 30, 2005.
  17. "ABLF Awards". ଏସିଆନ ବିଜିନେସ ଲିଡରଶିପ ଫୋରମ ଆବାର୍ଡସ. Retrieved 1 March 2012.
  18. "Winners of the Asian Awards 2010". Times of India. October 2010. Archived from the original on 2012-11-04. Retrieved 2012-07-21.
  19. "Pepperdine Confers Honorary Doctor of Laws Degree on Ratan N. Tata". Pepperdine University. September 2010. Archived from the original on 2011-09-27. Retrieved 2012-07-21.
  20. "Yale Chief Executive Leadership Institute to Honor Tata Sons Chairman Ratan Tata with "Legend in Leadership Award"". Yale University. September 2010. Archived from the original on 2011-09-25. Retrieved 2012-07-21.
  21. "Ratan Tata selected 'Businessman of the decade'". The Hindu. September 2010.
  22. "IIT Kharagpur confers doctorate on Ratan Tata". Economic Times. March 2008.
  23. "University of Cambridge confers doctorate on Ratan Tata". University of Cambridge. March 2008.
  24. "London School of Economics confers Honorary Fellowship on Ratan Tata". London School of Economics. March 2007. Archived from the original on 2011-11-13. Retrieved 2012-07-21.
  25. "Carnegie Medal for Philanthropy on Ratan Tata". Carnegie Endowment for International Peace. March 2007. Archived from the original on 2011-10-08. Retrieved 2012-07-21.
  26. "University of Warwick confers Honorary Doctor of Science on Ratan Tata". London School of Economics. March 2005.
  27. ୨୭.୦ ୨୭.୧ "Asian Institute of Technology confers doctorate on Ratan Tata". Asian Institute of Technology. March 2008. Archived from the original on 2012-05-30. Retrieved 2012-07-21.
  28. "Ohio State University confers doctorate of business administration on Ratan Tata". Ohio University. March 2004.

ବାହାର ଆଧାର[ସମ୍ପାଦନା]