ରଣଧୀର ଦାସ

ଉଇକିପିଡ଼ିଆ‌ରୁ

ରଣଧୀର ଦାସ (୨୩ ସେପ୍ଟେମ୍ବର ୧୯୩୮, କଟକ - ୭ ଫେବୃୟାରୀ ୨୦୨୨, କଟକ) ଜଣେ ଓଡ଼ିଆ ଭାଷାର ସାମ୍ବାଦିକ ଏବଂ କଥାଚିତ୍ର ପ୍ରଯୋଜକ ତଥା ଅଭିନେତା ଥିଲେ । ୪୫ ବର୍ଷ ଧରି ଜୀବନରଙ୍ଗ ପତ୍ରିକାର ସେ ସମ୍ପାଦକ ଥିଲେ।


ତାଙ୍କ ପିତା ଥିଲେ ନରେନ୍ଦ୍ର ପ୍ରସାଦ ଦାସ ଓ ମାତା କଲ୍ୟାଣୀ ଦେବୀ । ରେଭେନ୍‍ସା କଲେଜିଏଟ ସ୍କୁଲରେ ଅଧ୍ୟୟନ ସାରିବା ପରେ ରେଭେନ୍‍ସା କଲେଜରେ ସ୍ନାତକ ଶିକ୍ଷା ...[୧]

ରଣଧୀର ଦାସ ୧୯୩୮ମସିହା ସେପ୍ଟେମ୍ବର ୨୩ତାରିଖରେ ଡଗରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍‌ସା କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ମାନ୍ଦ୍ରାଜ୍‌ରେ ସିଭିଲ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବ୍ୟବସାୟ‌ରେ ପାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ କଟକ ଡଗରପଡ଼ା ଘରେ ‘ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ଗଢ଼ି ବହୁ ଓଡ଼ିଆ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶ୍ରୀ ଦାସ ‘ଜୀବନରଙ୍ଗ’ ନାମକ ଏକ ଓଡ଼ିଆ ପତ୍ରିକା ପ୍ରକାଶନ କରି ଦୀର୍ଘ ୪୫ବର୍ଷ ଧରି ତାହାର ସଂପାଦନା କରୁଥିଲେ। ‘ମଥୁରା ବିଜୟ’, ‘ମାଂସର ବିଳାପ ଭଳି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିବା ସହିତ ‘କଥା କହିବ ମୋ ମଥା ସିନ୍ଦୂର’ ଓ ‘ପୁଅ ଭାଙ୍ଗିଦେଲା ସୁନା ସଂସାର ଭଳି ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ। ଶ୍ରୀ ଦାସ ‘ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ’, ‘ଲୋହିତ ସନ୍ଧ୍ୟା’, ‘ଗଳ୍ପ ଆଜି ଓ କାଲି’, ‘ଝଡ଼ ଓ ଝଙ୍କାର’, ‘ଶେଷ ପାହାଚ’ ଭଳି କଥା ସାହିତ୍ୟ ରଚନା କରି ‌ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ଅର୍ଜନ କରିଥିଲେ।

ଚଳଚ୍ଚିତ୍ର ସମୀକ୍ଷା ଓ ସାରସ୍ବତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି।[୨]

କଟକ ଡଗରପଡାସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି।[୩]

ରଣଧୀରବାବୁ ବାବୁଲାଲ୍ ଯୋଶୀଙ୍କୁ କହିଲେ ଯେ ପ୍ରଥମେ ସୁଶୀଲ ମୁଖାର୍ଜୀଙ୍କୁ ତାଙ୍କର ପ୍ରାପ୍ୟ ଦିଆଯାଇ କଲିକତା ଫେରିଯିବାକୁ କୁହାଯାଉ। ତାଙ୍କରି ପରାମର୍ଶରେ ନିର୍ଦ୍ଦେଶକ ସୁଶୀଲ ମୁଖାର୍ଜୀଙ୍କୁ ଚୁକ୍ତିବଦ୍ଧ ହୋଇଥିବା ଟଙ୍କା ଦିଆଗଲା ଓ ସେ କଲିକତା ଚାଲିଗଲେ। ହେଲେ ‘ମଥୁରା ବିଜୟ’ର ନିର୍ଦ୍ଦେଶନା ଦେବେ କିଏ। ସେହି ସମୟରେ ମାଡ୍ରାସର ପ୍ରଖ୍ୟାତ ନାମା ପ୍ରଯୋଜକ ଏଲ୍ ଭି ପ୍ରସାଦଙ୍କ ପୁତୁରା ଏ ସଞ୍ଜୀବ ‘ସତୀ ଅନସୂୟା’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଓଡ଼ିଶାରେ ବେଶ୍ ନାଆଁ କରିସାରିଥିଲେ। ତାଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦେବା ଉଦ୍ଦେଶ୍ୟରେ ପ୍ରଯୋଜକ ବାବୁଲାଲ ଯୋଶୀ ଓ ରଣଧୀର ଦାସ ମାଡ୍ରାସ ଯାଇ ଏ ସଞ୍ଜୀବଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ନିର୍ଦ୍ଦେଶକ ଏ ସଞ୍ଜୀବ ପ୍ରଥମ ସର୍ତ୍ତ ରଖିଥିଲେ ଯେ ସେ ନିଜର ପୁରା ୟୁନିଟ୍ ଦେଇ କଟକ ଯିବେ ଓ ଫିଲ୍ମର ସୁଟିଂ କରିବେ।[୪]

  1. "ରଣଧୀର ଦାସ". ova.gov.in. Retrieved 2023-11-23.
  2. "ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2021-02-08. Retrieved 2023-11-23.
  3. admin (2021-02-07). "ଓଡ଼ିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ପରଲୋକ". Prameya News7 (in ଆମେରିକୀୟ ଇଂରାଜୀ). Retrieved 2023-11-23.
  4. Bureau, OdishaLIVE (2018-05-01). "'ମଥୁରା ବିଜୟ' ଫିଲ୍ମ ସୁଟିଂ ସମୟର କିଛି ଅଭୁଲା କଥା ଜାଣନ୍ତି କି?". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-11-23.