ରଜନୀ କୋଠାରୀ

ଉଇକିପିଡ଼ିଆ ରୁ
Jump to navigation Jump to search

ରଜନୀ କୋଠାରୀ (୧୯୨୮ - ୨୦୧୫) ଜଣେ ଭାରତୀୟ ରାଜନୀତି ବିଜ୍ଞାନୀ, ରାଜନୈତିକ ତତ୍ତ୍ୱବିତ୍ ତଥା ଏକାଡେମିକ୍ ଲେଖକ ।[୧] ସେ ରାଜନୀତି ବିଜ୍ଞାନର ବିଂଶ ଶତାବ୍ଦୀର ମହାନ ଚିନ୍ତାନାୟକମାନଙ୍କ ଭିତରୁ ଜଣେ । ସେ ୧୯୬୩ ମସିହାରେ ମାନବ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ନିମନ୍ତେ ଦିଲ୍ଲୀରେ ଖୋଲା ଯାଇଥିବା ସେଣ୍ଟର ଫର୍ ଦ ଷ୍ଟଡି ଅଫ୍ ଡେଭଲପିଙ୍ଗ୍ ସୋସାଇଟିଜ୍ (ସି.ଏସ୍.ଡି.ଏସ୍.)ର ପ୍ରତିଷ୍ଠାତା ।[୨] ଏହାଛଡା ବୁଦ୍ଧିଜୀବି ଓ ସାମାଜିକ କର୍ମୀମାନଙ୍କ ମଧ୍ୟରେ ବିଚାର ଆଲୋଚନା ନିମନ୍ତେ ଉଦ୍ଦିଷ୍ଟ ଦିଲ୍ଲୀସ୍ଥ ଅନୁଷ୍ଠାନ ଲୋକାୟନର ୧୯୮୦ ମସିହାରେ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ଥିଲା । ଏହା ଛଡା ସେ ଇଣ୍ଡିଆନ କାଉନସିଲ୍ ଅଫ ସୋସାଲ୍ ସାଇନ୍ସ୍ ରିସର୍ଚ୍ଚ୍ (ଆଇ. ସି. ଏସ୍. ଏସ୍. ଆର୍.), ଇଣ୍ଟର୍ନ୍ୟାସନାଲ୍ ଫାଉଣ୍ଡେସନ୍ ଫର୍ ଡେଭେଲପ୍ମେଣ୍ଟ୍ ଅଲ୍ଟର୍ନେଟିଭ୍ସ୍ ଓ ପିପୁଲ୍ସ୍ ୟୁନିଅନ୍ ଅଫ ସିଭିଲ ଲିବର୍ଟିଜ (ପି.ୟୁ.ସି.ଏଲ୍.) ଆଦି ସହିତ ମଧ୍ୟ ସମ୍ବନ୍ଧିତ ଥିଲେ । ୧୯୮୫ ମସିହାରେ ଲୋକାୟନକୁ ବିକଳ୍ପ ନୋବେଲ ପୁରସ୍କାର ଭାବରେ ପରିଚିତ ରାଇଟ୍ ଲାଇଭ୍ଲିହୁଡ ପୁରସ୍କାର ଦିଆଯାଇଥିଲା ।

କର୍ମ ଜୀବନ[ସମ୍ପାଦନା]

କୋଠାରୀ ନିଜର କର୍ମ ଜୀବନ ବରୋଦାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟଠାରେ ଅଧ୍ୟାପକ ଭାବରେ ଆରମ୍ଭ କରିଥିଲେ । ଏହି ସମୟରେ ଇକନୋମିକ ଆଣ୍ଡ ପଲିଟିକାଲ ୱିକ୍ଲୀ ପତ୍ରିକାରେ ୧୯୬୧ ମସିହାରେ ଛଅ ଅଂଶ ବିଶିଷ୍ଟ, ଫର୍ମ ଆଣ୍ଡ ସବଷ୍ଟାନ୍ସ ଇନ ଇଣ୍ଡିଆନ ପଲିଟିକ୍ସ ନାମକ ପ୍ରବନ୍ଧ ଲେଖି ପରିଚିତି ଲାଭ କଲେ । ସେ ଏହି ସମୟରେ ସେମିନାର୍ ପତ୍ରିକା ପାଇଁ ମଧ୍ୟ ଲେଖାଲେଖି ଆରମ୍ଭ କଲେ । ଏହାପରେ ସମାଜ ବିଜ୍ଞାନୀ ଶ୍ୟାମାଚରଣ ଦୁବେଙ୍କଦ୍ୱାରା ନିମନ୍ତ୍ରିତ ହୋଇ ସେ ମସୁରୀସ୍ଥ ନାଶନାଲ ଇନସ୍ଟିଚ୍ୟୁଟ ଅଫ କମ୍ୟୁନିଟି ଡେଭେଲପମେଣ୍ଟ୍ର ସହନିର୍ଦ୍ଦଶକ ଭାବରେ ଯୋଗ ଦେଲେ । ୧୯୬୩ ମସିହାରେ ସେ ଏସିଆ ଫାଉଣ୍ଡେଶନର ଭାରତ ଚାପ୍ଟରର ମୂଖ୍ୟ ପ୍ରଫେସର ରିଚାର୍ଡ ଏଲ୍. ପାର୍କଙ୍କଦ୍ୱାରା ଦତ୍ତ ଗୋଟିଏ ବ୍ୟକ୍ତିଗତ ଗ୍ରାଣ୍ଟ ବ୍ୟବହାର କରି ଦିଲ୍ଲୀସ୍ଥ ଇଣ୍ଡିଆନ ଆଡଲ୍ଟ ଏଡୁକେଶନ୍ ଇନସ୍ଟିଚ୍ୟୁଟ୍ର ପରିସରରେ ସି.ଏସ୍.ଡି.ଏସ୍.ର ଆରମ୍ଭ କଲେ । ଏହା ପରେ ବର୍ତ୍ତମାନର ସିଭିଲ ଲାଇନସ୍ଥ ଅବସ୍ଥାନକୁ ଘୁଞ୍ଚି ଆସିଲା । ସି.ଏସ୍.ଡି.ଏସ୍.ରେ ଆଶିଷ ନନ୍ଦୀ, ଡି.ଏଲ୍. ସେଠ୍, ରାମାଶ୍ରୟ ରାୟ ଓ ବଶିରୁଦ୍ଦିନ ଅହମଦ ଆଦି ସମାଜ ବିଜ୍ଞାନୀମାନଙ୍କ ସହିତ ସେ ଏହି ଅନୁଷ୍ଠାନକୁ ଠିଆ କଲେ, ଯେଉଁଠାରେ ସମାଜତାତ୍ତ୍ୱିକ ଦୃଷ୍ଟିରୁ ଅନେକ ଗୁରୁତ୍ତ୍ୱପୂର୍ଣ କାମର ଅନୁସୃଜନ ଘଟିଲା ।

ଗ୍ରନ୍ଥାବଳୀ[ସମ୍ପାଦନା]

  • ପଲିଟିକ୍ସ ଇନ ଇଣ୍ଡିଆ (୧୯୭୦) ।
  • ଷ୍ଟେଟ ଏଗେନେଷ୍ଟ ଡେମୋକ୍ରାସୀ: ଇନ ସର୍ଚ୍ଚ ଅଫ ହ୍ୟୁମେନ ଗଭର୍ନାନ୍ସ (୧୯୮୯)।
  • ରିଥିଙ୍କିଙ୍ଗ ଡେଭେଲପମେଣ୍ଟ : ଇନ ସର୍ଚ୍ଚ ଅଫ ହ୍ୟୁମେନ ଅଲଟର୍ନେଟିଭ୍ସ ।
  • କମ୍ୟୁନାଲିଜମ ଇନ ଇଣ୍ଡିଆନ ପଲିଟିକ୍ସ( ୧୯୯୮) ।
  • ମେମୁଆର୍ସ :ଅନିଜି ଇଜ ଦ ଲାଇଫ ଅଫ ଦ ମାଇଣ୍ଡ (୨୦୦୨)।
  • ରିଥିଙ୍କିଙ୍ଗ ଡେମୋକ୍ରାସୀ (୨୦୦୫)।

ଆଧାର[ସମ୍ପାଦନା]

  1. "Articles by Rajni Kothari". Economic and Political Weekly portal.
  2. "Honorary Fellows: Rajni Kothari". Centre for the Study of Developing Societies (CSDS) portal.

ଅଧିକ ତଥ୍ୟ[ସମ୍ପାଦନା]