ଆଶିଷ ନନ୍ଦୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଆଶିଷ ନନ୍ଦୀ
Nandy ashis.jpg
Prof. Nandy receiving Fukuoka Asian Culture Prize in 2007, Japan
ଜନ୍ମ1937 (age 81–82)
Bhagalpur, Bihar, British India

ଆଶିଷ ନନ୍ଦି (ଜନ୍ମ ୧୯୩୭) ଜଣେ ଭାରତୀୟ ରାଜନୈତିକ ମନସ୍ତତ୍ତ୍ୱବିତ୍, ସମାଜ ତତ୍ତ୍ୱବିତ୍ ଓ ସମାଲୋଚକ । କ୍ଲିନିକାଲ୍ ମନୋସ୍ତତ୍ତ୍ୱରେ ପ୍ରଶିକ୍ଷଣ ପରେ ନନ୍ଦି ୟୁରୋପୀୟ ଉପନିବେଶବାଦ, ବିକାଶ, ଆଧୁନିକତା, ସେକ୍ୟୁଲାର୍ ବାଦ, ହିନ୍ଦୁତ୍ୱ, ବିଜ୍ଞାନ, ଓ ପ୍ରଯୁକ୍ତିବିଦ୍ୟା ଇତ୍ୟାଦିର ତାତ୍ୱିକ ସମାଲୋଚନା ପ୍ରଦାନ କରିଛନ୍ତି । ସେ ପରମ୍ପରା ଓ ବିଶ୍ୱମାନବବାଦ ସମ୍ପର୍କରେ ବିକଳ୍ପ ତାତ୍ୱିକ ଅବଧାରଣାର ସୂତ୍ରପାତ ମଧ୍ୟ କରିଛନ୍ତି । ଏହା ଛଡା ଭାରତୀୟ ବ୍ୟବସାୟିକ ସିନେମା ଓ ରାଷ୍ଟ୍ର ଓ ହିଂସାର ମୌଳିକ ବିଶ୍ଳେଷଣ ଓ ବର୍ଣ୍ଣନା ମଧ୍ୟ ସେ ଦେଇଛନ୍ତି ।

କର୍ମ ଜୀବନ[ସମ୍ପାଦନା]

ସେ ଦିଲ୍ଲୀର ସେଣ୍ଟର୍ ଫର୍ ଦ ଷ୍ଟଡି ଅଫ୍ ଡେଭଲପିଂଗ୍ ସୋସାଇଟିଜ୍ (ସି.ଏସ୍.ଡି.ଏସ୍.)ରେ ଅନେକ ବର୍ଷ ପର୍ଯ୍ୟନ୍ତ ସିନିଅର୍ ଫେଲୋ ଓ ନିର୍ଦେଶକ ଥିଲେ । ସେ ବର୍ତମାନ ସେଠାରେ ସିନିଅର୍ ଅନରାରି ଫେଲୋ ଅଛନ୍ତି । ଏହା ଛଡା ସେ ଦିଲ୍ଲୀସ୍ଥ କମିଟି ଫର୍ କଲଚରାଲ୍ ଚଏସେଜ୍ ଆଣ୍ଡ୍ ଗ୍ଲୋବାଲ୍ ଫ୍ୟୁଚର୍ସ୍ର ଚେଆର୍ପସନ୍ର ଭୂମିକା ମଧ୍ୟ ତୁଲାନ୍ତି । [୧][୨]

କିଛି ବହି[ସମ୍ପାଦନା]

୧୯୮୦ - କ୍ରିଏଟିଭିଟି ଏଣ୍ଡ୍ ଅଥେଣ୍ଟିସିଟି ଇନ୍ ଟୁ ଇଣ୍ଡିଆନ୍ ସାଇଣ୍ଟିଷ୍ଟ୍ସ୍ । ନୂଆ ଦିଲ୍ଲୀ: ଆଲାଏଡ୍. ଦିଲ୍ଲୀ:ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୯୫ ।

୧୯୮୩ – ଦ ଇଣ୍ଟିମେଟ୍ ଏନେମି: ଲସ୍ ଆଣ୍ଡ୍ ରିକଭରି ଅଫ୍ ସେଲ୍ଫ୍ ଅଣ୍ଡର୍ କଲୋନିଆଲିଜମ୍ । ଦିଲ୍ଲୀ: ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍ ୧୯୮୩, ୧୯୮୮ ।

୧୯୮୯ – ଦ ଦାଓ ଅଫ୍ କ୍ରିକେଟ୍: ଅନ୍ ଗେମ୍ସ୍ ଅଫ୍ ଡେଷ୍ଟିନି ଆଣ୍ଡ୍ ଦ ଡେଷ୍ଟିନି ଅଫ୍ ଗେମ୍ସ୍ । ନୂଆ ଦିଲ୍ଲୀ ଓ ନ୍ୟୁ ୟର୍କ୍: ଭାଇକିଙ୍ଗ୍, ୧୯୮୯ ଏବଂ ନୂଆ ଦିଲ୍ଲୀ ଓ ନ୍ୟୁ ୟର୍କ୍: ପେଂଗୁଇନ୍, ୧୯୮୯ ।

୧୯୯୪ – ଦ ଇଲ୍ଲିଜେଟିମାସୀ ଅଫ୍ ନାଶନାଲିଜିମ୍: ରବିନ୍ଦ୍ରନାଥ ଟାଗୋର୍ ଆଣ୍ଡ୍ ଦ ପଲିଟିକ୍ସ ଅଫ୍ ସେଲ୍ଫ୍ । ଦିଲ୍ଲୀ: ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୯୪ ।

୧୯୯୫ - ଦ ସ୍ୟାଭେଜ୍ ଫ୍ରଏଡ୍ ଆଣ୍ଡ୍ ଅଦର୍ ଏସେଜ୍ ଅନ୍ ପସିବଲ୍ ଆଣ୍ଡ୍ ରିଟ୍ରିଭେବଲ୍ ସେଲଭ୍ ସ୍ । ଦିଲ୍ଲୀ ଓ ଲଣ୍ଡନ୍: ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୯୫ ଏବଂ ପ୍ରିନ୍ସଟନ୍, ନ୍ୟୁ ଜର୍ସି: ପ୍ରିନ୍ସଟନ୍ ୟୁନିଭର୍ସିଟି ପ୍ରେସ୍, ୧୯୯୫ ।

୨୦୦୭ - ଏ ଭେରି ପପୁଲାର୍ ଏକ୍ଜାଇଲ୍ । ନୂଆ ଦିଲ୍ଲୀ: ଅକ୍ସ୍ ଫର୍ଡ୍ ୟୁନିଭର୍ସିଟି ପ୍ରେସ୍, ୨୦୦୭ ।

ଆଧାର[ସମ୍ପାଦନା]