ରକ୍ତ ଶ୍ରେଣୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରକ୍ତ ଶ୍ରେଣୀ (ବ୍ଲଡ଼ ଗ୍ରୁପ) ଆଂଶିକ ଭାବରେ ଲୋହିତ ରକ୍ତ କଣିକା ପୃଷ୍ଠରେ ଥିବା ଏବିଓ ଶ୍ରେଶୀ ଆଣ୍ଟିଜେନ‌ଦ୍ୱାରା ସ୍ଥିର କରାଯାଏ ।

ରକ୍ତ ଶ୍ରେଣୀ ବା ରକ୍ତ ଦଳ ବା ବ୍ଲଡ଼ ଗ୍ରୁପ ଦେହରେ ଥିବା ରକ୍ତର ଏକ ବର୍ଗୀକରଣର ନାମ ଯାହା କେତେକ ଆଣ୍ଟିବଡିଲୋହିତ ରକ୍ତ କଣିକା ପୃଷ୍ଠରେ ବଂଶଗତ ଆଣ୍ଟିଜେନର ଉପସ୍ଥିତି ବା ଅନୁପସ୍ଥିତି ଉପରେ ନିର୍ଭର କରି ଦିଆଯାଏ । ରକ୍ତ ଶ୍ରେଣୀ ଅନୁସାରେ ଏହି ଆଣ୍ଟିଜେନ‌ଗୁଡ଼ିକ ପୁଷ୍ଟିସାର, ଶ୍ୱେତସାର, ଗ୍ଲାଇକୋପ୍ରୋଟିନ ବା ଗ୍ଲାଇକୋଲିପିଡ଼ ହୋଇପାରେ । ଏହି ଆଣ୍ଟିଜେନ ବିଭିନ୍ନ ତନ୍ତୁମାନଙ୍କ ଇଉକାରିଓଟିକ ଲୋଷ|ଜୀବକୋଷରେ ମଧ୍ୟ ଥାଏ । ଏମାନଙ୍କ ମଧ୍ୟରୁ ଅନେକ ପୃଷ୍ଠ ଆଣ୍ଟିଜେନ ଗୋଟିଏ ଆଲେଲେରୁ ସୃଷ୍ଟି ହୋଇଥାଆନ୍ତି ଓ ସାମୁହିକ ଭାବରେ ଗୋଟିଏ ରକ୍ତ ଶ୍ରେଣୀ ସୃଷ୍ଟି କରନ୍ତି ।[୧] ଉଭୟ ମାତା ଓ ପିତାଙ୍କଠାରୁ ରକ୍ତ ଶ୍ରେଣୀ ବଂଶଗତ (inherited) ଭାବରେ ଆସିଥାଏ । ଅଧୁନା ରକ୍ତ ସଞ୍ଚାର ଆନ୍ତର୍ଜାତୀୟ ସୋସାଇଟି (ISBT) ପ୍ରାୟ ୩୫ ପ୍ରକାର ମାନବ ରକ୍ତ ଶ୍ରେଣୀ ପ୍ରଣାଳୀ ଚିହ୍ନଟ କରିସାରିଲେଣି ।[୨] ଏମାନଙ୍କ ମଧ୍ୟରୁ ଦୁଇଟି ଶ୍ରେଣୀ ଯଥା ଏବିଓ (en:ABO) ଓ ଆରଏଚଡି (RhD antigen) ଶ୍ରେଣୀ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ସେଗୁଡ଼ିକଦ୍ୱାରା ଏବିଓ ରକ୍ତ ଶ୍ରେଣୀ ପ୍ରସ୍ତୁତ ହୁଏ । ଏମାନଙ୍କଦ୍ୱାରା ରକ୍ତ ଶ୍ରେଣୀ (ଏ,ବି,ଏବି,ଓ ସ‌ହ +,‌-) ସ୍ଥିରୀକୃତ ହୁଏ ।

ଗର୍ଭିଣୀ ମହିଳାମାନଙ୍କ ଗର୍ଭରେ ଯେଉଁ ଭୃଣ ଥାଏ ତାହାର ରକ୍ତ ଶ୍ରେଣୀ ମାଆଠାରୁ ପୃଥକ୍ ହୋଇପାରେ କିନ୍ତୁ ଏହା ଏକ ସମସ୍ୟା ନୁହେଁ । କେବଳ ଆରଏଚଡି + କି - ତାହା ଚିନ୍ତା ଜନ‌କ ହୁଏ । ଆରଏଚଡି + ଥିବା ଭୃଣ ଆରଏଚଡି - ମାଆ ଦେହରେ ଥିଲେ ମାଆ ଦେହରେ ଭୃଣ ଲୋହିତ ରକ୍ତ କଣିକା ପ୍ରତି ଆଣ୍ଟିବଡି ସୃଷ୍ଟି ହୁଏ । ବେଳେ ବେଳେ ମାଆ ଦେହର ଏହି ଆଣ୍ଟିବଡି, ଆଇଜିଜି ଯାହା ଏକ କ୍ଷୁଦ୍ର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ, ପ୍ଲାସେଣ୍ଟା ପାର ହୋଇ ଭୃଣର ଲୋହିତ ରକ୍ତ କଣିକାର ହେମୋଲାଇସିସ୍ (ନଷ୍ଟ) କରିଦିଏ ।ଏହା ଫଳରେ ନବଜାତର ହେମୋଲାଇଟିକ ରୋଗ ହୁଏ ଯାହାକୁ ଏରିଥ୍ରୋବ୍ଲାସ୍ଟୋସିସ୍ ଫିଟାଲିସ କୁହାଯାଏ ଯୋଗୁ ସାମାନ୍ୟରୁ ସାଂଘାତିକ ଆନିମିଆ ବା ରକ୍ତ‌ହୀନତା ଦେଖାଯାଏ । ଏହି ଅବସ୍ଥା ପ୍ରାଣ‌ଘାତକ ହେଲେ ତାହାକୁ ହାଇଡ୍ରପ୍ସ ଫିଟାଲିସ କୁହାଯାଏ । [୩]

ରକ୍ତ ଶ୍ରେଣୀ ପ୍ରଣାଳୀ[ସମ୍ପାଦନା]

ସମ୍ପୁର୍ଣ୍ଣ ରକ୍ତ ଶ୍ରେଣୀରେ ୩୦ଟି ପଦାର୍ଥ ଲୋହିତ ରକ୍ତ କଣିକା ପୃଷ୍ଠଦେଶରେ ଥାଏ ଓ ବ୍ୟକ୍ତିଗତ ଭାବର ଜଣକର ରକ୍ତ ଶ୍ରେଣୀ ଏହି ପଦାର୍ଥମାନଙ୍କର ବିଭିନ୍ନ ସମ୍ଭାବ୍ୟ ମିଶ୍ରଣ ଯୋଗୁ ହୁଏ ।[୪] ଏହି ୩୫ ପ୍ରକାର ରକ୍ତ ଶ୍ରେଣୀରେ ୬୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ରକ୍ତ ଶ୍ରେଣୀ ଆଣ୍ଟିଜେନ ମିଳିଛି,[୫] ପ୍ରାୟ ସର୍ବଦା ଜଣେ ଲୋକର ରକ୍ତ ଶ୍ରେଣୀ ଆଜୀବନ ସ୍ଥିର ରହେ କିନ୍ତୁ କ୍ୱଚିତ ବିଭିନ୍ନ ସଂକ୍ରମଣ, କର୍କଟ ରୋଗ ବା ଅଟୋଇମ୍ମ୍ୟୁନ ରୋଗ ଯୋଗୁ ଏହା ପରିବର୍ତ୍ତିତ ହୋଇଯାଏ ।[୬][୭][୮][୯] ଅଧୁନା ଅସ୍ଥି ମଜ୍ଜା ପ୍ରତିରୋଗ (transplant) ଅନ୍ୟ ଏକ ସାଧାରଣ କାରଣରୂପେ ସୃଷ୍ଟି ହୋଇଛି । ଲିଉକେମିଆଲିମ୍ପୋମା ଆଦି ବିଭିନ୍ନ ରୋଗମାନଙ୍କରେ ଏହି ପ୍ରତିରୋପଣ କରାଯାଉଛି । ଅସ୍ଥି ମଜ୍ଜା ଗ୍ରହୀତାର ଏବିଓ ଶ୍ରେଣୀ, ଦାତାର ଏବିଓ ଶ୍ରେଣୀଠାରୁ ପୃଥକ୍ ଥିଲେ କ୍ରମଶଃ ଗ୍ରହୀତାର ରକ୍ତ ଶ୍ରେଣୀ ଦାତାର ରକ୍ତ ଶ୍ରେଣୀକୁ ପରିବର୍ତ୍ତିତ ହୋଇଯାଏ ।

ଏବିଓ ରକ୍ତ ଶ୍ରେଣୀ ପ୍ରଣାଳୀ[ସମ୍ପାଦନା]

ଏବିଓ ରକ୍ତ ଶ୍ରେଣୀ ପ୍ରଣାଳୀ: ଚିତ୍ରରେ ଶ୍ୱେତସାର ଚେନ ଦେଖାଯାଉଛି ଯାହା ଏବିଓ ରକ୍ତ ଶ୍ରେଣୀ ସ୍ଥିର କରେ ।
ମୂଳ ଲେଖା: ABO blood group system

ମାନବ ରକ୍ତ ସଞ୍ଚାରର ରକ୍ତ ଶ୍ରେଣୀ ପ୍ରଣାଳୀରେ ଏବିଓ ପ୍ରଣାଳୀ ହେଉଛି ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ । ସ‌ହ‌ଯୋଗୀ ଆଣ୍ଟି-ଏ ଓ ଆଣ୍ଟି-ବି ଆଣ୍ଟିବଡି ନାମ ସାଧାରଣତଃ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଏମ, ସଂକ୍ଷେପରେ ଆଇଜିଏମ (IgM), ଆଣ୍ଟିବଡି. ଏବିଓ ଆଇଜିଏମ ଆଣ୍ଟିବଡି ଇତ୍ୟାଦି ଜୀବନର ପ୍ରଥମ ବର୍ଷରେ ଖାଦ୍ୟ, ଜୀବାଣୂ ଓ ଭୁତାଣୁଦ୍ୱାରା ପରିବେଶ ସଂବେଦନଶୀଳ ହୋଇ ପ୍ରସ୍ତୁତ ହୁଏ । ଡ: କାର୍ଲ ଲାଣ୍ଡସ୍ଟେନରଦ୍ୱାରା ସନ ୧୯୦୧ରେ ବ୍ୟବ‌ହୃତ ହୋଇଥିବା ଏ/ବି/ସି ଶ୍ରେଣୀର 'ସି'କୁ ପରବର୍ତ୍ତି କାଳରେ ବଦଳେଇ 'ଓ' ବ୍ୟବ‌ହାର କରାଗଲା ।[୧୦] "ଓ"କୁ କେତେକ ଭାଷାରେ ଅନେକ ସମୟରେ ୦ (ଶୁନ୍ୟ) କୁହାଯାଏ । ଅଷ୍ଟ୍ରେଲିଆ ଗୃହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Austrian Federal Ministry of Health) ଦାବୀ କରନ୍ତି ଯେ ଡ: କାର୍ଲ ଲାଣ୍ଡସ୍ଟେନରଦ୍ୱାରା ସନ ୧୯୦୧ରେ ବ୍ୟବ‌ହୃତ ହୋଇଥିବା ମୂଳ ଶବ୍ଦାବଳୀରେ ଏ/ବି/ଏବି/୦(ଶୁନ୍ୟ) ଥିଲା ଯାହା ପରବର୍ତ୍ତି କାଳରେ ଅଧିକାଂଶ ଇଂରାଜୀ କ‌ହୁଥିବା ଦେଶମାନଙ୍କରେ '୦' (ଶୁନ୍ୟ)କୁ ବଦଳେଇ 'ଓ' କରିଦେଲେ ।[୧୦][୧୧]

ଫିନୋଟାଇପ ଜେନୋଟାଇପ
ଏଏ ବା ଏଓ
ବି ବିବି ବା ବିଓ
ଏବି ଏବି
ଓଓ

ଆରଏଚ ରକ୍ତ ଶ୍ରେଣୀ ପ୍ରଣାଳୀ[ସମ୍ପାଦନା]

ମାନବ ରକ୍ତ ସଞ୍ଚାରର ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ପ୍ରଣାଳୀର ନାମ ଆରଏଚ ପ୍ରଣାଳୀ । (ଆରଏଚ) ଅର୍ଥ ରିସସ୍, ଇଂରାଜୀ ଭାଷାରେ (Rhesus), ଯେଉଁଥିରେ ଅଦ୍ୟାବଧି ୫୦ଟି ଆଣ୍ଟିଜେନ ଅଛି । ଏହି ଆରଏଚ ଆଣ୍ଟିଜେନରେ ଡି ଆଣ୍ଟିଜେନର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, କାରଣ ଏହାଦ୍ୱାରା ୫ଟି ମୂଖ୍ୟ ଆରଏଚ ଆଣ୍ଟିଜେନର ଇମ୍ମୁନ ପ୍ରତିକ୍ରିୟା ସମ୍ଭାବନା ଥାଏ । ଡି- ବ୍ୟକ୍ତିମାନଙ୍କର ଆଣ୍ଟି-ଡି ବା ଆଇଜିଏମ ଆଣ୍ଟିବଡି ନ ଥାଏ କାରଣ ଏହି ଆଣ୍ଟିବଡି ପରିବେଶଦ୍ୱାରା ସମ୍ବେଦନ ହୁଏ ନାହିଁ । କିନ୍ତୁ ଏଜେଣ୍ଟଦ୍ୱାରା ଡି- ବ୍ୟକ୍ତି ସମ୍ବେଦନଶୀଳ ହୋଇ ଆଇଜିଜି ପ୍ରସ୍ତୁତ କରିପାରନ୍ତି ଯେପରିକି ଡି- ଥିବା ମହିଳାଙ୍କ ଭୃଣର ଡି+ ଥିଲେ ବା ବେଳେବେଳେ ଡି+ ଥିବା ଲୋହିତ ରକ୍ତ କଣିକା ଥିବା ରକ୍ତ ସଞ୍ଚାରଦ୍ୱାରା ହୁଏ ।[୧୨] [[ଆରଏଚ]] ରୋଗ ଏହି ଭଳି ପ୍ରସଙ୍ଗରେ ହୋଇପାରେ ।[୧୩] ଆରଏଚ- ରକ୍ତ ଶ୍ରେଣୀ ଗୋରାଙ୍କ (୧୫%) ଅପେକ୍ଷା ଏସିଆ ଲୋକଙ୍କର କମ (୦.୩%) ଥାଏ ।[୧୪] ଆରଏଚ (ଡି)ର ଉପସ୍ଥିତି ବା ଅନୁପସ୍ଥିତି ଯୁକ୍ତ ବା ବିଯୁକ୍ତ ଚିହ୍ନରୁ ଜଣାଯାଏ, ଯେପରିକି ଏ- ଶ୍ରେଣୀରେ ଆରଏଚ (ଡି) ନ ଥାଏ ।

ଅନ୍ୟାନ୍ୟ ରକ୍ତ ଶ୍ରେଣୀ[ସମ୍ପାଦନା]

୩୩ ଅନ୍ୟ ରକ୍ତ ଶ୍ରେଣୀ ପ୍ରଣାଳି ଚିହ୍ନଟ ହୋଇସାରିଛି । [୧୫] ତେଣୁ ଏବିଓ ତ‌ଥା ଆରଏଚ ବ୍ୟତୀତ ଆହୁରି ଅନେକ ଆଣ୍ଟିଜେନ ଲୋହିତ ରକ୍ତ କଣିକା ପୃଷ୍ଠରେ ଥାଇପାରନ୍ତି । ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ଏବି, ଡି+ ଓ ତା ସ‌ହିତ ଏମଏନ+, କେ+, ଏଲଇ ବା ଏଲଇବି- ଇତ୍ୟାଦି ହୋଇପାରେ ରୋଗୀର ନାମ ଅନୁସାରେ କେତେକ ରକ୍ତ ଶ୍ରେଣୀର ନାମ କରଣ କରାଯାଇଛି ଓ ପ୍ରତି ଶ୍ରେଣୀର + ବା ‌- ଅଛି ।

ନୈଦାନିକ ମହତ୍ତ୍ୱ[ସମ୍ପାଦନା]

ରକ୍ତ ସଞ୍ଚାର[ସମ୍ପାଦନା]

ମୂଳ ଲେଖା: ରକ୍ତ ସଞ୍ଚାର

ରକ୍ତ ରୋଗ ବିଜ୍ଞାନର ରକ୍ତ ସଞ୍ଚାର ମେଡିସିନ ଏକ ବିଶେଷ ଶାଖା ଯେଉଁଥିରେ ରକ୍ତ ଶ୍ରେଣୀ ସ‌ହିତ ରକ୍ତ ଭଣ୍ଡାରର କାମ ଓ ତାହାର ସେବା, ଅନ୍ୟାନ୍ୟ ରକ୍ତ ଉତ୍ପାଦ ବିଷୟ ଗୁଡ଼ିକର ବ୍ୟବ‌ହାର ବିଷୟ ଅନୁଶୀଳନ କରାଯାଏ । ସାରା ପୃଥିବୀରେ ଚିକିତ୍ସକ ରକ୍ତ ଉତ୍ପାଦ ନିମନ୍ତେ ପ୍ରେସକ୍ରିପସନ ଲେଖିପାରିବେ ।

ରକ୍ତ ଶ୍ରେଣୀ ଅମେଳ ଯୋଗୁ ଜାତ ହେଉଥିବା ଆକ୍ୟୁଟ ହେମୋଲାଇଟିକ ପ୍ରତିକ୍ରିୟାର ମୂଖ୍ୟ ଲକ୍ଷଣ ସମୂହ । [୧୬][୧୭]

ରକ୍ତ ଭଣ୍ଡାରର ରୁଟିନ କାର୍ଯ୍ୟକ୍ରମରେ ଉଭୟ ଦାତା ଓ ଗ୍ରହୀତାମାନଙ୍କ ରକ୍ତ ପରୀକ୍ଷା କରି ଗ୍ରହୀତାପ୍ରତି ଯେତେ ଦୂର ସମ୍ଭବ ବିପଦମୁକ୍ତ ଓ ସଙ୍ଗତ (compatible) ରକ୍ତ କି ନୁହେଁ ପରୀକ୍ଷା କରି ଦେଖାଯାଏ । ରକ୍ତ ଅସଙ୍ଗତ ହେଲେ ସାଂଘାତିକ ପ୍ରତିକ୍ରିୟ ସୃଷ୍ଟି ହୁଏ (ଆକ୍ୟୁଟ ହେମୋଲାଇଟିକ ରିଆକସନ) ହୋଇ ହେମୋଲାଇସିସ (ଲୋହିତ ରକ୍ତ କଣିକା ନଷ୍ଟ) ହୋଇଯାଏ, ବୃକ୍‌କ ଫେଲ ହୁଏ ଓ ସଞ୍ଚାର ସକ୍ ହୋଇ ମୃତ୍ୟୁ ହୋଇପାରେ । ଆଣ୍ଟବଡି ଉଚ୍ଚ ଧରଣର ପ୍ରତିକ୍ରିୟାଶୀଳ ହୋଇ ଲୋହିତ ରକ୍ତ କଣିକାକୁ ଆକ୍ରମଣ କରି ତାହାର କମ୍ପ୍ଲିମେଣ୍ଟ ସିସ୍ଟମ ସ‌ହ ମିଶି ସଞ୍ଚାରିତ ହୋଇଥିବା ଲୋକ ଦେହରେ ବଡ଼ ଧରଣର ଲୋହିତ ରକ୍ତ କଣିକା ନଷ୍ଟ କରେ ।

ଆଦର୍ଶ ଭାବରେ ରକ୍ତ ସଞ୍ଚାର ପ୍ରତିକ୍ରିୟାକୁ ଏଡ଼େଇବା ନିମନ୍ତେ ରୋଗୀ ନିଜ ରକ୍ତ ଶ୍ରେଣୀର ରକ୍ତ ନେବା ଉଚିତ । ରକ୍ତ କ୍ରସ ମ୍ୟାଚିଙ୍ଗ କରି ଦିଆଯାଏ; ଫଳରେ ପ୍ରତିକ୍ରିୟା ସମ୍ଭାବନା କମ ହୁଏ । କ୍ରସ୍ ମ୍ୟାଚିଙ୍ଗ ପଦ୍ଧତିରେ ଦାତାର ରକ୍ତ ସ‌ହ ଗ୍ରହୀତା ସେରମ୍ ଓ ଦାତାର ସେରମ ସ‌ହ ଗ୍ରହୀତାର ରକ୍ତକୁ ମିଶେଇ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଏ । ଲୋହିତ ରକ୍ତ କଣିକାଗୁଡ଼ିକ ପରଷ୍ପର ସ‌ହିତ ଲାଗିଯାଆନ୍ତି (agglutination) । ଏହି ଭଳି ଦେଖାଗଲେ ଦାତାର ରକ୍ତ ଦିଆଯାଏ ନାହିଁ । କୌଣସି ଭୂଲ ନ ହେବା ନିମନ୍ତେ ରକ୍ତ ନମୁନା ଗୁଡ଼ିକରେ ବାରକୋଡ଼ ପଦ୍ଧତି ବ୍ୟବ‌ହାର କରାଯାଉଛି ।

ଡାକ୍ତରଖାନା ଓ ରକ୍ତ ଭଣ୍ଡାରରେ ଦୁର୍ଲଭ ରକ୍ତ ଶ୍ରେଣୀ ମିଳିବାରେ ସମସ୍ୟା ଉପୁଜେ । ଉଦାହରଣ ସ୍ୱରୂପ ଡଫି- (Duffy-negative) ରକ୍ତ ମୂଳ ଆଫ୍ରିକୀୟ ଲୋକଙ୍କ ମଧ୍ୟରେ ଥାଏ,[୧୮] ଓ ରକ୍ତ ଆବଶ୍ୟକ କରୁଥିବା ଲୋକ ସମସ୍ୟାରେ ପଡ଼ନ୍ତି । ପୂର୍ବ ଆଫ୍ରିକା ଭଳି ଦେଶମାନଙ୍କରେ ଆରଏଚଡି- ରକ୍ତ ଦୁଷ୍ପ୍ରାପ୍ୟ, ଏଣୁ ସେଠାରେ ପଶ୍ଚିମ ଦେଶର ଲୋକଙ୍କୁ ଏହି ରକ୍ତ ଦେବକୁ ଉତ୍ସାହିତ କରାଯାଏ । [୧୯]

ବିଶ୍ୱବ୍ୟାପୀ ଦାତା ଓ ବିଶ୍ୱବ୍ୟାପୀ ଗ୍ରହିତା[ସମ୍ପାଦନା]

A hospital corpsman with the Blood Donor Team from Naval Medical Center Portsmouth takes samples of blood from a donor for testing

ରକ୍ତ ସଞ୍ଚାର ସମ୍ପର୍କରେ: ରକ୍ତ ଶ୍ରେଣୀ ଓ ଆରଏଚ ଡି- ରକ୍ତକୁ ବିଶ୍ୱବ୍ୟାପି ଦାତା କୁହାଯାଏ ଓ ଶ୍ରେଣୀ ଏବି ଆରଏଚ ଡି+ ରକ୍ତକୁ ବିଶ୍ୱବ୍ୟାପି ଗ୍ରହୀତା କୁହାଯାଏ କିନ୍ତୁ ଏହି ତ‌ଥ୍ୟ କେବଳ ସମ୍ଭାବ୍ୟ ଆଣ୍ଟ-ଏ ଓ ଆଣ୍ଟି-ବି ଆଣ୍ଟବଡି ପ୍ରତିକ୍ରିୟା ସମ୍ପର୍କରେ ଓ ଆରଏଚ ଆଣ୍ଟଜେନ ସମ୍ବେଦନଶୀଳତାକୁ ଲକ୍ଷ କରି କୁହାଯାଏ । ଏହାର ଏକ ବ୍ୟତିକ୍ରମ ହେଉଛି ଏଚଏଚ ସିସ୍ଟମ ଥିବା ବ୍ୟକ୍ତି ଯିଏ କେବଳ ଏଚଏଚ ଦାତାଠାରୁ ଗ୍ରହଣ କରିପାରିବ କାରଣ ସେମାନେ ସମସ୍ତ ଲୋହିତ ରକ୍ତ କଣିକାରେ ଥିବା ଏଚ ଆଣ୍ଟଜେନ ପ୍ରତି ଆଣ୍ଟବଡି ତିଆରି କରିପାରିବେ ।[୨୦][୨୧]

ଅତ୍ୟଧିକ ଶକ୍ତ ଆଣ୍ଟି-ଏ ଓ ଆଣ୍ଟି‌-ବି ବା ଅସ୍ୱାଭାବିକ ରକ୍ତ ଆଣ୍ଟବଡି ଥିବା ଦାତାକୁ ତ୍ୟାଗ କରାଯାଏ । ସାଧାରଣତଃ ଦାତାର ପ୍ଲାଜ୍ମାରେ ଥିବା ଆଣ୍ଟବଡି ଗ୍ରହିତାର ନ ଥିଲେ ମଧ୍ୟ ଏହା ରକ୍ତ ସଞ୍ଚାର ପରେ ଅତ୍ୟଧିକ ଏହାର ଘନତ୍ୱ ଅତି ପତଳା ହେବା ଯୋଗୁ ପ୍ରତିକ୍ରିୟ ସମ୍ଭାବନା ରହେନି ।

ଅଧିକନ୍ତୁ, ଲୋହିତ ରକ୍ତ କଣିକା ପୃଷ୍ଠରେ ଏ, ବି, ଆରଏଚ ଡି ଆଣ୍ଟିଜେନ ବ୍ୟତୀତ ଅନ୍ୟ ଆଣ୍ଟଜେନ ଇମ୍ମ୍ୟୁନ ପ୍ରତିକ୍ରିୟା ସୃଷ୍ଟି କରିପାରନ୍ତି । ଏହା ବ୍ୟତିତ ଶ୍ୱେତ ରକ୍ତ କଣିକା ଓ ପ୍ଲାଟେଲେଟମାନଙ୍କର ନିଜସ୍ୱ ପୃଷ୍ଠ ଆଣ୍ଟିଜେନ ଥିଲେ ପ୍ରତିକ୍ରିୟା ହୋଇପାରେ ।

ପ୍ଲାଜ୍ମା ସଞ୍ଚାରରେ ପରିସ୍ଥିତି ବିପରୀତ ହୁଏ । 'ଓ' ପ୍ଲାଜ୍ମା ଶ୍ରେଣୀରେ ଆଣ୍ଟି-ଏ ଓ ଆଣ୍ଟି-ବି ଆଣ୍ଟବଡି ଥିବା ଯୋଗୁ କେବଳ 'ଓ' ଗ୍ରହୀତାକୁ ଦିଆଯାଇ ପାରିବ । ଅନ୍ୟ ପକ୍ଷରେ ଏବି ପ୍ଲାଜ୍ମା ଯେ କୌଣସି ଏବିଓ ରକ୍ତ ଶ୍ରେଣୀକୁ ଆଣ୍ଟବଡି ନ ଥିବା କାରଣରୁ ଦିଆଯାଇ ପାରିବ ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Maton, Anthea; Jean Hopkins; Charles William McLaughlin; Susan Johnson; Maryanna Quon Warner; David LaHart; Jill D. Wright (୧୯୯୩). Human Biology and Health. Englewood Cliffs NJ: Prentice Hall. ISBN ୦-୧୩-୯୮୧୧୭୬-୧. 
  2. "Table of blood group systems v4.0" (PDF). International Society of Blood Transfusion. November 2014. Retrieved April 9, 2015. 
  3. E.A. Letsky; I. Leck; J.M. Bowman (୨୦୦୦). "Chapter ୧୨: Rhesus and other haemolytic diseases". Antenatal & neonatal screening (୨nd ed.). Oxford University Press. ISBN ୯୭୮-୦-୧୯-୨୬୨୮୨୬-୮. 
  4. "Table of blood group systems". International Society of Blood Transfusion. October 2008. Retrieved 2008-09-12. 
  5. "American Red Cross Blood Services, New England Region, Maine, Massachusetts, New Hampshire, Vermont". American Red Cross Blood Services – New England Region. 2001. Archived from the original on June 21, 2008. Retrieved 2008-07-15. there are more than 600 known antigens besides A and B that characterize the proteins found on a person's red cells 
  6. Dean 2005, The ABO blood group "... A number of illnesses may alter a person's ABO phenotype ..."
  7. Stayboldt C, Rearden A, Lane TA (1987). "B antigen acquired by normal A1 red cells exposed to a patient's serum". Transfusion 27 (1): 41–4. PMID 3810822. doi:10.1046/j.1537-2995.1987.27187121471.x. 
  8. Matsushita S, Imamura T, Mizuta T, Hanada M (November 1983). "Acquired B antigen and polyagglutination in a patient with gastric cancer". The Japanese Journal of Surgery 13 (6): 540–2. PMID 6672386. doi:10.1007/BF02469500. 
  9. Kremer Hovinga I, Koopmans M, de Heer E, Bruijn J, Bajema I (2007). "Change in blood group in systemic lupus erythematosus". Lancet 369 (9557): 186–7; author reply 187. PMID 17240276. doi:10.1016/S0140-6736(07)60099-3. 
  10. ୧୦.୦ ୧୦.୧ Schmidt, P; Okroi, M (2001), "Also sprach Landsteiner – Blood Group ‘O’ or Blood Group ‘NULL’", Infus Ther Transfus Med 28 (4), doi:10.1159/000050239 
  11. "Your blood – a textbook about blood and blood donation" (PDF). p. 63. Archived from the original (PDF) on June 26, 2008. Retrieved 2008-07-15. 
  12. Talaro, Kathleen P. (୨୦୦୫). Foundations in microbiology (୫th ed.). New York: McGraw-Hill. pp. ୫୧୦–୧. ISBN ୦-୦୭-୧୧୧୨୦୩-୦. 
  13. Moise KJ (July 2008). "Management of rhesus alloimmunization in pregnancy". Obstetrics and Gynecology 112 (1): 164–76. PMID 18591322. doi:10.1097/AOG.0b013e31817d453c. 
  14. "Rh血型的由來". Hospital.kingnet.com.tw. Retrieved 2010-08-01. 
  15. Joshua E. Brown (22 February 2012). "Blood Mystery Solved". University Of Vermont. Retrieved 11 June 2012. 
  16. Possible Risks of Blood Product Transfusions from American Cancer Society. Last Medical Review: 03/08/2008. Last Revised: 01/13/2009
  17. 7 adverse reactions to transfusion Pathology Department at University of Michigan. Version July 2004, Revised 11/5/08
  18. Nickel RG; Willadsen SA; Freidhoff LR et al. (August 1999). "Determination of Duffy genotypes in three populations of African descent using PCR and sequence-specific oligonucleotides". Human Immunology 60 (8): 738–42. PMID 10439320. doi:10.1016/S0198-8859(99)00039-7. 
  19. Bruce, MG (May 2002). "BCF – Members – Chairman's Annual Report". The Blood Care Foundation. Archived from the original on April 10, 2008. Retrieved 2008-07-15. As Rhesus Negative blood is rare amongst local nationals, this Agreement will be of particular value to Rhesus Negative expatriates and travellers 
  20. Fauci, Anthony S.; Eugene Braunwald; Kurt J. Isselbacher; Jean D. Wilson; Joseph B. Martin; Dennis L. Kasper; Stephen L. Hauser; Dan L. Longo (୧୯୯୮). Harrison's Principals of Internal Medicine. McGraw-Hill. p. ୭୧୯. ISBN ୦-୦୭-୦୨୦୨୯୧-୫. 
  21. "Universal acceptor and donor groups". Webmd.com. 2008-06-12. Retrieved 2010-08-01. 

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]