ଯାତ୍ରୀ ତରଳ ଝାଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ଯାତ୍ରୀ ତରଳ ଝାଡ଼ା
ପରିବ୍ରାଜକ ତରଳ ଝାଡ଼ା,[୧] ଯାତ୍ରୀ ଅତିସାର (traveler's dysentery)[୨]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୯-ସିଏମ୍009.2

ଯାତ୍ରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ Traveler's diarrhea ବା TD) ଏକ ପାକସ୍ଥଳୀ ଓ ଅନ୍ତନଳୀ ସଂକ୍ରମଣକୁ କୁହାଯାଏ । ଯାତ୍ରା ପଥରେ କେତେକ ମତରେ ଏକ ବା ଏକାଧିକ ଅନ୍ୟ କେତେକଙ୍କ ମତରେ ୩ ବା ତା'ଠାରୁ ଅଧିକ ଥର ତରଳ ଝାଡ଼ାକୁ ଯାତ୍ରୀ ତରଳ ଝାଡ଼ା ସଂଜ୍ଞା ଦିଆଯାଏ ।[୩][୪] ଏହା ସ‌ହିତ କ୍ରାମ୍ପ, ଅଇ, ଜ୍ୱର ଓ ଦେହ ଫୁଲିଯାଏ ।[୪] ବେଳେ ବେଳେ ରକ୍ତମିଶା ତରଳ ଝାଡ଼ା ହୋଇପାରେ । [୫] ଚିକିତ୍ସାରେ ବା ବିନା ଚିକିତ୍ସାରେ ଏହି ରୋଗ ୪ ଦିନ ମଧ୍ୟରେ ଭଲ ହୋଇଯାଏ । ୧୦% ଲୋକଙ୍କର ଲକ୍ଷଣ ଏକ ସପ୍ତାହ ପର୍ଯ୍ୟନ୍ତ ରହେ ।[୪]

ଅର୍ଦ୍ଧାଧିକ ରୋଗରେ ଜୀବାଣୁ ଯୋଗୁ ଯାତ୍ରୀ ତରଳ ଝାଡ଼ା ହୁଏ ।[୪] ଦକ୍ଷିଣପୂର୍ବ ଏସିଆରେ କାମ୍ପିଲୋବ୍ୟାକ୍ଟର ଯୋଗୁ ଓ ଏହା ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ସ୍ଥାନରେ ଏଣ୍ଟେରୋଟକ୍ସିଜେନିକ ଏସ୍କେରିସିଆ କୋଲାଇ ଜୀବାଣୁଦ୍ୱାରା ଯାତ୍ରୀ ତରଳ ଝାଡ଼ା ହୁଏ । [୪][୩] ନୋରୋ ଭୁତାଣୁଯୋଗୁ ପ୍ରାୟ ୧୦%ରୁ ୨୦୫% ରୋଗ ହୁଏ । ପ୍ରୋଟୋଜୋଆ ଯେପରିକି ଜିଆର୍ଡିଆ ଯୋଗୁ ଅଧିକ ସମୟ ଧରି ରୋଗ ଲାଗିରହେ ।[୪] ଅଳ୍ପ ବୟସ୍କ ଯୁବକମାନଙ୍କର ପ୍ରଥମ ପ୍ରଥମ ଦୁଇ ସପ୍ତାହ ଯାତ୍ରା ବେଳେ ଏହି ସଙ୍କଟ ଅଧିକ ରହେ । ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହୁଏ ।[୩]

ଏହି ରୋଗର ପ୍ରତିଷେଧ ନିମନ୍ତେ ଭଲ ଭାବରେ ପରିଷ୍କାର ହୋଇ ରନ୍ଧା ହୋଇଥିବା ଖାଦ୍ୟ ଖାଇବା, ବୋତଲ ପାଣି ପିଇବା ଓ ବାରମ୍ବାର ହାତଧୂଆ ଆବଶ୍ୟକ ।[୬] ମୁଖ କଲେରା ଟିକା ନେଲେ କଲେରା ନିମନ୍ତେ ଉପକାରୀ ହୁଏ କିନ୍ତୁ ଯାତ୍ରୀ ତରଳ ଝାଡ଼ା ନିମନ୍ତେ ଏହାର ଉପକାରରେ ପ୍ରଶ୍ନବାଚୀ ଚିହ୍ନ ଅଛି ।[୭] ପ୍ରତିଷେଧକ ଆଣ୍ଟିବାୟୋଟିକ ଦେବାକୁ ହତୋତ୍ସାହିତ କରାଯାଏ । [୪] ଏହାର ପ୍ରଥମିକ ଚିକିତ୍ସାରେ ପ୍ରଚୁର ପାଣି ପିଇବାକୁ ଦିଆଯାଏ ଓ ଦେହରୁ ବୋହିଯାଇଥିବା ଲବଣ ଅଂଶ ଓରାଲ ରିହାଇଡ୍ରେସନ ଥେରାପିଦ୍ୱାରା ଭରିଦିଆଯାଏ ।[୬][୪] ଉଲ୍ଲେଖନୀୟ ବା ଅନବରତ ଝାଡ଼ା ହେଉଥିଲେ ଏହାକୁ କମେଇବା ନିମନ୍ତେ ଆଣ୍ଟିବାୟୋଟିକ ସ‌ହିତ ଲୋପେରାମାଇଡ ଦିଆଯାଏ ।[୪] ଡାକ୍ତରଖାନା ଆଡମିଶନ ୩%ରୁ କମ୍ ଲୋକଙ୍କର ଆବଶ୍ୟକ ହୁଏ ।[୩]

ବିକାଶଶୀଳ ଦେଶମାନଙ୍କୁ ଯାଉଥିବା ଲୋକଙ୍କ ମଧ୍ୟରୁ ୨୦%ରୁ ୫୦% ଲୋକଙ୍କୁ ଏହି ରୋଗ ହୁଏ ।[୪] ଜାପାନ ବ୍ୟତୀତ ଏସିଆ, ମଧ୍ୟ ପ୍ରାଚ୍ୟ, ଆଫ୍ରିକା, ମେକ୍ସିକୋ, କେନ୍ଦ୍ରିୟ ଓ ଦକ୍ଷିଣ ଆମେରିକାକୁ ଯାଉଥିବା ଯାତ୍ରୀଙ୍କୁ ଏହା ସାଧାରଣତଃ ହୁଏ ।[୬] ପରେ ହେଉଥିବା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମଗୁଲେନ-ବାରି ସିଣ୍ଡ୍ରୋମ ସ‌ହିତ ଏହାକୁ ସଂଯୋଗ କରାଯାଇଥାଏ ।[୪][୩] ଲୋକମୁଖରେ ଏହାର ଅନେକ ନାମ ମଧ୍ୟରୁ ମଣ୍ଟେଜୁମା ପ୍ରତିଶୋଧ ଓ ଦିଲ୍ଲି ପେଟ (Delhi belly) ମୁଖ୍ୟ ।[୮]

ଆଧାର[ସମ୍ପାଦନା]

  1. Ensminger, Marion Eugene; Ensminger, Audrey H. (1993-11-09). Foods & Nutrition Encyclopedia, Two Volume Set. CRC Press. p. 143. ISBN 9780849389801.
  2. Ensminger, Marion Eugene; Ensminger, Audrey H. (1993-11-09). Foods & Nutrition Encyclopedia, Two Volume Set. CRC Press. p. 143. ISBN 9780849389801.
  3. ୩.୦ ୩.୧ ୩.୨ ୩.୩ ୩.୪ Giddings, SL; Stevens, AM; Leung, DT (March 2016). "Traveler's Diarrhea". The Medical clinics of North America. 100 (2): 317–30. PMID 26900116.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ Leder, K (2015). "Advising travellers about management of travellers' diarrhoea". Australian family physician. 44 (1–2): 34–7. PMID 25688957.
  5. Feldman, Mark (2015). Sleisenger and Fordtran's Gastrointestinal and Liver Disease: Pathophysiology, Diagnosis, Management (10 ed.). Elsevier Health Sciences. p. 1924. ISBN 9781455749898.
  6. ୬.୦ ୬.୧ ୬.୨ "Travelers' Diarrhea". cdc.gov. April 26, 2013.
  7. Ahmed, T; Bhuiyan, TR; Zaman, K; Sinclair, D; Qadri, F (5 July 2013). "Vaccines for preventing enterotoxigenic Escherichia coli (ETEC) diarrhoea". The Cochrane database of systematic reviews. 7: CD009029. PMID 23828581.
  8. "Traveler's Diarrhea-Topic Overview". WebMD. 2013-03-27. Retrieved 2015-07-02. Traveler's diarrhea is sometimes called by its more colorful names: Montezuma's revenge, Delhi belly, and Turkey trots.