ମୋ ସାଥୀ ଆପ
ମୋ ସାଥୀ ଆପ (Mo Sathi mobile app), ନାରୀ ସୁରକ୍ଷା ଦିଗରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସଦ୍ୱାରା ନିର୍ମାଣ କରାଯାଇଥିବା ଏକ ମୋବାଇଲ ଆପ । ଏହି ଆପ ୨୦୧୫ ମଇ ୧୫ରୁ ପ୍ରଚଳନ କରାଯାଇଛି । ଏହି ମୋବାଇଲ ଆପ୍ଲିକେସନ ମହିଳାମାନଙ୍କୁ ସେମାନଙ୍କ ଜରୁରୀ ପରିସ୍ଥିତି ସମୟରେ ପୋଲିସ ନିୟନ୍ତ୍ରଣ କକ୍ଷ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ସୂଚିତ କରିବାରେ ସାହାଯ୍ୟ କରିଥାଏ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ମହିଳାମାନେ ଏହି ଆପ ବ୍ୟବହାର କରିପାରନ୍ତି । ଏହି ଆପ ଦିଲ୍ଲୀରେ ପ୍ରଚଳିତ 'ହିମ୍ମତ' ଆପର ଅନୁରୂପ ଅଟେ । [୧][୨][୩][୪]
କାର୍ଯ୍ୟକାରିତା
[ସମ୍ପାଦନା]ଏହି ଆପକୁ ଡାଉନଲୋଡ କରିବା ପରେ ଜଣେ ନୂଆ ବ୍ୟବାହାରକାରୀଙ୍କୁ ଆପର ପ୍ରଥମ ପୃଷ୍ଠାରେ ସେମାନଙ୍କ ନାମ, ମୋବାଇଲ, ନମ୍ବର, ଏବଂ ଅନୁନ୍ୟ ଦୁଇ ଜଣ ସମ୍ପର୍କୀୟ/ସାଙ୍ଗଙ୍କ ବିବରଣୀ ସହ ପଂଜୀକୃତ ହେବାକୁ ପଡ଼ିଥାଏ । ଏହା ଅାକ୍ଟିଭେଟ ହେଲେ ୨୪ ଘଣ୍ଟା ମଧ୍ୟରେ ଏକ ଏସଓଏସ ଚିତ୍ର ଦୃଶ୍ୟମାନ ହୁଏ । ଏହା ମାତ୍ର ଏକଥରକିଆ କାମ ଅଟେ ।[୫]
କୌଣସି ଜରୁରୀ ପରିସ୍ଥିତିରେ ବ୍ୟବାହାରକାରୀଙ୍କୁ ଫୋନର ହୋମ ସ୍କ୍ରିନରେ ଥିବା ନିର୍ଦ୍ଦିଷ୍ଟ ବଟନ ଚିପି ରଖିଲେ ଏକ ସୂଚନା ପଠାଇ ପାରିବେ । ଯେତେ ଜଲଦୀ ଏହି ବିପତ୍ତି ସହାୟତା ଲୋଡା କଲ ଗ୍ରହଣ କରାଯାଏ, ଫୋନରେ ଏହାର ୩୦ ସେକେଣ୍ଡିଆ ଅଡ଼ିଓ ଏବଂ ଭିଡ଼ିଓ ରେକଡିଂ ଆରମ୍ଭ ହୋଇଯାଏ ଯାହା ପୋଲିସ ନିୟନ୍ତ୍ରଣ କକ୍ଷକୁ ସିଧାପ୍ରସାରିତ ହୋଇଥାଏ, ଆପଟି ସ୍ଥାନ ସୂଚନା ସହ ପୀଡିତାର ସମସ୍ତ ତଥ୍ୟ ଏକାଥରରେ ପୋଲିସ ସହାୟତା କକ୍ଷ, ସେହି ଅଂଚଳରେ ପାଟ୍ରୋଲିଂ କରୁଥିବା କାରକୁ ପଠେଇଥାଏ । ଏହି ଆପ ମାଧ୍ୟମରେ ଜଣେ ମହିଳା ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମ ସହିତ ସଂପର୍କ ସ୍ଥାପନ କରିପାରିବେ । କେବଳ ପାୱାର ବଟନ ଦବାଇବାଦ୍ୱାରା ମୋବାଇଲର କ୍ୟାମେରା ଅନ ହୋଇଯିବ ଓ ଏହାର ଚିତ୍ର ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମରେ ଦେଖାଯିବ । ଆଉ ପୋଲିସ କଣ୍ଟ୍ରୋଲ ରୁମ ସଙ୍ଗେ ସଙ୍ଗେ ଏନେଇ ନିକଟସ୍ଥ ଥାନା ଅବା ପିସିଆରକୁ ତୁରନ୍ତ ଖବର ଦେବ । ସେହିପରି ଏହି ବଟନ ଦବାଇ ଅସୁବିଧାରେ ପଡ଼ିଥିବା ମହିଳା ନିଜ ସଂପର୍କୀୟମାନଙ୍କୁ ମଧ୍ୟ ଅବଗତ କରାଇପାରିବେ । [୬]
ସାବଧାନତା
[ସମ୍ପାଦନା]ମୋ ସାଥୀ ଆପର ଅସଦବ୍ୟବହାର ନକରିବା ପାଇଁ ପୋଲିସ ଜନସାଧାରଣଙ୍କୁ ସାବଧାନ କରାଇଛନ୍ତି । ଏହି ଆପ୍ଲିକେସନ ଏବଂ ସେବାଗୁଡ଼ିକ ସେତେବେଳେ ବ୍ୟବହାର କରାଯିବାକୁ ନିର୍ଦ୍ଦେଶ ରହିଛି ଯେତେବେଳେ ଜୀବନ ଏବଂ ଶରୀର ପ୍ରତି ବିପଦ ଥିବ । ମିଥ୍ୟା ଏସଓଏସ (SOS) ସୂଚନା/ ଆଲରାମ, ଉଦ୍ଦେଶ୍ୟ ପୂର୍ଣ୍ଣ /ଅଣଉଦ୍ଦେଶ୍ୟ ପୂର୍ଣ୍ଣ (ଏହିପରି ୩ଟି ମିଥ୍ୟା SOS ସୂଚନା) ଘଟଣା ଘଟିଲେ ପଂଜୀକରଣକୁ ରଦ୍ଦ କରାଯାଏ । ପରେ ବ୍ୟବାହାରକାରୀ ସହାୟତା ନମ୍ବରରେ ଫୋନ କିମ୍ବା କର୍ତୃପକ୍ଷଙ୍କୁ ଇମେଲ ଆବେଦନ କଲେ ପୁନଃ ପଂଜୀକରଣ କରି ତାଙ୍କ ସୁବିଧାକୁ ସଚଳ କରିପାରିବେ । [୭] ଏହି ଆପଟି ଏବେ କେବଳ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ ।
କେମିତି ପାଇବେ
[ସମ୍ପାଦନା]ମୋ ସାଥୀ ଆପ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିହୁଏ ।
ସେବା ଉପଲବ୍ଧ ଥିବା ସହର
[ସମ୍ପାଦନା]ଅଧିକ ଦେଖନ୍ତୁ
[ସମ୍ପାଦନା]ବିଭିନ୍ନ ରାଜ୍ୟମାନଙ୍କରେ ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ
ବାହାର ଲିଙ୍କ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://zeenews.india.com/news/science/womens-safety-app-mo-sathi-launched-in-odisha_1595890.html
- ↑ "ଆର୍କାଇଭ୍ କପି". Archived from the original on 2015-05-17. Retrieved 2015-05-16.
{{cite web}}: Cite has empty unknown parameter:|1=(help) - ↑ http://www.telegraphindia.com/1150516/jsp/odisha/story_20363.jsp#.VVb54ZO21E8
- ↑ http://www.ndtv.com/india-news/odisha-chief-minister-naveen-patnaik-launches-mobile-app-for-women-security-763317
- ↑ http://fitnhit.com/news/mobile-application-womens-safety-mo-saathi-launched/8937/%5B%5D
- ↑ "ଆର୍କାଇଭ୍ କପି". Archived from the original on 2025-01-19. Retrieved 2015-05-16.
{{cite web}}: Cite has empty unknown parameter:|1=(help) - ↑ http://pragativadi.com/top-stories/mo-saathi-mobile-app-launched-for-safety-of-women#.VVb615O21E8