ମୋହିନୀ

ଉଇକିପିଡ଼ିଆ ରୁ
Jump to navigation Jump to search
ମୋହିନୀ
A picture of a sculpture of an eight-armed god dancing
ଶିବ ମୋହିନୀଙ୍କୁ ଦୋଳିରେ ଝୁଲୁଥିବାର ଦେଖୁଛନ୍ତି, ୧୮୯୪ ମସିହାରେ ଅଙ୍କିତ ଚିତ୍ର- ଚିତ୍ରକର ରାଜା ରବି ବର୍ମା (Raja Ravi Varma)
"ଆକର୍ଷଣର ଦେବୀ"
Devanagariमोहिनी
Sanskrit TransliterationMohinī (ଇଂରାଜୀ: infatuating)
Affiliationବିଷ୍ଣୁଙ୍କ ଅବତାର, ଦେବୀ
Weaponମୋହିନୀ ଅସ୍ତ୍ର (seduction), ସୁଦର୍ଶନ

ମୋହିନୀ (ଇଂରାଜୀ ଭାଷାରେ Mohini), (Sanskrit: मोहिनी, Mohinī) ବିଷୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଓ ଏହା ବିଷ୍ଣୁଙ୍କର ଏକ ମହିଳା ଅବତାର ବୋଲି କୁହାଯାଏ । ତାଙ୍କୁ ଜଣେ ମାୟାବିନୀ ବା କୁହୁକିନୀ ଭାବରେ ଚିତ୍ରଣ କରାଯାଇଛି ଯିଏ ବ୍ୟକ୍ତିମାନଙ୍କୁ ପ୍ରେମରେ ପାଗଳ କରି ବିନାଶ କରିପାରନ୍ତି । ହିନ୍ଦୁ ପୁରାଣ ମହାଭାରତରେ ମୋହିନୀ ବିଷୟର ଅବତାରଣା କରାଯାଇଛି । ବିଷ୍ଣୁ ଏକ ମହିଳା ରୂପ ଧାରଣ କରି ଅସୁରଙ୍କ ହାତରର ଅମୃତ (Amrita) ଭରା ପାତ୍ର ଛଡ଼େଇ ଆଣି ଦେବତାଙ୍କୁ ଦେଇଥିଲେ ଓ ଏହା ଫଳରେ ଦେବତାମାନେ ତାଙ୍କର ଅମରତ୍ୱ ବଜାୟ ରଖିପାରିଲେ ।

ମୋହିନୀଙ୍କ ବିଷୟରେ ବିଭିନ୍ନ କିମ୍ବଦନ୍ତୀମାନ ଅଛି ଯେଉଁଥିରେ ତାଙ୍କର ଅଦ୍ଭୁତ କର୍ମମାନଙ୍କର ବର୍ଣ୍ଣନା ଥିବା ସଙ୍ଗେ ସଙ୍ଗେ ତାଙ୍କର ଶିବଙ୍କ ସ‌ହିତ ବିବାହ ବିଷୟ ମଧ୍ୟ ଲେଖାଅଛି । ଏହି କାହାଣୀମାନଙ୍କ ମଧ୍ୟରେ ଭଷ୍ମାସୁର ବଧ ଅଛି । ସେ ମୂଖ୍ୟତଃ ଶତ୍ରୁମାନଙ୍କୁ ପ୍ରଲୁବ୍‌ଧ କରି ନଷ୍ଟ କରନ୍ତି । ସାରା ଭାରତୀୟ ସଂସ୍କୃତିରେ ତାଙ୍କୁ ପୂଜା କରାଯାଏ କିନ୍ତୁ ମୂଖ୍ୟତଃ ପଶ୍ଚିମ ଭାରତରେ ଥିବା ମନ୍ଦିରମାନଙ୍କରେ ସେ ମହାଳସା ନାମରେ ପୂଜା ପାଆନ୍ତି । ସେ ଖାଣ୍ଡୋବାଙ୍କ (Khandoba) (ଶିବଙ୍କର ଏକ ଅବତାର) ପତ୍ନୀ ଭାବରେ ଦେଖାଯାଆନ୍ତି ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ମୋହ ଶବ୍ଦରୁ ମୋହିନୀ ସୃଷ୍ଟି ହୋଇଛି ଯାହାଏ ଅର୍ଥ ମନ୍ତ୍ରମୁଗ୍‌ଧ ବା ଅହେତୁକ ପ୍ରେମାଚ୍ଛନ୍ନ,[୧][୨] ଓ ସାହିତ୍ୟରେ ମାୟାର ମାନବୀକରଣ । ମଧ୍ୟ ଭାରତରେ ମୋହିନୀ ଶବ୍ଦର ଅର୍ଥ କାମୋଦ୍ଦୀପକ ମନ୍ତ୍ରମୁଗ୍‌ଧ । [୩] ଏହା ମଧ୍ୟ ମହିଳା ସୌନ୍ଦର୍ଯ୍ୟ ଆକର୍ଷଣକୁ ବୁଝାଏ ।[୪]

କିମ୍ବଦନ୍ତୀ ଓ ଇତିହାସ[ସମ୍ପାଦନା]

ଅମୃତ[ସମ୍ପାଦନା]

ଦେବତାମାନଙ୍କୁ ମୋହିନୀ ଅମୃତ ବଣ୍ଟନ କରୁଛନ୍ତି ଓ ଅସୁରମାନେ ଦେଖୁଛନ୍ତି ।
ଭଗବାନ ବିଷ୍ଣୁ, ସୁନ୍ଦରୀ ମୋହିନୀ ରୂପ ଧାରଣ କରି ଦେବାତାଙ୍କୁ ଅମୃତ ପରିବେଷଣ କରିଦେଲେ । ରାହୁ ଅମୃତ ଚୋରୀ କରିବାରୁ ତାହାର ମୁଣ୍ଡ କାଟିଦିଆଯାଇଥିଲା ।

ଖ୍ରୀ:ପୂ: ୫ ଶତାବ୍ଦୀରେ ମହାଭାରତରେ ଲିଖିତ ସମୁଦ୍ର ମନ୍ଥନ ସମୟରେ ପ୍ରଥମ ଥର ନିମନ୍ତେ ମୋହିନୀଙ୍କର ଆବିର୍ଭାବ ହୋଇଥିଲା ।[୫] କ୍ଷୀର ସାଗର ମନ୍ଥନ କରିବା ସମୟରେ ସାଗର ମଧ୍ୟରୁ ଅମୃତ ବାହାରିଥିଲା । ଦେବତା ଓ ଅସୁରମାନେ ତାହାକୁ ପାଇବାକୁ କଳହ କଲେ ।[୬] ଅସୁରମାନେ ଅମୃତ ରଖିବାକୁ ମନ୍ତ୍ରଣା କରୁଥିବା ଜାଣି ଦେବତାମାନେ କ୍ରୋଧଗ୍ରସ୍ତ ହେଲେ । ଅସୁରଙ୍କର ମନ୍ତ୍ରଣା ଜାଣି ବିଷ୍ଣୁ ଗୋଟିଏ ସୁନ୍ଦରୀ ମୋହମୟୀ ଝିଅର ରୂପ ଧାରଣ କଲେ । ଅସୁରମାନଙ୍କୁ ମୋହ ଓ ଛଳରେ ପରାଜିତ କରି ଅମୃତ ନେଇଆସିଲେ ଓ ଦେବତାଙ୍କୁ ଦେଇଦେଲେ । ରାହୁ କିନ୍ତୁ ଏହି ଛଳରେ ପରାଜିତ ନହୋଇ ଛଦ୍ମ ବେଶରେ ଦେବାତାଙ୍କ ମଧ୍ୟରେ ବସି କିଛି ଅମୃତ ପିଇବାକୁ ଲାଗିଲେ । ସୁର୍ଯ୍ୟ ଓ ଚନ୍ଦ୍ର ଏକଥା ବିଷ୍ଣୁଙ୍କୁ ଜଣେଇବାରୁ ସେ ସୁଦର୍ଶନ ଚକ୍ର ପେଶୀ ରାହୁର ଶିରଚ୍ଛେଦ କରିଦେଲେ କିନ୍ତୁ ତାହାର ମୁଣ୍ଡଟି ଅମରତ୍ୱ ପ୍ରାପ୍ତ ହୋଇ ରହିଲା [୭] ରାମାୟଣର ବାଳକାଣ୍ଡରେ ଏହି ସମ୍ବାଦ ମଧ୍ୟ ଅଛି । [୮] ବିଷ୍ଣ ପୁରାଣରେ ମଧ୍ୟ ସେହି ସମାନ ତ‌ଥ୍ୟ ଅଛି ।[୯]

ଅସୁର ବିନାଶକାରୀ[ସମ୍ପାଦନା]

ରାଜା ରବି ବର୍ମାଙ୍କର ଚିତ୍ର - ଭସ୍ମାସୁର-ମୋହିନୀ । ମୋହିନୀଙ୍କୁ ଅନୁକରଣ କରି ଭସ୍ମାସୁର ନିଜ ମୁଣ୍ଡ ଉପରେ ହାତ ଥୋଇବାକୁ ଯାଉଛି ଯାହା ବୃକ୍ଷ ପଛରେ ରହି ଶିବ ଦେଖୁଛନ୍ତି ।

ହିନ୍ଦୁ ପୁରାଣମାନଙ୍କରେ ସବୁଠାରେ ମୋହିନୀଙ୍କ କଥା ଲେଖାଯାଇଛି । ବିଷ୍ଣୁ ପୁରାଣରେ ମୋହିନୀ ଭସ୍ମାସୁରକୁ ପରାଜିତ କରିଛନ୍ତି । [୧୦] ପ୍ରବଳ ତପସ୍ୟା କରି ଶିବଙ୍କଠାରୁ ଭସ୍ମାସୁର ଗୋଟିଏ ବର ପାଇଲା ଓ ସେହି ବର ଅନୁସାରେ ସେ ଯାହା ମୁଣ୍ଡରେ ହାତ ହେବ, ସେ ଭସ୍ମ ହୋଇଯିବ । ସେହି ବରର ସତ୍ୟତା ପରୀକ୍ଷା କରିବା ନିମନ୍ତେ ସେ ଶିବଙ୍କ ମୁଣ୍ଡ ଉପରେ ହାତ ରଖିବାକୁ ବାହାରିଲା । ଏହା ଦେଖି ବ୍ରହ୍ମା ସମୟକୁ ସ୍ଥିର କରିବେବା ଫଳରେ ଅସୁର ଶିବଙ୍କ ପାଖକୁ ଯାଇପାରିଲାନି । ଏଣେ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅସୁର ପାଖକୁ ଯାଇ ତାଙ୍କୁ ପ୍ରଲୁବ୍‌ଧ କରିବାକୁ ଲାଗିଲେ । ତାଙ୍କର ଅଲୌକିକ ସୌନ୍ଦର୍ଯ୍ୟ ଦେଖି ଅସୁର ତାଙ୍କୁ ବିବାହ ପ୍ରସ୍ତାବ ଦେଲା । ମୋହିନୀ ଗୋଟିଏ ସର୍ତ୍ତରେ ବିବାହ କରିବାକୁ ରାଜି ହେଲେ । ସେ ନୁତ୍ୟ କରିବା ବେଳେ ଯେପରି ଅଙ୍ଗଭଙ୍ଗୀ କରିବେ, ଅସୁର ସେହିଭଳି ଅଙ୍ଗଭଙ୍ଗୀ କଲେ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଲେ । ଅସୁର ଖୁସିରେ ରାଜି ହେଲା ଓ ମୋହିନୀଙ୍କ ନୃତ୍ୟର ତାଳେ ତାଳେ ନାଚିବାକୁ ଲାଗିଲା । ହଠାତ୍ ମୋହିନୀ ନିଜ ମଥା ଉପରେ ନିଜେ ହାତ ରଖିଦେଲେ । ତାଙ୍କୁ ଅନୁକରଣ କରି ଅସୁର ମଧ୍ୟ ନିଜ ମୁଣ୍ଡ ଉପରେ ହାତ ରଖିଦେଲା ଓ ବର ପ୍ରଭାବରେ ସଙ୍ଗେ ସଙ୍ଗେ ଭସ୍ମରେ ପରିଣତ ହୋଇଗଲା ।[୧୧] ଅନ୍ୟ ଏକ ବୌଦ୍ଧ ଲେଖାରେ (Satara Dewala Devi Puvata) ମଧ୍ୟ ଭସ୍ମାସୁର ଆଖ୍ୟାନ ଅଛି । ଏହି କାହାଣୀ ଅନୁସାରେ ବିଷ୍ଣ ମୋହିନୀ ଆକାର ଧାରଣ କରି ଅସୁରକୁ ପ୍ରଲୁବ୍‌ଧ କରିଦେଲେ । ଅସୁରକୁ ପ୍ରତିଜ୍ଞା କରି ତାଙ୍କୁ କେବେ ହେଲେ ପରିତ୍ୟାଗ ନ କରିବାକୁ ଅନୁରୋଧ କଲେ । ପ୍ରେମରେ ହିତାହିତ ଜ୍ଞାନ ହରାଇଥିବା ଅସୁର ପ୍ରତିଜ୍ଞାର ପ୍ରଥା ଅନୁସାର ନିଜ ମୁଣ୍ଡ ଉପରେ ହାତ ରଖି ପ୍ରତିଜ୍ଞା କରିବାକୁ ଉପକ୍ରମ କରିବା ସଙ୍ଗେ ସଙ୍ଗେ ଭସ୍ମରେ ପରିଣତ ହୋଇଗଲା । [୧୨]

ଆଧାର[ସମ୍ପାଦନା]

  1. Pattanaik (2001), p. 70
  2. [୧] Monier Williams, Sanskrit-English Dictionary. (1899).
  3. Goudriaan p. 44
  4. Reginald Massey (1 January 2004). India's dances: their history, technique, and repertoire. Abhinav Publications. pp. 131–2, 152. ISBN 978-81-7017-434-9.
  5. Goudriaan, p. 44, Adi Parva (chapter 17, stanzas 38–40)
  6. Mahabharata, Adi Parva, Astika Parva, Section 18.
  7. Mahabharata, Adi Parva, Section 19.
  8. Robert P. Goldman (2007). The Ramayana of Valmiki Balakanda 'An Epic of Ancient India. Motilal Banarsidass Publishers. p. 366. ISBN 978-81-208-3162-9.
  9. Vishnu Purana, Book 1, Chap. 9.
  10. Pattanaik, Devdutt (1 January 2006). Shiva to Shankara: decoding the phallic symbol. Indus Source. pp. 125, 129. ISBN 978-81-88569-04-5.
  11. Pattanaik (2001), pp. 66–67
  12. John Clifford Holt (1 January 2008). The Buddhist Visnu : 'Religious Transformation, Politics, and Culture. Motilal Banarsidass Publishers. pp. 146–48. ISBN 978-81-208-3269-5.