ମେହମୁଦ ହୁସେନ

ଉଇକିପିଡ଼ିଆ‌ରୁ
ମେହମୁଦ ହୁସେନ
ମୃତ୍ୟୁ୧୧ ନଭେମ୍ବର ୨୦୧୫(୨୦୧୫-୧୧-୧୧)
ଭୁବନେଶ୍ୱର
ମୃତ୍ୟୁର କାରଣକର୍କଟ
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ
ବୈବାହିକ-ସାଥୀନସିମ ସହର
ସନ୍ତାନନୌସିନ, ଫରହିନ
ପୁରସ୍କାରପାଲେଷ୍ଟାଇନ ନାଗରିକ ସମ୍ମାନ

ମେହମୁଦ ହୁସେନ, ଜଣେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଥିଲେ ।[୧] ୧୯୮୬ ମସିହାରେ ଅନୱାଣ୍ଟେଡ଼ ଚଳଚ୍ଚିତ୍ର ପାଇଁ, କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତିତ ଲେଖାଲେଖି ଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

ହୁସେନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା କରି, ଚଳଚ୍ଚିତ୍ର ନିର୍ଦ୍ଦେଶନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ସେ ପ୍ରାୟ ୭୬ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ । ଏତଦ ବ୍ୟତିତ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଜର୍ମାନ ରେଡ଼ିଓ ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ଦେଶ ବିଦେଶର ବହୁ ପତ୍ରପତ୍ରିକାରେ ସାମ୍ବାଦିକ ବା ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ । ସେ କିଛି ପୁସ୍ତକ ମଧ୍ୟ ରଚନା କରିଥିଲେ ।[୨]

ଚଳଚ୍ଚିତ୍ର[ସମ୍ପାଦନା]

  • ଅନୱାଣ୍ଟେଡ଼(ଇଂରାଜୀ) - ୧୯୮୫[୩]
  • ରଶ୍ମୀରେଖା(ଓଡ଼ିଆ) - ୧୯୯୮
  • ଉଲଗୁଲାନ(ସମ୍ବଲପୁରୀ ଭାଷାର ଚଳଚ୍ଚିତ୍ର) - ୨୦୦୯[୪]

ସାମ୍ବାଦିକତା ଓ ସ୍ତମ୍ଭଲିଖନ[ସମ୍ପାଦନା]

  • ନେସନାଲ ହେରାଲଡ଼
  • ବ୍ଲିଜ
  • ଟାଇମ୍ସ ଅଫ ଇଣ୍ଡିଆ
  • ହିନ୍ଦୁସ୍ଥାନ ଟାଇମ୍ସ
  • ପାଟ୍ରିୟଟ
  • ଇକୋନୋମିକ ଆଣ୍ଡ ପଲିଟିକାଲ ଉଇକ୍ଲି
  • ଫ୍ରଣ୍ଟିୟର
  • ସଣ୍ଡେ
  • ଅନଲୁକର
  • ଫିଲ୍ମଫେୟାର
  • ମିଡିଲ ଇଷ୍ଟ ଇଣ୍ଟରନେସନାଲ
  • ଡେମୋକ୍ରେଟିକ ବାର୍ଲ୍ଡ
  • ଥାର୍ଡ କନ୍ସେପ୍ଟ
  • ଥାର୍ଡ ବାର୍ଲ୍ଡ ଇମ୍ପାକ୍ଟ
  • ଇଣ୍ଡିଆନ ଏରା
  • ରେଜିଷ୍ଟାନ୍ସ(ଦମାସକସ)

ପୁସ୍ତକ[ସମ୍ପାଦନା]

  • The PLO: A study in Ideology, Strategy and Tactics[୫]
  • The Revolutionary Arabs: The Unfinished Agenda

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ(କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବ) - ୧୯୮୬(ଅନୱାଣ୍ଟେଡ଼ ପାଇଁ)
  • ପାଲେଷ୍ଟାଇନ ନାଗରିକ ସମ୍ମାନ

୨୦୧୫ ନଭେମ୍ବର ୧୧ତାରିଖରେ ହୁସେନଙ୍କ ପରଲୋକ ଘଟିଥିଲା ।[୬]

ଆଧାର[ସମ୍ପାଦନା]

  1. T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  2. "ଆର୍କାଇଭ୍ କପି". Archived from the original on 2015-11-16. Retrieved 2015-11-13. {{cite web}}: Cite has empty unknown parameter: |1= (help)
  3. Indian Cinema. Directorate of Film Festivals, Ministry of Information and Broadcasting. 1991.
  4. http://www.newindianexpress.com/states/odisha/article126904.ece?service=print[permanent dead link]
  5. Indian Review of Books. Acme Books Pvt. Limited. 1993.
  6. "ଚଳଚ୍ଚିତ୍ର ନିର୍ଦ୍ଦେଶକ ମେହମୁଦ୍ ହୁସେନଙ୍କ ପରଲୋକ". ସମ୍ବାଦ ୧୩/୧୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 4 March 2016. Retrieved 13 November 2015.

ବାହାର ଆଧାର[ସମ୍ପାଦନା]