ମେହବୁବା ମାହନୂର ଚାନ୍ଦନୀ

ଉଇକିପିଡ଼ିଆ‌ରୁ
ମେହବୁବା ମାହନୂର ଚାନ୍ଦନୀ
চাঁদনী
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ମଡେଲ୍, ଅଭିନେତ୍ରୀ, ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୧୯୯୪-ଏବେଯାଏଁ
ବୈବାହିକ-ସାଥୀ
(m. ୨୦୦୮⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ମେହବୁବା ମାହନୂର ଚାନ୍ଦନୀ ଜଣେ ବଙ୍ଗଳାଦେଶୀ ମଡେଲ୍, ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ଚାନ୍ଦନୀ ନାମରେ ପରିଚିତ । ଦୁଖାଇ, ଲାଲସାଲୁ ଏବଂ ଜୟଯାତ୍ରା ଭଳି ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

ଜୀବନୀ[ସମ୍ପାଦନା]

ଚାନ୍ଦନୀ ଚାରି ବର୍ଷ ବୟସରେ ନୃତ୍ୟ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ସେ ହିରୋଙ୍କ ତତ୍ତ୍ୱାବଧାନରେ ସେ ଭାରତନାଟ୍ୟମ୍, ଆଧୁନିକ ଏବଂ ବଙ୍ଗଳାଦେଶୀ ନୃତ୍ୟ ଶିଖିଥିଲେ ।[୧] ସେ ବିଟିଭିରେ ପ୍ରସାରିତ ହେଉଥିବା ନୃତ୍ୟ ପ୍ରତିଯୋଗୀତା ନୋତୁନ୍ କୁରିରେ ଭାଗ ନେଇଥିଲେ ଏବଂ ବିଜେତା ହୋଇଥିଲେ ।

୧୯୯୪ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଦୁଖାଇ । ସେ ଦୂରଦର୍ଶନ ନାଟକରେ ମଧ୍ୟ ଅଭିନୟ କରିଥିଲେ । ଜଣେ ନୃତ୍ୟଶିଳ୍ପୀ ଭାବରେ ବଙ୍ଗଳାଦେଶରେ ସେ ବେଶ୍ ଜଣାଶୁଣା ଏବଂ ଦେଶ ଭାବରେ ମଧ୍ୟ ତାଙ୍କର ଖ୍ୟାତି ରହିଛି ।[୨]

ସେ ବଙ୍ଗଳାଦେଶୀ ସଙ୍ଗୀତକାର ବାପ୍ପା ମଜୁମଦାରଙ୍କୁ ୨୦୦୮ ମସିହାର ମାର୍ଚ୍ଚ ୮ ତାରିଖରେ ବିବାହ କରିଥିଲେ ଏବଂ ୨୦୧୭ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ।[୩][୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଭୂମିକା ସହ-କଳାକାର ମନ୍ତବ୍ୟ
୧୯୯୪ ଦୁଖାଇ ମୋର୍ସେଦୁଲ ଇସଲାମ ରାଇସୁଲ ଇସଲାମ ଆସାଦ, ରୋକେୟା ପ୍ରାଚି
୨୦୦୧ ଲାଲସାଲୁ ତନଭୀର ମୋକାମ୍ମେଲ ଜାମିଲା ରାଇସୁଲ ଇସଲାମ ଆସାଦ, ମୁନିରା ୟୁସୁଫ ମେମି ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବର୍ଗରେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ
୨୦୦୪ ଜୟଯାତ୍ରା ତାଉକୁଇର ଅହମ୍ମଦ ମୋରିୟମ୍ ମହଫୁଜ ଅହମ୍ମଦ, ବିପାଶା ହାୟାତ୍, ଅଜିଜୁଲ ହାକିମ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବର୍ଗରେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ
୨୦୧୫ ବିଶ୍ କିଶୋର ମହମ୍ମଦ ସାବୀର, ଏ.କେ ଆଜାଦ ସେତୁ [୫]

ନାଟକ[ସମ୍ପାଦନା]

ବର୍ଷ ନାଟକ ନିର୍ଦ୍ଦେଶକ ସହ-କଳାକାର ମନ୍ତବ୍ୟ
ବୟସ ଜୋଖାନ ଏକୁଶ ତାହେର ସିପନ୍ ଶଜଲ ନୁର ଡ୍ରାମା ଧାରାବାହିକ
୨୦୧୦ ହାରୁନର୍ ମଙ୍ଗୋଲ୍ ହୁକ୍ ଶଜଲ ନୁର
୨୦୧୪ ଦହନ ଆର୍ଯ୍ୟ ଅନୱାର
୨୦୧୫ ବାଲା ନୁଜାତ୍ ଅଲଭି ଅହମ୍ମଦକାମନା ସୀମା ଶଜଲ ନୁର [୬]
ଗ୍ରୀନ୍ କାର୍ଡ଼ ନୁଜାତ୍ ଅଲଭି ଅହମ୍ମଦଜାକିର ହୋସେନ ଉଜ୍ଜଲ ଶଜଲ ନୁର [୭]

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୨୦୦୧ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଲାଲସାଲୁ ବିଜୟୀ
୨୦୦୪ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଜୟଯାତ୍ରା ବିଜୟୀ

ଆଧାର[ସମ୍ପାଦନା]

  1. "In Search of Creative Unity Through Dance". Eventbrite. Archived from the original on May 8, 2016. Retrieved October 14, 2005.
  2. Adib Noor (April 1, 2012). "Cultural gala night celebrates Bangladesh Independence Day". The Brunei Times. Archived from the original on November 17, 2015. Retrieved October 14, 2005.
  3. এখনকার চাঁদনী ও শ্রাবন্তী’র গল্প. Taza Khobor (in Bengali). April 2, 2014. Archived from the original on March 5, 2016. Retrieved October 14, 2015.
  4. "Bappa Mazumder and Tania Hossain get engaged". Dhaka Tribune. May 22, 2018. Retrieved May 22, 2018.
  5. Mithu (June 4, 2015). শ্যুটিং চলাকালে নায়িকা চাঁদনী সাপের কামড়ে আহত. Sheersha News (in Bengali). Retrieved October 14, 2005.
  6. "Chandni pairs up with Sajal after five years". The New Nation. February 16, 2015. Archived from the original on November 9, 2019. Retrieved November 9, 2019.
  7. সজলের সাত নায়িকা. banglanews24 (in Bengali). September 15, 2015. Archived from the original on September 16, 2015. Retrieved October 14, 2005.

ବାହାର ଆଧାର[ସମ୍ପାଦନା]