ମେରୀ ସେଲୀ

ଉଇକିପିଡ଼ିଆ ରୁ
Jump to navigation Jump to search
ମେରୀ ସେଲୀ
RothwellMaryShelley.jpg
ରିଚର୍ଡ଼ ରୋଥ୍‌ୱେଲ୍‌ଙ୍କଦ୍ୱାରା ଅଙ୍କିତ ମେରୀ ସେଲୀଙ୍କର ଚିତ୍ର, ଯାହାକି ୧୮୪୦ରେ ରୟାଲ ଏକାଡେମୀରେ ପ୍ରଦର୍ଶିତ ହୋଇଥିଲା ।
ଜନ୍ମ ଅଗଷ୍ଟ ୩୦, ୧୭୯୭(1797-08-30)
ମୃତ୍ୟୁ ୧ ଫେବୃଆରୀ ୧୮୫୧ (୫୩ ବର୍ଷ)
ବୃତ୍ତି ଇଂରାଜୀ ଉପନ୍ୟାସ ଲେଖିକା, କ୍ଷୁଦ୍ରଗଳ୍ପ ରଚୟିତା, ନାଟ୍ୟକାର, ପ୍ରବନ୍ଧ ଲେଖିକା, ଜୀବନୀ ଲେଖିକା, ଭ୍ରମଣ କାହାଣୀ ଲେଖିକା
ସାହିତ୍ୟ କୃତି ଫ୍ରାଙ୍କେନ୍‌ଷ୍ଟେନ୍

ମେରୀ ୱୋଲଷ୍ଟୋନ୍‌କ୍ରାଫ୍ଟ ସେଲୀ (୩୦ ଅଗଷ୍ଟ ୧୭୯୭ - ୧ ଫେବୃଆରୀ ୧୮୫୧), ଜଣେ ଇଂରାଜୀ ଉପନ୍ୟାସ ଲେଖିକା, କ୍ଷୁଦ୍ରଗଳ୍ପ ରଚୟିତା, ନାଟ୍ୟକାର, ପ୍ରବନ୍ଧ ଲେଖିକା, ଜୀବନୀ ଲେଖିକା ଏବଂ ଭ୍ରମଣ କାହାଣୀ ଲେଖିକା ଥିଲେ । ମେରୀ ତାଙ୍କର ଉପନ୍ୟାସ ଫ୍ରାଙ୍କେନ୍‌ଷ୍ଟେନ୍ ପାଇଁ ବେଶ୍ ଜଣାଶୁଣା । ଏହି ଉପନ୍ୟାସଟି 'ଦ ମଡର୍ଣ୍ଣ ପ୍ରୋମେଥେସ୍' ଭାବରେ ମଧ୍ୟ ପରିଚିତ ଯାହାକି ୧୮୧୮ ମସିହାରେ ପ୍ରକାଶିତ ହୋଇଥିଲା । ସେ ତାଙ୍କର ସ୍ୱାମୀଙ୍କର କିଛି କାର୍ଯ୍ୟକୁ ସମ୍ପାଦନା କରିଥିଲେ ଏବଂ ପ୍ରଦର୍ଶନ କରିଥିଲେ । ତାଙ୍କର ପତିଙ୍କର 'ରୋମାଣ୍ଟିକ୍ ପୋଏଟ୍' ଏବଂ 'ଫିଲୋସୋଫର୍ ପେର୍କି ବାଏସି ସେଲୀ' ଆଦି ପୁସ୍ତକର ସମ୍ପାଦନା କରି ମେରୀ ତାକୁ ପ୍ରକାଶ କରିଥିଲେ । ମେରୀଙ୍କର ବାପା ଉଇଲିୟମ୍ ଗୋଡ୍ଉଇନ୍ ଜଣେ ରାଜନୈତିକା ଦାର୍ଶିନିକ ଥିଲେ ଏବଂ ତାଙ୍କର ମାଆ ମେରୀ ୱୋଲଷ୍ଟୋନ୍‌କ୍ରାଫ୍ଟ ଜଣେ ଦାର୍ଶିନିକ ଓ ନାରୀବାଦୀ ମଣିଷ ଥିଲେ ।[୧][୨]

ମେରୀଙ୍କର ଜନ୍ମର ଗୋଟିଏ ମାସରୁ କମ୍ ସମୟରେ ତାଙ୍କର ମାଆ ୱୋଲଷ୍ଟୋନ୍‌କ୍ରାଫ୍ଟଙ୍କର ଦେହାନ୍ତ ହୋଇଯାଇଥିଲା । ଫଳରେ ମେରୀଙ୍କୁ ସମ୍ଭାଳିବାର ସମସ୍ତ ଦାୟିତ୍ୱ ଆସିଯାଇଥିଲା ତାଙ୍କର ପିତା ଗୋଡ୍ଉଇନ୍‌ଙ୍କ ଉପରେ । ତାଙ୍କର ପିତା ତାଙ୍କୁ ଅଣ‌-ଉପଚାରିକ ଶିକ୍ଷା ତ‌ଥା ରାଜନୈତିକ ସିଦ୍ଧାନ୍ତବାଦ ଶିକ୍ଷା ଦେବାରେ ସଫଳ ହୋଇଥିଲେ ।[୩] ତାଙ୍କର ପିତା ଜଣେ ବଡ଼ ଧନୀ ଥିଲେ, ତେଣୁ ସେ ମେରୀଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିଲାବେଳେ ମେରୀଙ୍କୁ ସମ୍ଭାଳିବା ପାଇଁ ତାଙ୍କର ଜଣେ ପଡ଼ୋଶୀଙ୍କୁ ବିବାହ କରିଥିଲେ ।[୪] ତାଙ୍କର ବାପାଙ୍କର ବିବାହର କିଛିଦିନ ପରେ ମେରୀଙ୍କ ସ‌ହ ସମ୍ପର୍କରେ ଅସୁବିଧା ଆରମ୍ଭ ହୋଇଯାଇଥିଲା ।[୫][୬]

୧୮୧୪ ମସିହରେ ମେରୀ ତାଙ୍କ ବାପାଙ୍କର ଜଣେ ରାଜନୈତିକ ଅନୁଗାମୀ ପେର୍କି ବାଏସି ସେଲୀଙ୍କ ସ‌ହ ମିଳାମିଶା ଆରମ୍ଭ କରିଥିଲେ ।[୭][୮] ପେର୍କି ପୂର୍ବରୁ ବିବାହିତ ଥିଲେ ।[୯] ଏହାପରେ ମେରୀ ତାଙ୍କର ସାବତ ଭଉଣୀ କ୍ଲାରିଆ କ୍ଲାରମୋଣ୍ଟ ଏବଂ ପେର୍କିଙ୍କ ସ‌ହ ଫ୍ରାନ୍ସ ଭ୍ରମଣରେ ବାହାରିଥିଲେ ଓ ଇଉରୋପ ଭ୍ରମଣ କରିଥିଲେ ।[୧୦] ସେମାନଙ୍କର ଲଣ୍ଡନ ପ୍ରତ୍ୟାବର୍ତ୍ତନପରେ ମେରୀ ପେର୍କିଙ୍କର ପିଲାର ମାଆ ହେବାକୁ ଯାଉଥିବା କଥା ଜଣା ପଡ଼ିଥିଲା । ଏହାପରେ ଦୁଇବର୍ଷ ଉଭୟ ମେରୀ ଏବଂ ପେର୍କି ବିଭିନ୍ନ ପ୍ରକାରର ସାମାଜିକ ନିନ୍ଦା ଦେଇ ଗତି କରିଥିଲେ ।[୧୧] ଏହି ଭିତରେ ଉଭୟ ଅନେକ କରଜରେ ବୁଡ଼ିଯାଇଥିଲେ[୧୨] ଏବଂ ତା'ର ଜନ୍ମହେବାକୁ ଥିବା ପିଲାଟିର ମୃତ୍ୟୁବରଣ କରିଥିଲା । ୧୮୧୬ ମସିହାରେ ପେର୍କିଙ୍କର ପ୍ରଥମ ପତ୍ନୀ, ହରିଏତ୍ ଆତ୍ମହତ୍ୟା କରିଦେଇଥିଲେ ଏବଂ ଉଭୟ ମେରୀ ଓ ପେର୍କି ବିବାହ କରିଥିଲେ ।

Oval portrait of a woman wearing a shawl and a thin circlet around her head. It is painted on a flax coloured background.
ମେରୀଙ୍କର ମୃତ୍ୟ କଥାରେ ଉଦ୍ଧାର କରି ୧୮୫୭ରେ ରେଗିନଲାଣ୍ଡ ଇଷ୍ଟୋନଙ୍କଦ୍ୱାରା ଏହି ଚିତ୍ର ଅଙ୍କାଯାଇଥିଲା ।[୧୩]

୧୮୧୬ରେ ବିବାହ ଉଭୟ ଦମ୍ପତି ସୁଇଜରଲ୍ୟାଣ୍ଡରେ ଲର୍ଡ ବାଇରନ୍, ଜନ୍ ଉଇଲିୟମ ପଲିଡୋରି ଏବଂ କ୍ଲୋଏର୍ କ୍ଲୋଏମୋଣ୍ଟଙ୍କ ସ‌ହ ସମୟ ବିତାଇଥିଲେ ।[୧୪] ସେଠାରେ ରହିବାବେଳେ ମେରୀ ତାଙ୍କର ପ୍ରଥମ ଉପନ୍ୟାସ ଲେଖିବାର ଯୋଜନା କରିଥିଲେ ।ଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁ ୧୮୧୮ ମସିହାରେ ଉଭୟ ମେରୀ ଏବଂ ପେର୍କି ବ୍ରିଟାନିଆ ଛାଡ଼ି ଇଟାଲୀ ଚାଲିଯାଇଥିଲେ ।[୧୫][୧୬] ସେଠାରେ ସେମାନଙ୍କର ୨ୟ ଏବଂ ୩ୟ ସନ୍ତାନ ଜନ୍ମ‌ପୂର୍ବରୁ ହିଁ ମୃତ୍ୟୁବରଣ କରିଥିଲେ । ଏହାପରେ ୧୮୧୯ ମସିହାରେ ମେରୀ ତାଙ୍କର ଶେଷ ସନ୍ତାନଙ୍କୁ ଜନ୍ମ ଦେଇଥିଲେ,[୧୭] ଯିଏକି ସେମାନଙ୍କର ଏକମାତ୍ର ଜୀବିତ ସନ୍ତାନ ଥିଲା ।[୧୮] ୧୮୨୨ ମସିହାରେ ମେରୀଙ୍କର ପତି ପେର୍କି ଏକ ଦୁର୍ଘଟଣରେ ପ୍ରାଣ ହରାଇଥିଲେ ।[୧୯] ସେ ଏକ ଡଙ୍ଗାରେ ଯାଉଥିବାବେଳେ ତାଙ୍କର ଡଙ୍ଗାଟି ଭାଇରେଗିଓ ନିକଟରେ ଏକ ତୁଫାନ ଯୋଗୁଁ ବୁଡ଼ିଯାଇଥିଲା । ସ୍ୱାମୀଙ୍କର ମୃତ୍ୟୁର ଗୋଟିଏ ବର୍ଷ ପରେ ମେରୀ ଲଣ୍ଡନ ପ୍ରତ୍ୟାବର୍ତ୍ତନ କରିଥିଲେ ।[୨୦] ଲଣ୍ଡନ ପ୍ରତ୍ୟାବର୍ତ୍ତନ ପରେ ମେରୀ ତାଙ୍କର ପୁଅର ଲାଳନପାଳନରେ ଧ୍ୟାନ ଦେଲେ ଏବଂ ଜଣେ ପେସାଦାର ଲେଖିକା ଭାବର କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ଜୀବନର ଶେଷ ୧୦ ବର୍ଷ ସେ ରୋଗଶଯ୍ୟାରେ କାଟିଥିଲେ । ସେ ମସ୍ତିଷ୍କ ଅର୍ବୁଦରେ ପିଡ଼ୀତ ଥିଲେ[୨୧] ଏବଂ ମାତ୍ର ୫୩ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

୧୯୭୦ ମସିହାଯାଏଁ ମେରୀ ସେଲି ମୁଖ୍ୟତଃ ତାଙ୍କର ପ୍ରଥମ ଉପନ୍ୟାସ ଫ୍ରାଙ୍କେନ୍‌ଷ୍ଟେନ୍ ଏବଂ ତାଙ୍କର ପତିଙ୍କର ପୁସ୍ତକ ପ୍ରକାଶନ ପାଇଁ ପ୍ରସିଦ୍ଧ ଥିଲେ । ଏହି ପୁସ୍ତକଗୁଡ଼ିକ ବ‌ହୁଳ ଭାବରେ ବିକ୍ରି ହୋଇଥିଲା ଏବଂ ବ‌ହୁତ ଲୋକ ପଢ଼ିଥିଲେ । ଅନେକ ଚଳଚ୍ଚିତ୍ରର କାହାଣୀ ଏବଂ ମଞ୍ଜ ନାଟକ ଏହି ପୁସ୍ତକରୁ ଉଦ୍ଧୃତ କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟାନ୍ୟ ବ‌ହିଗୁଡ଼ି ମଧ୍ୟ ଲୋକଲୋଚନ‌କୁ ଆସିଥିଲା । ୧୮୨୩ରେ ପ୍ରକାଶିତ ତାଙ୍କର ଐତିହାସିକ ଉପନ୍ୟାସ ବାଲପେରଗା, ୧୮୩୦ର ପରକିନ୍ ୱାର୍‌ବେକ୍, ୧୮୨୬ର ଦ ଲାଷ୍ଟ ମ୍ୟାନ୍ ଏବଂ ୧୮୩୫ ଓ ୧୮୩୭ର ତାଙ୍କର ଦୁଇଟି ଶେଷ ଉପନ୍ୟାସ ଲୋଡୋରେ ଓ ଫାଲ୍‌ନେକର୍ ଆଦି ଅନେକ ଲୋକମାନେ ପସନ୍ଦ କରିଥିଲେ । ୧୮୪୪ରେ ପ୍ରକାଶିତ ତାଙ୍କର ଭ୍ରମଣ କାହାଣୀ ଜର୍ମାନ ଏବଂ ଇଟାଲୀ ଉପରେ ଆଧାରିତ ଥିଲା । ଏହା ସ‌ହିତ ସେ ଜୀବନୀ ମଧ୍ୟ ରଚନା କରିଥିଲେ । ଏଥିରୁ ତାଙ୍କର ଜୀବନର ଅନେକ କଥା ଲୋକମାନେ ଜାଣିବାକୁ ପାଇଥିଲେ ।


ଆଧାର[ସମ୍ପାଦନା]

  1. Seymour, 28–29; St Clair, 176–78.
  2. St Clair, 179–188; Seymour, 31–34; Clemit, "Legacies of Godwin and Wollstonecraft" (CC), 27–28.
  3. Seymour, 38, 49; St. Clair, 255–300.
  4. St Clair, 199–207.
  5. Letter to Percy Shelley, 28 October 1814. Selected Letters, 3; St Clair, 295; Seymour 61.
  6. St Clair, 295.
  7. Spark, 19–22; St Clair, 358.
  8. Bennett, An Introduction, 17; St Clair, 357; Seymour, 89.
  9. Sunstein, 70–75; Seymour, 88; St. Clair, 329–35.
  10. Spark, 24; Seymour, 98–99.
  11. Bennett, An Introduction, 20; St Clair, 373; Sunstein, 88–89; Seymour, 115–16.
  12. Garrett, 23.
  13. Seymour, 543.
  14. St Clair, 375; Spark, 45, 48.
  15. Gittings and Manton, 39–42; Spark, 62–63; Seymour, 205–6.
  16. Bennett, An Introduction, 47, 53.
  17. Spark, 72.
  18. Sunstein, 384–85.
  19. Holmes, 728.
  20. Spark, 100–104.
  21. Spark, 144; Bennett, Introduction to Selected Letters, xxvii.