ମେଥିଲିନ ବ୍ଲୁ

ଉଇକିପିଡ଼ିଆ‌ରୁ
ମେଥିଲିନ ବ୍ଲୁ
Clinical data
Trade namesUrelene blue, Provayblue, Proveblue, other[୨][୩]
SynonymsCI 52015
AHFS/Drugs.commonograph
Pregnancy
category
  • AU: D
  • US: X (Contraindicated) [୧]
Routes of
administration
by mouth, IV
ATC code
  • none
Legal status
Legal status
  • US: Medication Rx-only[୧]
  • ℞ (Prescription only)
Identifiers
  • 3,7-bis(Dimethylamino)-phenothiazin-5-ium chloride
CAS Number
PubChem CID
ChemSpider
KEGG
ChEBI
ChEMBL
ECHA InfoCard100.000.469 Edit this at Wikidata
Chemical and physical data
FormulaC16H18ClN3S
Molar mass319.85 g/mol
3D model (JSmol)
  • CN(C)c1ccc2c(c1)sc-3cc(=[N+](C)C)ccc3n2.[Cl-]
  • InChI=1S/C16H18N3S.ClH/c1-18(2)11-5-7-13-15(9-11)20-16-10-12(19(3)4)6-8-14(16)17-13;/h5-10H,1-4H3;1H/q+1;/p-1 checkY
  • Key:CXKWCBBOMKCUKX-UHFFFAOYSA-M checkY
  (verify)

ମେଥିଲିନ ବ୍ଲୁ (ଇଂରାଜୀ ଭାଷାରେ Methylene blue, ଅନ୍ୟ ନାମ ମିଥାଇଲଥାୟୋନିନିଅମ କ୍ଲୋରାଇଡ/methylthioninium chloride) ଏକ ଔଷଧ ଓ ରଙ୍ଗର (dye) ନାମ ।[୧] ମେଥହେମୋଗ୍ଲୋବିନେମିଆ (methemoglobinemia) ରୋଗର ଚିକିତ୍ସାରେ ଏହା ବ୍ୟବ‌ହାର ହୁଏ ।[୧][୩] ବିଶେଷତଃ ମେଥହେମୋଗ୍ଲୋବିନେମିଆ ସ୍ତର ୩୦%ରୁ ଅଧିକ ଥିଲେ ବା ଏହି ରୋଗ ଅମ୍ଳଜାନ ଥେରାପି (oxygen therapy) ଦେବା ସତ୍ତ୍ୱେ ଲକ୍ଷଣ ରହୁଥିଲେ ବ୍ୟବ‌ହାର କରାଯାଏ ।[୩] ଅତୀତରେ ଏହା ସ୍ୟାନାଇଡ ବିଷକ୍ରିୟା (cyanide poisoning) ଓ ମୂତ୍ରନଳୀ ସଂକ୍ରମଣରେ (urinary tract infections) ବ୍ୟବ‌ହାର କରାଯାଉଥିଲା କିନ୍ତୁ ଅଧୁନା ଏହା ଦିଆଯାଉନାହିଁ । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ବାନ୍ତି, ଦ୍ୱନ୍ଦ୍ୱ, ଅଣନିଶ୍ୱାସୀ ଓ ଉଚ୍ଚ ରକ୍ତଚାପ ଆଦି ଅବସ୍ଥା ଦେଖାଯାଇପାରେ । ସେରୋଟୋନିନ ସିଣ୍ଡ୍ରୋମ, ହେମୋଲାଇସିସ (red blood cell breakdown) ଓ ଆଲର୍ଜି ପ୍ରତିକ୍ରିୟା ଆଦି ମଧ୍ୟ ହୋଇପାରେ । [୧] ଏହି ଔଷଧ ବ୍ୟବ‌ହାର କରିବା ଅବଧିରେ ମୂତ୍ର, ମଳ ଓ ଝାଳ ଆଦି ନୀଳ ବା ଶାଗୁଆ ରଙ୍ଗ ଧାରଣ କରେ ।[୩] While use during ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ କିନ୍ତୁ ମେଥହେମୋଗ୍ଲୋବିନେମିଆରେ ନ ଦେଲେ ଏହା ଅଧିକ ବିପଦ ଜନ‌କ ହୋଇପାରେ ।[୧][୩] ମେଥିଲିନ ବ୍ଲୁ ଏକ ଥିଆଜିନ ରଙ୍ଗ (thiazine dye)[୧] ଏହା ଫେରିକ ଲୌହକୁ (ferric iron) ଫେରସ ଲୌହରେ (ferrous iron) ପରିବର୍ତ୍ତନ କରେ ।[୩] {{^| ସନ ୧୮୭୬ରେ ହେନରିକ କାରୋ (Heinrich Caro) ପ୍ରଥମେ ମେଥିଲିନ ବ୍ଲୁ ପ୍ରସ୍ତୁତ କରିଥିଲେ ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ୫୦ ମି:ଗ୍ରା: ଭାଏଲର ମୂଲ୍ୟ ପ୍ରାୟ ୧୯୧.୪୦ ଆମେରିକୀୟ ଡଲାର ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୯.୩୮ ପାଉଣ୍ଡ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Methylene Blue". The American Society of Health-System Pharmacists. Retrieved 8 January 2017.
  2. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 471. ISBN 9781284057560.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ British national formulary : BNF 69 (69 ed.). British Medical Association. 2015. p. 34. ISBN 9780857111562.
  4. Ahmad, Iqbal; Aqil, Farrukh (2008). New Strategies Combating Bacterial Infection (in ଇଂରାଜୀ). John Wiley & Sons. p. 91. ISBN 9783527622948.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Provayblue Prices, Coupons & Patient Assistance Programs - Drugs.com". www.drugs.com. Retrieved 12 January 2017.