ମେଥାନୋଲ ବିଷକ୍ରିୟା

ଉଇକିପିଡ଼ିଆ ରୁ
Jump to navigation Jump to search
ମେଥାନୋଲ ବିଷକ୍ରିୟା
Methanol Lewis.svg
ମେଥାନୋଲର ଆଟମିକ ଗଠନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦T51.1{{{2}}}.{{{3}}}
ଆଇସିଡ଼ି-୯-ସିଏମ୍E980.9

ମେଥାନୋଲ ବିଷକ୍ରିୟା (ଇଂରାଜୀ ଭାଷାରେ Methanol toxicity) ହୁଏ ଯେତେବେଳେ ମେଥାନୋଲ (methanol) କାରଣରୁ ବିଷ ସଞ୍ଚାରିତ ହୁଏ ।[୧] ଏହା ପ୍ରଭାବରେ ଚେତନା ଶକ୍ତି କମିଯାଏ (decreased level of consciousness), ଶମନ୍ୱୟ ହାନୀ ହୁଏ, ବାନ୍ତି (vomiting) ହୁଏ, ପେଟରେ କଷ୍ଟ (abdominal pain) ହୁଏ ଓ ନିଶ୍ୱାସରୁ ଏକ ବିଚିତ୍ର ଗନ୍ଧ ବାହାରେ ।[୧][୨] ମେଥାନୋଲ ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ଦୃଷ୍ଟି ହାନୀ (Decreased vision) ହୁଏ ।[୨] ଦୀର୍ଘକାଳୀନ ବିଷାକ୍ତ ହେଲେ ଅନ୍ଧତ୍ୱ ଓ ବୃକ୍‌କ ଅଚଳ (kidney failure) ହୁଏ । ଅଳ୍ପ ପରିମାଣର ମେଥାନୋଲ ପାନ କଲେ ମଧ୍ୟ ବିଷାକ୍ତ ହୋଇଯାଇ ମୃତ୍ୟୁ ହୋଇପାରେ ।[୧]

କାରର କାଚ ଧୋଇବାକୁ ଉଦ୍ଦିଷ୍ଟ ତରଳ ପଦାର୍ଥରେ ମେଥାନୋଲ ଥାଏ ଯାହା ପାନ କଲେ ସାଧାରଣତଃ ଏହି ବିଷ ସଞ୍ଚାରଣ ହୁଏ ।[୨] ଏହା ଦୁର୍ଘଟଣାକ୍ରମେ ହୁଏ ବା ଆତ୍ମହତ୍ୟା ଚେଷ୍ଟାରୁ ହୁଏ । ଚର୍ମ ମାଧ୍ୟମରେ ଓ ତାର ଧୂମ ଆଘ୍ରାଣ ଯୋଗୁ କ୍ୱଚିତ ଏହି ବିଷ ପ୍ରଭାବ ଦେଖାଯାଏ ।[୧] ମେଥାନୋଲ ଦେହରେ ଭାଙ୍ଗିଯାଇ ଫର୍ମାଲଡିହାଇଡ (formaldehyde), ଫର୍ମିକ ଏସିଡ (formic acid) ଓ ଫର୍ମେଟରେ (formate) ପରିଣତ ହୁଏ ଯାହା ଯୋଗୁ ବିଷାକ୍ତ ହୁଏ ।[୨] ଏସିଡୋସିସ (acidosis) ବା ଅଧିକ ଅସମୋଲ ଗ୍ୟାପ (osmol gap) ଦେଖାଗଲେ ରହି ରୋଗ ଥିବା ସନ୍ଦେହ କରାଯାଏ ଓ ରକ୍ତ ସ୍ତର ମାପ କରିବା ପରେ ନିର୍ଣ୍ଣୟ ଦୃଢ଼ିଭୁତ ହୁଏ ।[୧][୨] ଅନ୍ୟାନ୍ୟ କେତେକ ରୋଗରେ ଏକା ଭଳି ଲକ୍ଷଣ ଦେଖାଯାଏ ଯେପରିକି ସଂକ୍ରମଣ (infections), ବିଷାକ୍ତ ଆଲକୋହୋଲ (toxic alcohol) ସଂସ୍ପର୍ଶ, ସେରୋଟୋନିନ ସିଣ୍ଡ୍ରୋମଡାଏବେଟିକ କିଟୋସିସ (diabetic ketoacidosis)।[୨]

ଯଥା ସମ୍ଭବ ଶୀଘ୍ର ଚିକିତ୍ସା କଲେ ଫଳାଫଳ ଭଲ ହୁଏ । ରୋଗୀକୁ ପୁନଃକ୍ଷମ କଲାପରେ ଆଣ୍ଟିଡୋଟ (antidote) ଦେଇ ଚିକିତ୍ସା କରାଯାଏ ଦିଆଯାଏ । ପସନ୍ଦ‌ ଯୋଗ୍ୟ ଆଣ୍ଟଡୋଟ ଫୋମେପୋଜୋଲ (fomepizole) ଦିଆଯାଏ, ଏହା ନ ମିଳିଲେ ଇଥାନୋଲ (ethanol) ଦିଆଯାଏ । କୌଣସି ଅଙ୍ଗ ନଷ୍ଟ ହୋଇଥିଲେ ବା ଅତି ମାତ୍ରାରେ ଏସିଡୋସିସ ହୋଇଥିଲେ ହେମୋଡାଏଲିସିସ (Hemodialysis) କରାଯାଏ । ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate), ଫୋଲେଟ (folate) ଓ ଥିଆମିନ (thiamine) ମଧ୍ୟ ଦିଆଯାଏ ।[୨]

ଅପମିଶ୍ରିତ ମଦ୍ୟ ବା ଆଲକୋହୋଲ ପାନ କଲେ ଏହି ରୋଗର ମଡ଼କ ହୋଇଯାଏ । ବିକାଶଶୀଳ ଦେଶମାନଙ୍କରେ (developing world) ଏହା ଏକ ସାଧାରଣ କାରଣ ।[୨] ସନ ୨୦୧୩ରେ ଯୁକ୍ତରାଷ୍ଟ୍ରରେ ୧୭୦୦ ରୋଗ ହୋଇଥିଲା । ରୋଗୀ ସାଧାରଣତଃ ପୁରୁଷ ଓ ଯୁବକ ହୋଇଥାଆନ୍ତି ।[୩] ରୋଗୀର ଶୀଘ୍ର ଚିକିତ୍ସା କଲେ ଭଲ ଫଳ ମିଳେ । [୧] ସନ ୧୮୫୬ରେ ଏହାର ବର୍ଣ୍ଣନା କରାଯାଇଥିବା ଦେଖାଯାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Kruse, JA (October 2012). "Methanol and ethylene glycol intoxication". Critical care clinics. 28 (4): 661–711. PMID 22998995.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Beauchamp, GA; Valento, M (September 2016). "Toxic Alcohol Ingestion: Prompt Recognition And Management In The Emergency Department". Emergency medicine practice. 18 (9): 1–20. PMID 27538060.
  3. Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 794. ISBN 9780323448383.
  4. Clary, John J. (2013). The Toxicology of Methanol (in ଇଂରାଜୀ). John Wiley & Sons. p. 3.4.1. ISBN 9781118353103.