ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିଅମ

Coordinates: 28°36′45″N 77°14′14″E / 28.61250°N 77.23722°E / 28.61250; 77.23722
ଉଇକିପିଡ଼ିଆ‌ରୁ
ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ
ଦ ନ୍ୟାସନାଲ୍ ଷ୍ଟାଡିଅମ୍
୨୦୧୦ ମସିହାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ
Full nameମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ
Former namesନ୍ୟାସନାଲ୍ ଷ୍ଟାଡିଅମ
Locationନୂଆ ଦିଲ୍ଲୀ, ଭାରତ
Coordinates28°36′45″N 77°14′14″E / 28.61250°N 77.23722°E / 28.61250; 77.23722
Ownerଭାରତୀୟ କ୍ରୀଡ଼ା ପ୍ରାଧୀକରଣ
Operatorଭାରତୀୟ କ୍ରୀଡ଼ା ପ୍ରାଧୀକରଣ
Capacity୧୬,୨୦୦
Construction
Opened୧୯୩୩
Rebuilt୨୦୧୦

ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ, ହେଉଛି ନୂଆ ଦିଲ୍ଲୀରେ ଥିବା ଏକ ହକି ଷ୍ଟାଡିଅମ । ଏହି ଷ୍ଟାଡିଅମର ପୂର୍ବ ନାମ ଥିଲା ନ୍ୟାସନାଲ୍ ଷ୍ଟାଡିଅମ । ଏହି ଷ୍ଟାଡିଅମର ନାମ ପୂର୍ବତନ ଭାରତୀୟ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି । ୧୯୫୧ ମସିହାରେ ପ୍ରଥମ ଏସିଆନ୍ ଗେମ୍ସରେ ଏହି ଷ୍ଟାଡିଅମରେ ମଧ୍ୟ ଆୟୋଜନ କରାଯାଇଥିଲା ।[୧]

ଇତିହାସ[ସମ୍ପାଦନା]

ପ୍ରଥମ ଏସିଆଡରେ ଭାରତୀୟ ଖେଳାଳୀମାନେ

ଏହି ଷ୍ଟାଡିଅମଟି ୧୯୩୩ ମସିହାରେ ନିର୍ମାଣ କରାଯାଇଥିଲା, ଯାହାକି ଭବନଗରର ମହାରାଜାଙ୍କ ତରଫରୁ ଦିଲ୍ଲୀ ପାଇଁ ଏକ ଉପହାର ସ୍ୱରୂପ ନିର୍ମିତ ହୋଇଥିଲା । ଏହା ପ୍ରଥମରୁ ଏକ ବହୁମୁଖୀ ଷ୍ଟାଡିଅମ ଥିଲା ଏବଂ ଏହାର ନାମ ଇରୱିନ୍ ଆମ୍ଫିଥେଟର ରଖାଯାଇଥିଲା । ଏହି ଷ୍ଟାଡିଅମଟି ଆନ୍ଥୋନି ଏସ୍. ଡିମିଲୋଙ୍କଦ୍ୱାରା ଡିଜାଇନ୍ କରାଯାଇଥିଲା ଏବଂ ଲର୍ଡ ୱିଲିଙ୍ଗଡନ୍ ଏହାର ଉଦ୍‌ଘାଟନ କରିଥିଲେ । ନୂଆଦିଲ୍ଲୀର ସ୍ଥପତି ଏଡୱିନ୍ ଲୁଟିଏନ୍ସଙ୍କର ମୂଳ ନକ୍ସା ଅନୁଯାୟୀ, ପୃଷ୍ଠଭୂମିରେ ଐତିହାସିକ ପୁରୁନା କିଲ୍ଲାର (ପୁରୁଣା ଦୁର୍ଗ) ସ୍ପଷ୍ଟ ଦୃଶ୍ୟ ପ୍ରଦାନ କରିବା ପାଇଁ ସେଠାରେ ବଗିଚା ରହିବା ଆବଶ୍ୟକ ଥିଲା, କିନ୍ତୁ କିଛି ଅସୁବିଧା ହେତୁ ସେହି ଯୋଜନାକୁ ଅଗ୍ରାହ୍ୟ କରାଯାଇଥିଲା । ୧୯୫୧ ଏସିଆନ୍ ଗେମ୍ସ ପୂର୍ବରୁ ଏହାର ନାମ ଜାତୀୟ ଷ୍ଟାଡିୟମ୍ ରଖାଯାଇଥିଲା, ୨୦୦୨ ମସିହାରେ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କାଯାଇଥିଲା ।[୧][୨]

ପ୍ରମୁଖ ମରାମତି କାର୍ଯ୍ୟ[ସମ୍ପାଦନା]

୨୦୧୦ ପୁରୁଷ ହକି ବିଶ୍ୱକପ୍ ପାଇଁ ଧ୍ୟାନଚାନ୍ଦ ଷ୍ଟାଡିୟମ୍ ମୁଖ୍ୟ ଆୟୋଜନ ସ୍ଥାନ ଥିଲା ।[୩] ଏହା ମଧ୍ୟ ୨୦୧୦ କମନୱେଲ୍‌ଥ ଗେମ୍ସର ଫିଲ୍ଡ ହକି ସ୍ଥାନ ଥିଲା । ହକି ବିଶ୍ୱକପ ୨୦୧୦ ପୂର୍ବରୁ ଷ୍ଟାଡିୟମରେ ଏକ ପ୍ରମୁଖ ପୁନଃ-ନିର୍ମାଣ ପ୍ରକଳ୍ପ କରାଯାଇଥିଲା ।

୨୪ ଜାନୁଆରୀ ୨୦୧୦ରେ ଏହା ୨୦୧୦ କମନୱେଲ୍‌ଥ୍ ଗେମ୍ସର ପ୍ରଥମ ସ୍ଥାନ ଭାବରେ ଉନ୍ମୋଚିତ ହୋଇଥିଲା ।[୪] ଷ୍ଟାଡିଅମକୁ ୨୬୨ କୋଟି ଟଙ୍କା ବ୍ୟୟରେ ପୁନଃ-ନିର୍ମାଣ କରାଯାଇଥିଲା, ଯାହା ମୂଳ ବଜେଟ‌ଠାରୁ ୫୦ କୋଟି ଅଧିକ ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Imperial Impressions". Hindustan Times. 20 July 2011. Archived from the original on 17 July 2012.
  2. "Even Bradman was impressed with Dhyan Chand". The Times of India. 30 August 2011. Archived from the original on 9 September 2011.
  3. "India to host 2010 men's hockey World Cup". The Hindu. Chennai, India. 22 March 2007.
  4. "The Times Of India".[dead link]
  5. "The Con Games : Cover Story - India Today". Indiatoday.intoday.in. 2010-07-24. Retrieved 2012-07-19.

ବାହାର ଆଧାର[ସମ୍ପାଦନା]