ମୂତ୍ରନଳୀ କର୍କଟ

ଉଇକିପିଡ଼ିଆ‌ରୁ

 

Urethral cancer[୧]
Primary urethral cancer
Micrograph of urethral cancer, urothelial cell carcinoma, found on a prostate core biopsy. H&E stain.
ବିଭାଗOncology urology
ଲକ୍ଷଣBlood in the urine, lump at end of penis, bloody urethral discharge[୧][୨]
ଆକ୍ରାନ୍ତ ସମୟ73 years[୩]
ବିପଦ କାରକProlonged urinary catheterization, chronic infection, radiation, diverticula of the urethra, urethral strictures[୧]
ରୋଗ ନିର୍ଣ୍ଣୟ ପଦ୍ଧତିTransurethral biopsy[୧]
ଚିକିତ୍ସାSurgery, radiation therapy, chemotherapy[୧]
PrognosisOften poor[୩]
ପୁନଃପୌନିକRare[୧]

ମୂତ୍ରନଳୀ କର୍କଟ (ଇଂରାଜୀ ଭାଷାରେ Urethral cancer) ମୂତ୍ରନଳୀରୁ ଉତ୍ପନ୍ନ ହେଉଥିବା କର୍କଟ ରୋଗର ନାମ | [୧] ଏହାର ଲକ୍ଷଣ ମଧ୍ୟରେ ରକ୍ତମେହ, ଲିଙ୍ଗ ଅଗ୍ରଭାଗରେ ଗୋଟାଳି, ଯୌନ‌କ୍ରିୟା ସମୟରେ ଯନ୍ତ୍ରଣା ବା ଉକ୍ତିମ ତରଳ ପଦାର୍ଥ ନିଷ୍କାସନ ହୁଏ । [୧] [୨] ରୋଗ ଗମ୍ଭୀର ହେଲେ ୟୁରିନାରି ରିଟେନସନ ଏବଂ ପ୍ରାୟାପିଜ୍ମ ହୋଇପାରେ | [୪]

ମୂତ୍ରନଳୀ କାଥେଟେରାଇଜେସନ ଯୋଗୁ ହେଉଥିବା ଦୀର୍ଘକାଳୀନ ଉତ୍ତେଜନା, ସଂକ୍ରମଣ ଯୋଗୁ କ୍ରନିକ୍ ପ୍ରଦାହ, ବିକିରଣ, ମୂତ୍ରାଶୟ ଡାଇଭର୍ଟିକୁଲା ବା ମୂତ୍ରନଳୀ ସଙ୍କୋଚନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ | [୧] ସବୁଠାରୁ ସାଧାରଣ ପ୍ରକାର ହେଉଛି ୟୁରୋଥେଲିଆଲ କର୍କଟ, ସ୍କ୍ୱାମସ ଜୀବକୋଷ କର୍କଟ ଓ ଆଡେନୋକାର୍ସିନୋମା | [୧] ଟ୍ରାନ୍ସୟୁରେଥ୍ରାଲ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହି ରୋଗ ଟିଏନଏମ ସ୍ଟେଜିଙ୍ଗ ସିସ୍ଟମ (TNM staging system) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବର୍ଗୀକୃତ ହୋଇଛି। [୧] [୫]

ଏହି ରୋଗର ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଥେରାପି ଓ କେମୋଥେରାପିର ମିଶ୍ରଣ ଦିଆଯାଇପାରେ | [୧] ଏଥିରେ ପାଞ୍ଚ ବର୍ଷ ବଞ୍ଚିବା ହାର ୪୬% ଓ ଏହାର ଫଳାଫଳ ପ୍ରାୟ ଖରାପ ହୋଇଥାଏ | [୩] ମୂତ୍ରାଶୟ କର୍କଟ ଏକ ବିରଳ ରୋଗ ଯାହା ସମୁଦାୟ କର୍କଟ ରୋଗର ୧% ମାତ୍ର ହୋଇଥାଏ | [୧] ଯୁକ୍ତରାଷ୍ଟ୍ରରେ ପ୍ରତି ଏକ ନିୟୁତ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୪.୩ ଜଣ ଓ ପ୍ରତି ଏକ ନିୟୁତ ମହିଳାଙ୍କ ମଧ୍ୟରୁ ୧.୫ ଜଣଙ୍କର ଏହି ରୋଗ ହୋଇଥାଏ । [୩] ସାଧାରଣତଃ ୭୩ ବର୍ଷ ବୟସରେ ଏହି ରୋଗ ନିର୍ଣ୍ଣୟ ହୁଏ । [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Janisch, Florian; Abufaraj, Mohammad; Fajkovic, Harun; Kimura, Shoji; Iwata, Takehiro; Nyirady, Peter; Rink, Michael; Shariat, Shahrokh F. (1 September 2019). "Current Disease Management of Primary Urethral Carcinoma". European Urology Focus (in English). 5 (5): 722–734. doi:10.1016/j.euf.2019.07.001. ISSN 2405-4569.{{cite journal}}: CS1 maint: unrecognized language (link)
  2. ୨.୦ ୨.୧ Kahan, Scott; Miller, Redonda; Smith, Ellen G. (2008). "126. Penile Discharge". Signs and Symptoms (in ଇଂରାଜୀ). Lippincott Williams & Wilkins. ISBN 978-0-7817-7043-9.
  3. ୩.୦ ୩.୧ ୩.୨ ୩.୩ ୩.୪ Grivas, PD; Davenport, M; Montie, JE; Kunju, LP; Feng, F; Weizer, AZ (December 2012). "Urethral cancer". Hematology/oncology clinics of North America. 26 (6): 1291–314. doi:10.1016/j.hoc.2012.08.006. PMID 23116581.
  4. Nargund, Vinod H.; Raghavan, Derek; Sandler, Howard M. (2015). Urological Oncology (in ଇଂରାଜୀ). Springer. p. 174. ISBN 978-0-85729-482-1.
  5. Compérat, Eva; Varinot, Justine (2016). "Immunochemical and molecular assessment of urothelial neoplasms and aspects of the 2016 World Health Organization classification". Histopathology (in ଇଂରାଜୀ). 69 (5): 717–726. doi:10.1111/his.13025. ISSN 1365-2559.