ମୁରାରି ପ୍ରସାଦ ମିଶ୍ର (୧୯୩୪ ଜନ୍ମ)
ଦେଖଣା
ମୁରାରି ପ୍ରସାଦ ମିଶ୍ର | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ନିର୍ବାଚନ ମଣ୍ଡଳୀ | ମେଳଛମୁଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଫେବୃଆରୀ ୧୯୩୪ |
ମୃତ୍ୟୁ | ୧୭ ମାର୍ଚ୍ଚ ୨୦୦୯ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ମେନକା ସୁନ୍ଦରୀ ମିଶ୍ର |
ବାପା/ବୋଉ | ଧନଞ୍ଜୟ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମୁରାରି ପ୍ରସାଦ ମିଶ୍ର (୨ ଫେବୃଆରୀ ୧୯୩୪ - ୧୭ ମାର୍ଚ୍ଚ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମେଳଛମୁଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମୁରାରି ପ୍ରସାଦ ମିଶ୍ର ୧୯୩୪ ମସିହାର ଫେବୃଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧନଞ୍ଜୟ ମିଶ୍ର ଓ ପତ୍ନୀଙ୍କ ନାମ ମେନକା ସୁନ୍ଦରୀ ମିଶ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମୁରାରି ପ୍ରସାଦ ମିଶ୍ର ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ମୁରାରି ପ୍ରସାଦ ମିଶ୍ର ୨୦୦୯ ମସିହାର ମାର୍ଚ୍ଚ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Murari Prasad Misra". odishaassembly.nic.in. Odisha Assembly. Retrieved 27 August 2022.