ମୁକେଶ ଅମ୍ବାନୀ

ଉଇକିପିଡ଼ିଆ‌ରୁ

ମୁକେଶ ଅମ୍ବାନୀ
Born
ମୁକେଶ ଧିରୁଭାଇ ଅମ୍ବାନୀ

(1957-04-19) ୧୯ ଅପ୍ରେଲ ୧୯୫୭ (ବୟସ ୬୬)
Alma materଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି
ଫରେଷ୍ଟ ସ୍କୁଲ (ୱାଲ୍ଟହାମଷ୍ଟୋ)
ଷ୍ଟାନଫୋର୍ଡ ୟୁନିଭର୍ସିଟି (discontinued)[୩]
Occupationରିଲିୟାନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ
Spouse
(m. ୧୯୮୫)
Childrenଅନନ୍ତ ଅମ୍ବାନୀ br/>ଆକାଶ ଅମ୍ବାନୀ
ଇଶା ଅମ୍ବାନୀ
Parent(s)ଧିରୁଭାଇ ଅମ୍ବାନୀ
କୋକିଲାବେନ୍ ଅମ୍ବାନୀ
Relativesଅନିଲ୍ ଅମ୍ବାନୀ (brother)
WebsiteMukesh Ambani


ମୁକେଶ ଧିରୁଭାଇ ଅମ୍ବାନୀ (ଜନ୍ମ:୧୯ ଏପ୍ରିଲ ୧୯୫୭) ଜଣେ ଭାରତୀୟ ବ୍ୟବସାୟୀ ଯିଏକି ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଏହାର ଜଣେ ବୃହତ୍ ଅଂଶଧାରୀ। ଏହି କମ୍ପାନୀ ଗୋଟିଏ ଫର୍ଚ୍ୟୁନ୍ ଗ୍ଲୋବାଲ ୫୦୦ କମ୍ପାନୀ ଯାହାର ଆଜିକା ବଜାରରେ ମୁଲ୍ୟ ବହୁତ ଉପରେ।[୫][୬] ସେ ଏହି କମ୍ପାନୀର ୪୪.୭ ଶତଭାଗ ଷ୍ଟେକ୍ ହୋଲ୍ଡର। ରିଲିୟାନ୍ସ କମ୍ପାନୀ ଭାରତର ଏକ ବୃହତ୍ ରିଟେଲର୍ ଯିଏକି ମୁଖ୍ୟତଃ ପେଟ୍ରୋଲିୟମ୍‌ରୁ ଜାତ ପଦାର୍ଥ, ତୈଳ ଓ ଗ୍ୟାସ୍ ଆଦି କ୍ଷେତ୍ରରେ କାର୍ଯ୍ୟରତ। ଭାରତରେ ରିଲିୟାନ୍ସ ରିଟେଲ୍ ଲିମିଟେଡ୍ ଏକ ସର୍ବବୃହତ ରିଟେଲର୍।[୭]

ସ୍ୱର୍ଗତଃ ପିତା ଧିରୁଭାଇ ଅମ୍ବାନୀ ଓ ମାତା କୋକିଲାବେନ୍ ଅମ୍ବାନୀଙ୍କ ସେ ବଡ଼ ପୁଅ ଅଟନ୍ତି ଓ ଅନିଲ୍ ଅମ୍ବାନୀଙ୍କ ସେ ଭାଇ ଅଟନ୍ତି। ଫରବେସ୍ର ତାଲିକା ଅନୁଯାୟୀ ସେ ହିଁ ଜଣେ ଭାରତୀୟ ଯିଏକି ବିଶ୍ୱର ୩୮ତମ ଶକ୍ତିଶାଳୀ ବ୍ୟକ୍ତିତ୍ୱର ସ୍ଥାନ ପାଇଥିଲେ। [୮] ୨୦୧୬ ପରଠାରୁ ମାଗାଜିନ୍‌ରେ ଭାତରର ସର୍ବ ବୃହତ୍ ଧନଶାଳୀ ବ୍ୟକ୍ତିତ୍ୱ ରୂପେ ଅମ୍ବାନୀ ଗଣା ହୋଇ ଆସୁଛନ୍ତି। ସେ ଆଇ ପି ଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ କିଣି ତାର ମତାଧିକାରୀ ସାଜିଛନ୍ତି। ୨୦୧୨ ମସିହାରେ ଫୋରବେସ୍ ତାଙ୍କୁ ବିଶ୍ୱର ବୃହତ୍ ଧନଶାଳୀ ସ୍ପୋର୍ଟ୍ସ ଓନର୍ର ମାନ୍ୟତା ଦେଇଥିଲା।[୯] ସେ ଆଣ୍ଟିଲିଆ ବିଲ୍‌ଡିଂ,ସ୍ଥିତ ଏକ ମୂଲ୍ୟାଧିକ ନିବାସରେ ବାସ କରୁଛନ୍ତି ଯାହାର ମୂଲ୍ୟ ପାଖାପାଖି ଏକଶତ କୋଟି ଡଲାର।

ପ୍ରଥମିକ ଜୀବନ

ମୁକେଶ ଧିରୁଭାଇ ଅମ୍ବାନୀ ଏପ୍ରିଲ୍ ମାସ ୧୯ ତାରିଖ ୧୯୫୭ ମସିହାରେ ଧିରୁଭାଇ ଅମ୍ବାନୀ ଓଇ କୋକିଲାବେନ୍ ଅମ୍ବାନୀ କୋଳାଗ୍ରତ ହୋଇଥିଲେ। ତାଙ୍କର ସାନ ଭାଇ ହଉଛନ୍ତି ଅନିଲ୍ ଅମ୍ବାନୀ ଓ ଦୁଇ ସାନ ଭଉଣୀ ହେଉଛନ୍ତି ଦିପ୍ତି ସାଲଗାଓନକାର ଓ ନିନା କୋଥାରୀ।୧୯୭୦ ମସିହାରୁ ମୁମ୍ବାଇର ଭୁଲେଶ୍ୱରଠାରେ ସେ ଏକ ଦୁଇ ବଖରା ବାଲା ଆପାର୍ଟମେଣ୍ଟରେ ରହୁଥିଲେ। ପରେ ଧିରୁଭାଇ ଅମ୍ବାନୀ କୋଲାବାଠାରେ ଏକ ଚଉଦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କିଣିଥିଲେ, ଯାହାକୁ "ସି ୱିଣ୍ଡ" କୁହାଯାଉଛି। ଏପର୍ଯ୍ୟନ୍ତ ମଧ୍ୟ ଏଠାରେ ସେ ଏବଂ ତାଙ୍କ ସାନ ଭାଇ ଅଲଗା ଅଲଗା ମହଲାରେ ବାସ କରୁଛନ୍ତି। ପେଦାର୍ ରୋଡ୍ର ହିଲ୍ ଗ୍ରେଞ୍ଜ ହାଇ ସ୍କୁଲ୍‌ଠାରେ ସେ ଓ ତାଙ୍କ ସାନ ଭାଇ ପାଠ ପଢୁଥିଲେ ଏବଂ ଆନନ୍ଦ ଜେନ୍ ସେଠାରେ ତାଙ୍କ ଏକ ନୀବିଡ ବନ୍ଧୁ ଥିଲେ।[୧୦] ମାଟୁଙ୍ଗାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିରେ ସେ ଇଂଜିନିୟରିଂରେ ବିଇ ଡିଗ୍ରୀ ହାସଲ କରିଥିଲେ।[୧୧] ଏହାପରେ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଏମ୍ ବି ଏ ପାଇଁ ନାମ ଲେଖାଇଥିଲେ। କିନ୍ତୁ ତାଙ୍କ ପିତାଙ୍କ ରିଲିୟାନ୍ସ ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଏମ୍ ବି ଏ ପଢ଼ା ଅଧାରୁ ଚାଲି ଆସିଥିଲେ। ସେତେବେଳେ ରିଲିୟାନ୍ସ ଏକ ଛୋଟ କମ୍ପାନୀ ଥିଲା କିନ୍ତୁ ଏହା ଦ୍ରୁତ ଗତିରେ ଉନ୍ନତି କରୁଥିଲା।

ବ୍ୟକ୍ତିଗତ ଜୀବନ

ମୁକେଶ ଅମ୍ବାନୀ ନିତା ଅମ୍ବାନୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇ ପୁଅ ଅନନ୍ତ ଓ ଆକାଶ, ଓ ଝିଅ ଇଶା ଅଟନ୍ତି।[୧୨] ସେ ମୁମ୍ବାଇର ଆଣ୍ଟିଲିଆ ବିଲ୍‌ଡିଂରେ ରହୁଛନ୍ତି ଯାହାର ମୂଲ୍ୟ ଏକଶତ କୋଟି ଡଲାର। ମାର୍ଚ୍ଚ ୨୦୧୭ରେ ସେ ରାଜଦୀପ୍ ସର୍‌ଦେଶାଇଙ୍କ ସହ ଏକ ସାକ୍ଷାତକାରରେ କହିଛନ୍ତି ତାଙ୍କ ପ୍ରିୟ ଖାଦ୍ୟ ହେଉଛି ଇଟିଲି ସମ୍ବର ଓ ପ୍ରିୟ ରେଷ୍ଟୁରାଣ୍ଟ ହେଉଛି ମଇସୁର୍ କେଫ ଯାହା ମୁମ୍ବାଇର କିଙ୍ଗ ସର୍କଲରେ ଅବସ୍ଥିତ ଓ ସେ ଏଠାରେ ତାଙ୍କ ଛାତ୍ର ଜୀବନରୁ ଖାଇବାକୁ ଭଲପାଆନ୍ତି।

ଆଧାର

  1. Nolan, Jeannette. "Mukesh Ambani". Encyclopædia Britannica. Retrieved 6 ଅକ୍ଟୋବର 2013.
  2. "The Rediff Business Interview/ Mukesh Ambani". Rediff.com. 17 ଜୁନ 1998. Retrieved 22 ଅଗଷ୍ଟ 2013.
  3. 'Always invest in businesses of the future and in talent'. Rediff.com. 17 January 2007
  4. "Mukesh Ambani becomes Asia's richest person, overtakes China's Hui Ka Yan". The Economic Times. Retrieved 1 ନଭେମ୍ବର 2017.
  5. "Shri Mukesh D. Ambani - Chairman & Managing Director". Archived from the original on 16 ଅପ୍ରେଲ 2015. Retrieved 17 ନଭେମ୍ବର 2017.
  6. "Global 500". Retrieved 17 ନଭେମ୍ବର 2017.
  7. "Ambani tops retailer list, too". Retrieved 17 ନଭେମ୍ବର 2017.
  8. "The World's Most Powerful People". Retrieved 17 ନଭେମ୍ବର 2017.
  9. "SportsMoney". Retrieved 17 ନଭେମ୍ବର 2017.
  10. "The insider". Retrieved 17 ନଭେମ୍ବର 2017.
  11. "'Always invest in businesses of the future and in talent'". Retrieved 17 ନଭେମ୍ବର 2017.
  12. "India's young billionaire heirs and heiresses". Retrieved 17 ନଭେମ୍ବର 2017.