Jump to content

ମିଥୁବେନ ପେଟିଟ

ଉଇକିପିଡ଼ିଆ‌ରୁ
ମହାତ୍ମା ଗାନ୍ଧୀ ଦାଣ୍ଡିରେ ୬ ଏପ୍ରିଲ ୧୯୩୦. ତାଙ୍କ ପଛରେ ତାଙ୍କର ଦ୍ୱିତୀୟ ପୁତ୍ର ମନିଲାଲ ଗାନ୍ଧୀ ଏବଂ ମିଥୁବେନ ପେଟିଟ ଅଛନ୍ତି।
Mahatma Gandhi, Mithuben Petit, and Sarojini Naidu 1930

ମିଥୁବେନ ହରମୁଜୀ ପେଟିଟ (୧୧ ଏପ୍ରିଲ ୧୮୯୨ - ୧୬ ଜୁଲାଇ ୧୯୭୩) ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ସତ୍ୟାଗ୍ରହରେ[୧][୨] ଅଂଶଗ୍ରହଣ କରିଥିବା ଭାରତୀୟ ସ୍ୱାଧିନତା ମହିଳା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ ।[୩][୪]

ଜୀବନୀ[ସମ୍ପାଦନା]

୧୧ ଏପ୍ରିଲ ୧୮୯୨ ମସିହାରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ର ଏକ ସମୃଦ୍ଧ ପାର୍ସୀ ଜୋରୋଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିବା ମିଥୁବେନ ପେଟିଟଙ୍କ ପିତା ଜଣେ ଜଣାଶୁଣା ଶିଳ୍ପପତି, ଚାଣକ୍ୟ ଏବଂ ବାରୋନେଟ ଥିଲେ ।[୫][୬] ତାଙ୍କର ସକ୍ରିୟତା ପେଟିଟ ପରିବାରଦ୍ୱାରା ଆହ୍ୱାନର ସମ୍ମୁଖୀନ ହୋଇଥିଲା, ଯିଏ ତାଙ୍କୁ ବିଚ୍ଛିନ୍ନ ହେବାପାଇଁ କହିଥିଲେ; ଯାହାକୁ ସେ ମନା କରିଦେଇଥିଲେ ଏବଂ ଉତ୍ତର ଦେଇଥଲେ ଯେ, "ସରକାରଙ୍କ ସହ ବସିବା ଆପଣଙ୍କ କାମ ଏବଂ ଦେଶ ସହ ରହିବା ମୋର କାମ ।"[୭]

ଭାରତୀୟ ସ୍ୱାଧୀନତା ଆନ୍ଦୋଳନ[ସମ୍ପାଦନା]

ମିଥୁବେନ ତାଙ୍କ ମାଉସୀ ଜୟଜୀ ଜାହାଙ୍ଗୀର ପେଟିଟଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ, ଯିଏ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ତଥା ଗାନ୍ଧୀ ଆଦର୍ଶ ଉପରେ ପ୍ରତିଷ୍ଠିତ ମହିଳା ଆନ୍ଦୋଳନ ଜାତୀୟ ମହିଳା କଂଗ୍ରେସର ସଚିବ ଥିଲେ ।[୮] କସ୍ତୁରବା ଗାନ୍ଧୀ ଏବଂ ସରୋଜିନୀ ନାଇଡୁଙ୍କ ସହ ପେଟିଟ ଲବଣ ସତ୍ୟାଗ୍ରହରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, କସ୍ତୁରବା ଗାନ୍ଧୀ ସାବରମତି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ, ସରୋଜିନୀ ନାଇଡୁ ପ୍ରଥମ ଥର ପାଇଁ ୬ ଏପ୍ରିଲ ୧୯୩୦ ମସିହାରେ ଦାଣ୍ଡିରେ ଲୁଣ ଉଠାଇଥିଲେ ଏବଂ ପେଟିଟ ପଛରେ ଠିଆ ହୋଇଥିଲେ । ଏହି ପଦଯାତ୍ରା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଏକ ସମୟରେ ଯେତେବେଳେ ମହିଳାମାନେ ପଛ ସିଟ ନେବାକୁ ବାଧ୍ୟ ହୋଇଥିଲେ (ସେତେବେଳେ ଭାରତରେ ପିତୃପୁରୁଷ ସଂସ୍କୃତି ହେତୁ) ଲୁଣ ଉପରେ ଥିବା ଟିକସ ବିରୁଦ୍ଧରେ ସତ୍ୟାଗ୍ରହ ତଥା ନାଗରିକ ଅବମାନନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପେଟିଟ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ।[୯] ୧୯୨୮ ମସିହାର ବାର୍ଡୋଲି ସତ୍ୟଗ୍ରାହରେ ପେଟିଟ ଅଂଶଗ୍ରହଣ କରିଥିଲେ ଯାହାକି ବ୍ରିଟିଶ ରାଜଙ୍କ ବିରୁଦ୍ଧରେ ଟିକସ ଅଭିଯାନ ଥିଲା ଯେଉଁଠାରେ ସେ ସର୍ଦ୍ଦାର ପଟେଲଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟ କରିଥିଲେ ।[୧୦] ଭାରତରେ ମଦ ବିରୋଧୀ ଆନ୍ଦୋଳନରେ ପେଟିଟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ସହ ସମୟ ଅତିବାହିତ କରିବା ସହ ଗୁଜରାଟର ଅନୁସୂଚିତ ଜନଜାତିଙ୍କୁ ମଦ ସମସ୍ୟା ବିଷୟରେ ବୁଝାଇଥିଲେ ।[୧୧]

ସାମାଜିକ କାର୍ଯ୍ୟ[ସମ୍ପାଦନା]

୧୯୩୦ ମସିହାରେ ପେଟିଟ ମାରୋଲିରେ କସ୍ତୁରବା ସେବାଶ୍ରମ ନାମକ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ, ଯାହାକି ଆଦିବାସୀ, ହରିଜନ ଏବଂ ମତ୍ସ୍ୟଜୀବୀଙ୍କ ପରିବାରର ବଞ୍ଚିତ ପିଲାମାନଙ୍କୁ ସ୍ପିନ୍, କାର୍ଡିଂ, ବୁଣାକାର, ଦୁଗ୍ଧ ଚାଷ, ଚମଡ଼ା କାମ ଏବଂ ଟେଲରିଂରେ ଡିପ୍ଲୋମା ପାଠ୍ୟକ୍ରମ ଶିକ୍ଷା ଦେବା ସହିତ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରେଇଥିଲେ ।[୧୨] "ମାଜି" (ମାତା) ଭାବରେ ଜଣାଶୁଣା ପେଟିଟ ମଧ୍ୟ ୧୯୪୨ ମସିହାରେ ମାନସିକ ରୋଗୀମାନଙ୍କର ବୈଜ୍ଞାନିକ ଚିକିତ୍ସା ପାଇଁ ସମାନ ନାମର ଏକ ଡାକ୍ତରଖାନା ଖୋଲିଥିଲେ ।[୧୩][୧୪]

ସେ ୧୬ ଜୁଲାଇ ୧୯୭୩ ମସିହାରେ ମୃତ୍ୟୁ ବରଣ କରିଥିଲେ ।

ସ୍ୱୀକୃତି[ସମ୍ପାଦନା]

ପେଟିଟ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ୧୯୬୧ ମସିହାରେ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Mahatma Gandhi, Sarojini Naidu and Mithuben Petit". gandhiheritageportal.org. Retrieved 2017-07-02.
  2. Simmi Jain (2003). women pioneers in India's resistance. Kalpaz Publications. ISBN 9788178351742.
  3. Nawaz B. Mody (2000). Women in India's freedom struggle. Allied Publishers. ISBN 9788177640700.
  4. Mankekar, Kamla (2002). Women pioneers in India's renaissance, as I remember her: contributions from eminent women of present-day India. National Book Trust, India. ISBN 978-81-237-3766-9.
  5. Marzban J. Giara (2000). Parsi statues. Marzban J. Giara.
  6. Gawalkar, Rohini (2013-09-28). "पद्मश्री 'दीनभगिनी'". Loksatta (in ମରାଠୀ). Archived from the original on 2017-07-28. Retrieved 2017-07-28.
  7. Meher Marfatia (August 19, 2007). "From Silk to Satyagraha" (PDF). Sunday Times of India. Archived from the original (PDF) on February 23, 2022. Retrieved July 31, 2023.
  8. Suruchi Thapar-Björkert (2006). Women in the Indian national movement: unseen faces and unheard voices, 1930-42. SAGE Publications India Pvt Ltd. ISBN 9789351502869.
  9. Gandhi, Gopalkrishna (5 April 2010). "The Great Dandi March – eighty years after". thehindu.com. Retrieved 2017-07-02.
  10. Jain, Simmi (2003). Encyclopaedia of Indian Women Through the Ages: Period of freedom struggle. ISBN 9788178351742.[full citation needed]
  11. "anti-liquor movement". mkgandhi.org. Retrieved 2017-07-03.
  12. "Trustees". Kasturbasevashram.org. Archived from the original on 3 January 2018. Retrieved 20 July 2017.
  13. "Kasturba Sevashram". kasturbasevashram.org. Archived from the original on 12 June 2018. Retrieved 2017-07-20.
  14. Mehta, R.; Shah, A.; Vankar, G. K.; Chauhan, A.; Bakre, R. (2018). "Golden roots to golden fruits of mental health in Gujarat". Indian Journal of Psychiatry. Indian J Psychiatry. 2018 Feb; 60(Suppl 2): S227–S235. 60 (Suppl 2): S227–S235. doi:10.4103/psychiatry.IndianJPsychiatry_448_17. PMC 5836343. PMID 29527053.{{cite journal}}: CS1 maint: unflagged free DOI (link)