ସାନମା' ଦକ୍ଷିଣ କାଳୀ ମନ୍ଦିର

ଉଇକିପିଡ଼ିଆ‌ରୁ
(ମା ଦକ୍ଷିଣକାଳୀରୁ ଲେଉଟି ଆସିଛି)

ଛାଞ୍ଚ:ବୀରଗୋବିନ୍ଦପୁର

ଦେବୀ ଦକ୍ଷିଣକାଳୀ,ବୀରଗୋବିନ୍ଦପୁର

ସାନମା ଦକ୍ଷିଣ କାଳୀ ମନ୍ଦିର ଭାରତର ଏକ ହିନ୍ଦୁ ମନ୍ଦିର । ଏହା ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବୀରଗୋବିନ୍ଦପୁରଠାରେ ଅବସ୍ଥିତ ଓ ଏଠାରେ ଦେବୀ ଦକ୍ଷିଣକାଳୀ ତିନି ଭଉଣୀଙ୍କ (ବଡ଼ମା', ମଝିଆଁମା', ସାନମା') ଭିତରୁ ସାନମା' ପୂଜା ପାଇଥାନ୍ତି ।

ଅବସ୍ଥିତି[ସମ୍ପାଦନା]

ଏହି ମନ୍ଦିର ଭାରତୀୟ ଜାତୀୟ ରାଜପଥ ୩୧୬ ପୁରୀ-ଭୁବନେଶ୍ୱର ରାସ୍ତାରେ ଯିବା ସମୟରେ ସାକ୍ଷୀଗୋପାଳଠାରୁ ୩.୭ କିଲୋମିଟର ଦୂରରେ ଅବସ୍ଥିତ ।

ଦେବୀ କାମରୂପା,ବୀରପ୍ରତାପୁର

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଦେବୀମାନେ ଜଣେ ବଙ୍ଗୀୟ ସାଧକଙ୍କ ଘରେ ତିନି ଭଉଣୀ ରୂପେ ପୂଜା ପାଉଥିଲେ । କାଳକ୍ରମେ ସେଠାରୁ ଆସି ପୁରୀ ଜିଲ୍ଲାର ଏହି ତିନୋଟି ଶାସନ ଗ୍ରାମରେ ପୂଜିତ ହେଉଛନ୍ତି ।

ପୂଜାବିଧି[ସମ୍ପାଦନା]

ଏହି ମନ୍ଦିରରେ ଦକ୍ଷିଣକାଳୀଙ୍କ ପଟ୍ଟଚିତ୍ରକୁ ତନ୍ତ୍ର ଉପଚାରରେ ଏବଂ ବଙ୍ଗୀୟ ରିତିନୀତିରେ ପୂଜା କରାଯାଏ । ବାକି ଦୁଇଟି ମନ୍ଦିର ଭିତରୁ ବଡ଼ମା କାମରୂପା ମନ୍ଦିରରେ ମଣିବିଗ୍ରହ ପୂଜା କରାଯାଏ ଏବଂ ମଝିଆଁମା ଉଗ୍ରତାରା ମନ୍ଦିରରେ ମଧ୍ୟ ପଟ୍ଟଚିତ୍ର ପୁଜା କରାଯାଇଥାଏ । ଏଠାର ପୂଜା ଜଗନ୍ନାଥ ମନ୍ଦିର ନୀତି ସହ ସମାନ । ତିନି ଦେବୀଙ୍କ ମୁଖ ପ୍ରାୟ ଏକା ପରି । ଏଠାରେ ଆମିଷ ଭୋଗ ହୁଏ । କାଳୀ ପୂଜା ଏହି ତିନି ପୀଠରେ ପାଳନ କରାଯାଏ ଓ ଏହି ଅବସରରେ ଦେବୀମାନଙ୍କର ସମ୍ପୂର୍ଣ୍ଣ ଅବୟବ ଦେଖିବାକୁ ମିଳେ । ଏହି ସମୟରେ ମଧ୍ୟରାତ୍ରରେ ଛାଗ (ଛେଳି) ବଳି ମଧ୍ୟ ଦିଆଯାଏ । ପୂଜା ଶେଷରେ ଦେବୀମାନଙ୍କୁ ଏକ ସମାରୋହ କରି ନେଇ ଚନ୍ଦନପୁରସ୍ଥିତ ଭାର୍ଗବୀ ନଦୀ କୂଳରେ ବିସର୍ଜନ ଦିଆଯାଏ ।

ଦେବୀ ଉଗ୍ରତାରା, ସମଯାଜପୁର

ଆଧାର[ସମ୍ପାଦନା]

ଛାଞ୍ଚ:ବୀରଗୋବିନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ

ଆହୁରି ଦେଖନ୍ତୁ[ସମ୍ପାଦନା]

କାଳିକା ଭଷାଣି (ବିସର୍ଜନ),ଚନ୍ଦନପୁର