ମାଭିଦ୍ଦପୁରମ କଣ୍ଡସ୍ଵାମୀ ମନ୍ଦିର

Coordinates: 09°48′04.00″N 80°02′06.20″E / 9.8011111°N 80.0350556°E / 9.8011111; 80.0350556
ଉଇକିପିଡ଼ିଆ‌ରୁ
ମାଭିଦ୍ଦପୁରମ କଣ୍ଡସ୍ୱାମୀ ମନ୍ଦିର
மாவிட்டபுரம் கந்தசாமி கோவில்
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictJaffna District
ଦେବାଦେବୀMurugan
Location
ସ୍ଥାନMaviddapuram
StateNorthern Province
CountrySri Lanka
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଶ୍ରୀଲଙ୍କା ଉତ୍ତର ପ୍ରଦେଶ" does not exist.
ଭୌଗଳିକ ଅବସ୍ଥିତି09°48′04.00″N 80°02′06.20″E / 9.8011111°N 80.0350556°E / 9.8011111; 80.0350556

ମାଭିଦ୍ଦପୁରମ କଣ୍ଡସ୍ୱାମୀ ମନ୍ଦିର (Tamil: மாவிட்டபுரம் கந்தசாமி கோவில்) ଉତ୍ତର ଶ୍ରୀଲଙ୍କାର (Sri Lanka) ମାଭିଦ୍ଦପୁରମରେ (Maviddapuram) ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।

ଇତିହାସ[ସମ୍ପାଦନା]

ଜନସୃତି ଅନୁସାରେ ଏହି ହିନ୍ଦୁ ପବିତ୍ର ସ୍ଥାନ ପ୍ରାୟ ୫,୦୦୦ ବର୍ଷର ପୁରୁଣା ।[୧] ମଦୁରାଇର ରାଜା ଟିସାଇ ଉଗ୍ର ଚୋଳନଙ୍କ କନ୍ୟା ରାଜକୁମାରୀ ମଥୁରାପୁରଭୀରବଲ୍ଲୀ ଏକ ସ୍ଥାୟୀ ଅନ୍ତନଳୀ ରୋଗ ହୋଇଥିଲା ଯାହା ଫଳରେ ତାଙ୍କ ମୁଖମଣ୍ଡଳ ବିକୃତ ହୋଇ ଏକ ଘୋଡ଼ା ମୁହଁ ଭଳି ଦେଖାଯାଉଥିଲା ।.[୨][୩][୪] ପୁରୋହିତମାନେ କୀରିମଲାଇ (Keerimalai) ସ୍ଥାନର ସତେଜ ଝରଣାରେ ସ୍ନାନ କରିବାକୁ ଉପଦେଶ ଦେଲେ ।[୨][୩] ସେହି ଝରଣାରେ ସ୍ନାନ କରିବା ପରେ ମଥୁରାପୁରଭୀରବଲ୍ଲୀ ଭୋଗୁଥିବା ରୋଗ ଭଲ ହୋଇଗଲା ଓ ତାଙ୍କର ବିକୃତି ଉଭେଇଗଲା ।[୨][୩] କୃତଜ୍ଞତା ସ୍ୱରୂପ ସେ ଝରଣାଠାରୁ ୨ କିମି ଦୂର ପୂର୍ବ ଦିଗରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ କରିଥିଲେ ଯାହା ହିନ୍ଦୁ ଦେବତା ମୁରୁଗାନଙ୍କୁ (Murugan, (Skanda)) ସମର୍ପିତ ଥିଲା ।[୨][୩][୪] ମଦୁରାଇର ରାଜା କଳାକାର, ସ୍ଥପତି, ନିର୍ମାଣ ସାମଗ୍ରୀ, ଗ୍ରାନାଇଟ, ମୂର୍ତ୍ତି, ସୁନା ଓ ରୂପା ଇତ୍ୟାଦି ସେଠାକୁ ପଠେଇଥିଲେ ।[୨] ମନ୍ଦିରର କଙ୍କେଶନ (ମୁରୁଗାନ) ମୂର୍ତ୍ତି ଗୟାଥୁରାଇ ବନ୍ଦର ମଧ୍ୟ ଦେଇ ଅଣାଯାଇଥିଲା ଯାହା ପରବର୍ତ୍ତୀ କାଳରେ କଙ୍କେଶନଥୁରାଇ ନାମକାରଣ ହୋଇଥିଲା ।[୫][୬]

ମାଭିଦ୍ଦପୁରମ ନାମର ନା ଶବ୍ଦର ଅର୍ଥ ଘୋଡ଼ା, ବିଦ୍ଧ ଶବ୍ଦର ଅର୍ଥ ପରିଷ୍କାର କରିବା ଓ ପୁରମ ଶବ୍ଦର ଅର୍ଥ ପବିତ୍ର ନଗରୀ ।[୨] ମନ୍ଦିରଟି ଅନେକ ଥର ଭାଙ୍ଗିଦିଆଯାଇଛି ଓ ଗଢାହୋଇଛି ।[୧] ବର୍ତ୍ତମାନର ମନ୍ଦିର ୧୭ଶ ଶତାବ୍ଦୀରେ ତିଆରି ହୋଇଥିଲା ।[୭]

କେବଳ ଉଚ୍ଚ ଜାତିର ଲୋକଙ୍କୁ ସେହି ମନ୍ଦିରରେ ପୂଜା କରିବାକୁ ଅନୁମତି ମିଳୁଥିଲା ।[୮] ଅନେକ ତଥା କଥିତ ଛୋଟ ଜାତିର ଲୋକମାନେ ୧୯୬୮ ମସିହାରେ ମନ୍ଦିର ଗେଟ ବାହାରେ ଅହିଂସା ଧର୍ମଘଟ କରିଥିଲେ କିନ୍ତୁ ଏକ ଉଚ୍ଚ ଜାତିର ଲୋକମାନଙ୍କଠାରୁ ହିଂସାତ୍ମକ ବ୍ୟବହାର ପାଇଥିଲେ ।[୯] ସେହି ୧୧୯୬୮ ମସିହା ଜୁନ ମାସରେ ଛୋଟ ଜାତିର ଲୋକମାନେ ଜବରଦସ୍ତ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।[୧୦] ଏହି ଗଣ୍ଡଗୋଳର ମୁଖ୍ୟ ସି ସୁନ୍ଥରଲିଙ୍ଗମ (C. Suntharalingam) ସୁପ୍ରିମ କୋର୍ଟରେ ପ୍ରିଭେନସନ ଅଫ ସୋସିଆଲ ଡିଶ ଆବିଲିଟି ଆକ୍ଟ ଅନୁସାରେ ୫୦ ଟଙ୍କା ଫାଇନ ଦଣ୍ଡ ପାଇଥିଲେ ।[୧୧] ଏହି ଆକ୍ଟରେ ପୂଜା ସ୍ଥଳକୁ ପ୍ରବେଶ କରିବାକୁ ବାଧା ଦେବା ଏକ ଦଣ୍ଡନୀୟ ଅପରାଧ ଲେଖାଥିଲା ।[୧୨][୧୧]

ଉତ୍ତର ବଳିକାମମ ଇଲାକାରେ ୧୯୯୦ ମସିହାରେ ହାଇ ସେକ୍ୟୁରିଟି ଯୋନ ଭାବରେ ଘୋଷଣା କରି ସମସ୍ତ ବାସିନ୍ଦାଙ୍କୁ ବାହାର କରିଦିଆଗଲା ।[୧୩][୧୪] ସେହି ମନ୍ଦିରଟି ମଧ୍ୟ ସେହି ଇଲାକା ଅନ୍ତର୍ଭୁକ୍ତ ଥିଲା ଓ ସେଥିଯୋଗୁ ମନ୍ଦିର ପୂଜାରୀଙ୍କୁ ବିତାଡ଼ିତ କରିଦିଆଗଲା । [୭][୧୫] ମନ୍ଦିର ଉପରକୁ ବମ୍ ପକେଇ ଭାଂଗିଡିଆଗଲା ଓ ମନ୍ଦିର ସମ୍ପତ୍ତି ଲୁଟ କରିନିଆଗଲା ।[୭] ମନ୍ଦିରର ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଗୋପୁରମ (gopuram) ପୁନର୍ନିର୍ମାଣ କରାଗଲା କିନ୍ତୁ ସିଭିଲ ଯୁଦ୍ଧ ସମୟରେ ବହୁତ ଅଧିକ ଧ୍ୱଂସ କରିଦିଆଯାଇଥିଲା ।[୭]

ଡିସେମ୍ବର ମାସ ୨୦୧୧ ମସିହାରେ ଶ୍ରୀଲଙ୍କାର ସୁରକ୍ଷିତ ସ୍ମାରକ ତାଲିକାରେ (archaeological protected monument) ଏହି ମନ୍ଦିରକୁ ଲିପିବଦ୍ଧ କରିବା କଥା ଘୋଷଣା କରାଯାଇଥିଲା । [୧୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Dissanayake, Daya (30 November 2011). "Temple carvings in Jaffna". Daily News (Sri Lanka).
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Yatawara, Dhaneshi Yatawara (17 August 2008). "Festival of devotional splendour". Sunday Observer (Sri Lanka).
  3. ୩.୦ ୩.୧ ୩.୨ ୩.୩ Wijesinghe, W. A. M. (28 November 2010). "The rich colours of Hinduism". The Nation (Sri Lanka).
  4. ୪.୦ ୪.୧ David, Kenneth (1977). "Hierarchy and Equivalence in Jaffna North Sri Lanka: Normative Codes as Mediator". In David, Kenneth (ed.). The New Wind: Changing Identities in South Asia. De Gruyter Mouton. p. 185. ISBN 90-279-7959-6.
  5. Yatawara, Dhaneshi (1 September 2013). "Surge of devotion reverberates the North". Sunday Observer (Sri Lanka). Archived from the original on 5 April 2016. Retrieved 26 March 2016.
  6. "Maviddapuram Kandaswamy Kovil". Time Out.
  7. ୭.୦ ୭.୧ ୭.୨ ୭.୩ Karafin, Amy (15 March 2013). "Sri Lanka, as It Heals From War". The New York Times.
  8. Welhengama, Gnanapala; Pillay, Nirmala (2014). The Rise of Tamil Separatism in Sri Lanka: From Communalism to Secession. Routledge. p. 211.
  9. Wickramasinghe, Nira (2014). Sri Lanka in the Modern Age: A History. Oxford University Press. p. 289. ISBN 978-0-415-85486-3.
  10. Jayaweera, Neville (23 January 2011). "Without 1956 and 1983 as triggers – would the Tamil uprising have occurred anyway?". The Island (Sri Lanka).
  11. ୧୧.୦ ୧୧.୧ Jayaweera, Neville (16 November 2008). "The wretched of the earth". The Island (Sri Lanka).
  12. ଆଧାର ଭୁଲ: ଅଚଳ <ref> ଚିହ୍ନ; SL140713 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  13. Jeyaraj, D. B. S. (18 January 2003). "High-stakes zones". Frontline. 20 (2).
  14. "Asia Report No. 220 - Sri Lanka's North II: Rebuilding under the Military" (PDF). International Crisis Group. 16 March 2012. p. 21. Archived from the original (PDF) on 14 August 2013.
  15. Jansz, Frederica (5 January 2003). "HSZs rock peace process". The Sunday Leader.
  16. "PART I : SECTION (I) — GENERAL Government Notifications" (PDF). The Gazette of the Democratic Socialist Republic of Sri Lanka. 1739: 1093. 30 December 2011. Archived from the original (PDF) on 9 April 2014. Retrieved 26 March 2016.