ମାଭିଦ୍ଦପୁରମ କଣ୍ଡସ୍ଵାମୀ ମନ୍ଦିର
ମାଭିଦ୍ଦପୁରମ କଣ୍ଡସ୍ୱାମୀ ମନ୍ଦିର | |
---|---|
மாவிட்டபுரம் கந்தசாமி கோவில் | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Jaffna District |
ଦେବାଦେବୀ | Murugan |
Location | |
ସ୍ଥାନ | Maviddapuram |
State | Northern Province |
Country | Sri Lanka |
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଶ୍ରୀଲଙ୍କା ଉତ୍ତର ପ୍ରଦେଶ" does not exist. | |
ଭୌଗଳିକ ଅବସ୍ଥିତି | 09°48′04.00″N 80°02′06.20″E / 9.8011111°N 80.0350556°E |
ମାଭିଦ୍ଦପୁରମ କଣ୍ଡସ୍ୱାମୀ ମନ୍ଦିର (Tamil: மாவிட்டபுரம் கந்தசாமி கோவில்) ଉତ୍ତର ଶ୍ରୀଲଙ୍କାର (Sri Lanka) ମାଭିଦ୍ଦପୁରମରେ (Maviddapuram) ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ।
ଇତିହାସ
[ସମ୍ପାଦନା]ଜନସୃତି ଅନୁସାରେ ଏହି ହିନ୍ଦୁ ପବିତ୍ର ସ୍ଥାନ ପ୍ରାୟ ୫,୦୦୦ ବର୍ଷର ପୁରୁଣା ।[୧] ମଦୁରାଇର ରାଜା ଟିସାଇ ଉଗ୍ର ଚୋଳନଙ୍କ କନ୍ୟା ରାଜକୁମାରୀ ମଥୁରାପୁରଭୀରବଲ୍ଲୀ ଏକ ସ୍ଥାୟୀ ଅନ୍ତନଳୀ ରୋଗ ହୋଇଥିଲା ଯାହା ଫଳରେ ତାଙ୍କ ମୁଖମଣ୍ଡଳ ବିକୃତ ହୋଇ ଏକ ଘୋଡ଼ା ମୁହଁ ଭଳି ଦେଖାଯାଉଥିଲା ।.[୨][୩][୪] ପୁରୋହିତମାନେ କୀରିମଲାଇ (Keerimalai) ସ୍ଥାନର ସତେଜ ଝରଣାରେ ସ୍ନାନ କରିବାକୁ ଉପଦେଶ ଦେଲେ ।[୨][୩] ସେହି ଝରଣାରେ ସ୍ନାନ କରିବା ପରେ ମଥୁରାପୁରଭୀରବଲ୍ଲୀ ଭୋଗୁଥିବା ରୋଗ ଭଲ ହୋଇଗଲା ଓ ତାଙ୍କର ବିକୃତି ଉଭେଇଗଲା ।[୨][୩] କୃତଜ୍ଞତା ସ୍ୱରୂପ ସେ ଝରଣାଠାରୁ ୨ କିମି ଦୂର ପୂର୍ବ ଦିଗରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ କରିଥିଲେ ଯାହା ହିନ୍ଦୁ ଦେବତା ମୁରୁଗାନଙ୍କୁ (Murugan, (Skanda)) ସମର୍ପିତ ଥିଲା ।[୨][୩][୪] ମଦୁରାଇର ରାଜା କଳାକାର, ସ୍ଥପତି, ନିର୍ମାଣ ସାମଗ୍ରୀ, ଗ୍ରାନାଇଟ, ମୂର୍ତ୍ତି, ସୁନା ଓ ରୂପା ଇତ୍ୟାଦି ସେଠାକୁ ପଠେଇଥିଲେ ।[୨] ମନ୍ଦିରର କଙ୍କେଶନ (ମୁରୁଗାନ) ମୂର୍ତ୍ତି ଗୟାଥୁରାଇ ବନ୍ଦର ମଧ୍ୟ ଦେଇ ଅଣାଯାଇଥିଲା ଯାହା ପରବର୍ତ୍ତୀ କାଳରେ କଙ୍କେଶନଥୁରାଇ ନାମକାରଣ ହୋଇଥିଲା ।[୫][୬]
ମାଭିଦ୍ଦପୁରମ ନାମର ନା ଶବ୍ଦର ଅର୍ଥ ଘୋଡ଼ା, ବିଦ୍ଧ ଶବ୍ଦର ଅର୍ଥ ପରିଷ୍କାର କରିବା ଓ ପୁରମ ଶବ୍ଦର ଅର୍ଥ ପବିତ୍ର ନଗରୀ ।[୨] ମନ୍ଦିରଟି ଅନେକ ଥର ଭାଙ୍ଗିଦିଆଯାଇଛି ଓ ଗଢାହୋଇଛି ।[୧] ବର୍ତ୍ତମାନର ମନ୍ଦିର ୧୭ଶ ଶତାବ୍ଦୀରେ ତିଆରି ହୋଇଥିଲା ।[୭]
କେବଳ ଉଚ୍ଚ ଜାତିର ଲୋକଙ୍କୁ ସେହି ମନ୍ଦିରରେ ପୂଜା କରିବାକୁ ଅନୁମତି ମିଳୁଥିଲା ।[୮] ଅନେକ ତଥା କଥିତ ଛୋଟ ଜାତିର ଲୋକମାନେ ୧୯୬୮ ମସିହାରେ ମନ୍ଦିର ଗେଟ ବାହାରେ ଅହିଂସା ଧର୍ମଘଟ କରିଥିଲେ କିନ୍ତୁ ଏକ ଉଚ୍ଚ ଜାତିର ଲୋକମାନଙ୍କଠାରୁ ହିଂସାତ୍ମକ ବ୍ୟବହାର ପାଇଥିଲେ ।[୯] ସେହି ୧୧୯୬୮ ମସିହା ଜୁନ ମାସରେ ଛୋଟ ଜାତିର ଲୋକମାନେ ଜବରଦସ୍ତ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।[୧୦] ଏହି ଗଣ୍ଡଗୋଳର ମୁଖ୍ୟ ସି ସୁନ୍ଥରଲିଙ୍ଗମ (C. Suntharalingam) ସୁପ୍ରିମ କୋର୍ଟରେ ପ୍ରିଭେନସନ ଅଫ ସୋସିଆଲ ଡିଶ ଆବିଲିଟି ଆକ୍ଟ ଅନୁସାରେ ୫୦ ଟଙ୍କା ଫାଇନ ଦଣ୍ଡ ପାଇଥିଲେ ।[୧୧] ଏହି ଆକ୍ଟରେ ପୂଜା ସ୍ଥଳକୁ ପ୍ରବେଶ କରିବାକୁ ବାଧା ଦେବା ଏକ ଦଣ୍ଡନୀୟ ଅପରାଧ ଲେଖାଥିଲା ।[୧୨][୧୧]
ଉତ୍ତର ବଳିକାମମ ଇଲାକାରେ ୧୯୯୦ ମସିହାରେ ହାଇ ସେକ୍ୟୁରିଟି ଯୋନ ଭାବରେ ଘୋଷଣା କରି ସମସ୍ତ ବାସିନ୍ଦାଙ୍କୁ ବାହାର କରିଦିଆଗଲା ।[୧୩][୧୪] ସେହି ମନ୍ଦିରଟି ମଧ୍ୟ ସେହି ଇଲାକା ଅନ୍ତର୍ଭୁକ୍ତ ଥିଲା ଓ ସେଥିଯୋଗୁ ମନ୍ଦିର ପୂଜାରୀଙ୍କୁ ବିତାଡ଼ିତ କରିଦିଆଗଲା ।[୭][୧୫] ମନ୍ଦିର ଉପରକୁ ବମ୍ ପକେଇ ଭାଂଗିଡିଆଗଲା ଓ ମନ୍ଦିର ସମ୍ପତ୍ତି ଲୁଟ କରିନିଆଗଲା ।[୭] ମନ୍ଦିରର ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଗୋପୁରମ (gopuram) ପୁନର୍ନିର୍ମାଣ କରାଗଲା କିନ୍ତୁ ସିଭିଲ ଯୁଦ୍ଧ ସମୟରେ ବହୁତ ଅଧିକ ଧ୍ୱଂସ କରିଦିଆଯାଇଥିଲା ।[୭]
ଡିସେମ୍ବର ମାସ ୨୦୧୧ ମସିହାରେ ଶ୍ରୀଲଙ୍କାର ସୁରକ୍ଷିତ ସ୍ମାରକ ତାଲିକାରେ (archaeological protected monument) ଏହି ମନ୍ଦିରକୁ ଲିପିବଦ୍ଧ କରିବା କଥା ଘୋଷଣା କରାଯାଇଥିଲା ।[୧୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Dissanayake, Daya (30 November 2011). "Temple carvings in Jaffna". Daily News (Sri Lanka).
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Yatawara, Dhaneshi Yatawara (17 August 2008). "Festival of devotional splendour". Sunday Observer (Sri Lanka).
- ↑ ୩.୦ ୩.୧ ୩.୨ ୩.୩ Wijesinghe, W. A. M. (28 November 2010). "The rich colours of Hinduism". The Nation (Sri Lanka).
- ↑ ୪.୦ ୪.୧ David, Kenneth (1977). "Hierarchy and Equivalence in Jaffna North Sri Lanka: Normative Codes as Mediator". In David, Kenneth (ed.). The New Wind: Changing Identities in South Asia. De Gruyter Mouton. p. 185. ISBN 90-279-7959-6.
- ↑ Yatawara, Dhaneshi (1 September 2013). "Surge of devotion reverberates the North". Sunday Observer (Sri Lanka). Archived from the original on 5 April 2016. Retrieved 26 March 2016.
- ↑ "Maviddapuram Kandaswamy Kovil". Time Out.
- ↑ ୭.୦ ୭.୧ ୭.୨ ୭.୩ Karafin, Amy (15 March 2013). "Sri Lanka, as It Heals From War". The New York Times.
- ↑ Welhengama, Gnanapala; Pillay, Nirmala (2014). The Rise of Tamil Separatism in Sri Lanka: From Communalism to Secession. Routledge. p. 211.
- ↑ Wickramasinghe, Nira (2014). Sri Lanka in the Modern Age: A History. Oxford University Press. p. 289. ISBN 978-0-415-85486-3.
- ↑ Jayaweera, Neville (23 January 2011). "Without 1956 and 1983 as triggers – would the Tamil uprising have occurred anyway?". The Island (Sri Lanka).
- ↑ ୧୧.୦ ୧୧.୧ Jayaweera, Neville (16 November 2008). "The wretched of the earth". The Island (Sri Lanka).
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;SL140713
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Jeyaraj, D. B. S. (18 January 2003). "High-stakes zones". Frontline. 20 (2).
- ↑ "Asia Report No. 220 - Sri Lanka's North II: Rebuilding under the Military" (PDF). International Crisis Group. 16 March 2012. p. 21. Archived from the original (PDF) on 14 August 2013.
- ↑ Jansz, Frederica (5 January 2003). "HSZs rock peace process". The Sunday Leader.
- ↑ "PART I : SECTION (I) — GENERAL Government Notifications" (PDF). The Gazette of the Democratic Socialist Republic of Sri Lanka. 1739: 1093. 30 December 2011. Archived from the original (PDF) on 9 April 2014. Retrieved 26 March 2016.