ମାନୁଷି ଛିଲ୍ଲର
ମାନୁଷି ଛିଲ୍ଲର | |
---|---|
ଜନ୍ମ | |
ଶିକ୍ଷା | ସେଣ୍ଟ ଥୋମାସ୍ ସ୍କୁଲ |
ଶିକ୍ଷାନୁଷ୍ଠାନ | ଭଗତ ଫୁଲ ସିଂହ ମେଡିକାଲ କଲେଜ, ସୋନିପଟ |
ବୃତ୍ତିସମୂହ |
|
ଉଚ୍ଚତା | ୧.୭୫ ମିଟର[୧][୨] |
Title | ଫେମିନା ମିସ୍ ହରିୟାଣା ୨୦୧୭ ଫେମିନା ମିସ୍ ଇଣ୍ଡିଆ ୨୦୧୭ ମିସ୍ ୱାଲ୍ଡ ୨୦୧୭ |
Beauty pageant titleholder | |
Hair color | କଳା |
Eye color | ବାଦାମୀ |
Major competition(s) | ଫେମିନା ମିସ୍ ଇଣ୍ଡିଆ ୨୦୧୭ (ବିଜୟୀ) ମିସ୍ ୱାଲ୍ଡ ୨୦୧୭ (ବିଜୟୀ) |
ଦସ୍ତଖତ | |
ମାନୁଷି ଛିଲ୍ଲର (ଜନ୍ମ: ୧୪ ମଇ ୧୯୯୭) ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ, ଯିଏକି ୨୦୧୭ ମସିହାରେ ମିସ୍ ୱାଲ୍ଡ ହୋଇଥିଲେ । ୨୦୧୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ହରିଆଣା ରାଜ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ ଏବଂ ବିଜୟୀ ହୋଇଥିଲେ । ଏହାପରେ ସେ ୨୦୧୭ ମସିହାର ମିସ୍ ୱାଲ୍ଡ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ୬ଷ୍ଠ ଭାରତୀୟ ଭାବରେ ସେ ଏହି ପ୍ରତିଯୋଗିତା ଜିତିଥିଲେ । କ୍ଲବ ଫ୍ୟାକ୍ଟ୍ରି ଏବଂ ମାଲାବର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ବିଜ୍ଞାପନରେ ମାନୁଷି ଛିଲ୍ଲର କାର୍ଯ୍ୟ କରୁଛନ୍ତି । ଏହ ଛଡ଼ା ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ମଧ୍ୟ କରୁଛନ୍ତି । ଐତିହାସିକ ହିନ୍ଦୀ ଡ୍ରାମା ଚଳଚ୍ଚିତ୍ର ପୃଥ୍ୱୀରାଜରେ ସେ ରାଜକୁମାରୀ ସମ୍ୟୁକ୍ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ମାନୁଷି ଛିଲ୍ଲର ୧୯୯୭ ମସିହାର ମଇ ମାସ ୧୪ ତାରିଖରେ[୩] ହରିଆଣାର ରୋହତକଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ବାପା, ମିତ୍ର ବାସୁ ଛିଲ୍ଲର, ଡିଆର୍ଡିଓର (DRDO) ଜଣେ ବୈଜ୍ଞାନିକ ଏବଂ ତାଙ୍କ ମାଆ ନୀଲମ୍ ଛିଲ୍ଲର ନ୍ୟୁରୋ କେମେଷ୍ଟ୍ରି ପ୍ରଫେସର ।[୬][୭]
ମାନୁଷି ନୂଆ ଦିଲ୍ଲୀର ସେଣ୍ଟ ଥୋମାସ ସକ୍କୁଲରେ ପଢ଼ୁଥିଲେ । ସେ ୨୦୧୨ ମସିହାରେ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷାରେ ଇଂରାଜୀରେ CBSE ବୋର୍ଡ଼ର ସର୍ବଭାରତୀୟ ଟପ୍ପର ହୋଇଥିଲେ ଏବଂ ଏହି ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖିଥିଲେ ।[୮] ଏହାପରେ ସେ ମିରଣ୍ଡା ହାଉସ୍ରେ ଗୋଟିଏ ବର୍ଷ ପଢ଼ିଥିଲେ ଏବଂ ପ୍ରଥମ ପ୍ରଚେଷ୍ଟାରେ ସେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୯] ପରେ ସେ ସୋନିପତରେ ମେଡିକାଲ ଡୀଗ୍ରି ପାଇଁ ପଢ଼ୁଛନ୍ତି ।[୧୦][୧୧]
ତାଙ୍କ ବାପା ବାଙ୍ଗାଲୋରରେ ଚାକିରୀ କରୁଥିବାବେଳେ ସେ ବାଙ୍ଗାଲୋରରେ ମଧ୍ୟ କିଛିଦିନ ଅଧ୍ୟୟନ କରିଥିଲେ । ସେ ଜଣେ ପ୍ରଶିକ୍ଷିତା କୁଚିପୁଡ଼ି ନର୍ତ୍ତକୀ ।[୧୨]
ଆଧାର
[ସମ୍ପାଦନା]- ↑ "Miss Mondo 2017 è l'indiana Manushi Chhillar". Vanity Fair (in Italian). 19 ନଭେମ୍ବର 2017. Archived from the original on 28 ମାର୍ଚ୍ଚ 2019. Retrieved 24 ମଇ 2019.
{{cite news}}
: CS1 maint: unrecognized language (link) - ↑ Goyal, Sandeep. "Blog: Why Manushi Chhillar's Miss World Crown should mean more to us". Campaign. Archived from the original on 8 December 2017. Retrieved 24 May 2019.
- ↑ Das, Tina (14 May 2018). "Four times birthday girl Manushi Chhillar won our hearts". India Today. Retrieved 4 January 2018.
- ↑ "CM Khattar, ministers laud Manushi Chhillar; native village erupts in joy". The Indian Express. 19 November 2017.
- ↑ Sura, Ajay (20 November 2017). "Jat Sabha condemns Shashi Tharoor for his tweet on Manushi Chillar". The Times of India. Retrieved 4 January 2019.
- ↑ Singh, Swati (25 November 2017). "Haryana girl brings back the coveted 'blue crown' to India". The Sunday Guardian. Indo-Asian News Service (IANS). Archived from the original on 8 December 2017. Retrieved 8 December 2017.
- ↑ "DRDO, friends and family celebrate Manushi Chillar's Miss India victory". The Times of India. 6 July 2017.
- ↑ "All you need to know about Miss World 2017 Manushi Chhillar". India Today. 18 November 2017.
- ↑ "WATCH: This old video of Miss World Manushi Chhillar after clearing the medical exam is going viral now". The Indian Express. 22 November 2017. Retrieved 9 January 2018.
- ↑ "Femina Miss India World 2017: Haryana girl Manushi Chhillar walks away with crown, title". Firstpost. 25 June 2017.
- ↑ "Haryana girl Manushi Chhillar is Femina Miss India World 2017". Hindustan Times. 25 June 2017. Retrieved 26 June 2017.
- ↑ "5 unknown facts about Miss India Haryana 2017". The Times of India. 17 April 2017. Retrieved 26 June 2017.