ମହେନ୍ଦ୍ର କପୁର

ଉଇକିପିଡ଼ିଆ‌ରୁ
ମହେନ୍ଦ୍ର କପୁର
ଜନ୍ମ(1934-01-09)ଜାନୁଆରୀ ୯, ୧୯୩୪
ଜନ୍ମସ୍ଥାନଅମୃତସର, ଭାରତ
ମୃତ୍ୟୁ୨୦୦୮ ସେପ୍ଟେମ୍ବର ୨୭
ଶୈଳୀକଣ୍ଠଶିଳ୍ପୀ
ପେଷାକଣ୍ଠଶିଳ୍ପୀ
ବାଦ୍ୟଯନ୍ତ୍ରVocalist
କାର୍ଯ୍ୟକାଳ୧୯୫୬-୧୯୯୯

ମହେନ୍ଦ୍ର କପୁର ୧୯୩୪ ମସିହା ଜାନୁଆରୀ ୯ତାରିଖରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ୤ ବାଲ୍ୟ କାଳରୁ ମୁମ୍ବାଇରେ ରହୁଥିବା ମହେନ୍ଦ୍ର ସର୍ବଭାରତୀୟ ଗାୟନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ୤ ଏହାପରେ କଥାଚିତ୍ର ନିର୍ମାତା ରାଜା ନାୱାଠେ ତାଙ୍କ ସୋହନୀ ମହିୱାଲ (୧୯୫୮) କଥାଚିତ୍ରରେ ମହେନ୍ଦ୍ରଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ ୤ ଏହା ପରେ ସେ ନବରଙ୍ଗ କଥାଚିତ୍ରର ଆଧା ହେ ଚନ୍ଦ୍ରମା ରାତ ଆଧି, ବାତ ଆଧି, ମୁଲାକାତ ଆଧି, ଗୀତଟି ରାମଚନ୍ଦ୍ର ଚିତାଲକର ନିର୍ଦ୍ଦେଶନାରେ ଗାଇ ବଲିଉଡ଼ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟକଙ୍କ ତାଲିକାରେ ସାମିଲ ହୋଇଥିଲେ ୤ ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା ୤ ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେ ବହୁ ଲୋକପ୍ରିୟ ଦେଶଭକ୍ତି ଗୀତ ଗାଇଛନ୍ତି ୤ ସେ କେବଳ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସିମୀତ ନ ରହି ବିଭିନ୍ନ ଭାରତୀୟ ଭାଷାର ଗୀତରେ ମଧ୍ୟ କଣ୍ଠଦାନ କରି ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ୤[୧] ମହାରାଷ୍ଟ୍ର ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କରରେ ସମ୍ମାନିତ କରିଥିବା ବେଳେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କରରେ ସମ୍ମାନୀତ କରିଛନ୍ତି ୤

ମହେନ୍ଦ୍ରଙ୍କଦ୍ୱାରା ଗାୟନ କରାଯାଇଥିବା କିଛି ଲୋକପ୍ରିୟ ଗୀତ ହେଲା
  • ଇକତାରା ବୋଲେ
  • ଫକିରା ଚଲ ଚଲା ଚଲ
  • ଅବ କେ ବରସ
  • ଭାରତ କା ରେହେନା ୱାଲା ହୁଁ
  • ତୁମ ଅଗର ସାଥ ଦେନେକା ୱାଦା କରୋ
  • କିସି ପଥର କୀ ମୂରତସେ
  • ତେରେ ପ୍ୟାର କା ଆସରା
  • ମେରା ପ୍ୟାର ୱ ହୈ

୨୦୦୮ ସେପ୍ଟେମ୍ବର ୨୭ରେ ନିଦ୍ରିତ ଅବସ୍ଥାରେ ହୃଦଘାତ ହେବାରୁ ତାଙ୍କର ପରଲୋକ ଘଟିଥିଲା ୤

ଆଧାର[ସମ୍ପାଦନା]

  1. "'Mere desh ki dharti' will always be with us - Times Of India". indiatimes.com. 2008. Archived from the original on 2012-10-25. Retrieved 26 August 2012. His oeuvre is said to extend to over 25,000 songs in various regional languages.