ମସଲା ଦୋସା

ଉଇକିପିଡ଼ିଆ‌ରୁ
ମସଲା ଦୋସା/ಮಸಾಲೆ ದೋಸೆ
ମସଲା ଦୋସା ସହିତ ଚଟଣି
ମୂଳ ସ୍ଥାନଉଡୁପି, କର୍ଣ୍ଣାଟକ
ଅଞ୍ଚଳ ବା ରାଜ୍ୟଭାରତ
ମୁଖ୍ୟ ଉପାଦାନଚାଉଳ ବଟା, ଆଳୁ
ପ୍ରକାର ଭେଦମୈସୁର ମସଲା ଦୋସା, ପିଆଜ ମସଲା ଦୋସା, ପେପର ମସଲା ଦୋସା

ମସଲା ଦୋସା, ଦୋସାର ଏକ ପ୍ରକାର ଅଟେ , ଯାହାର ଉତ୍ପତ୍ତି ମାଙ୍ଗାଲୋରରୁ ଓ ଏହା ସମଗ୍ର ଭାରତରେ ଲୋକପ୍ରିୟ ହୋଇପାରିଛି ।[୧] ଏହା ଚାଉଳ, ଡ଼ାଲି, ଆଳୁ, ମେଥି ଏବଂ ଭୃସଙ୍ଗ ପତ୍ରରୁ ପ୍ରସ୍ତୁତ ହୋଇଥାଏ , ଏବଂ ଚଟଣି ଓ ସମ୍ବର ସହିତ ପରସା ଯାଇଥାଏ । ଯଦ୍ୟପି ଏହା କେବଳ ଦକ୍ଷିଣ-ଭାରତରେ ଲୋକପ୍ରିୟ ଥିଲା , [୨] କିନ୍ତୁ ଏବେ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ମିଳୁଛି ,[୩]ଏବଂ ବିଦେଶରେ ମଧ୍ୟ କେତେକ ସ୍ଥାନରେ ମିଳିଥାଏ ।[୪][୫] ଦକ୍ଷିଣ-ଭାରତରେ, ମସଲା ଦୋସାର ପ୍ରସ୍ତୁତି ପ୍ରତ୍ୟେକ ସହରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।[୬]

ପ୍ରସ୍ତୁତି[ସମ୍ପାଦନା]

ମସଲା ଦୋସା ଏକ ରୋଲ ସଦୃଶ ଦେଖାଯାଇଥାଏ । ଚାଉଳ ଏବଂ ଡ଼ାଲିକୁ ରାତିସାରା ବତୁରା ଯାଇ ପରେ ଗ୍ରାଇଣ୍ଡିଂ କରାଯାଇଥାଏ । ବଟା ଯାଇଥିବା ଚାଉଳରେ କିଛି ଲୁଣ ଏବଂ ପାଣି ମିଶାଇ ଏକ ଆଣ ପ୍ରସ୍ତୁତ କରାଯାଏ । ପରେ ଏହାକୁ ଚକୁଳି ପିଠା ସଦୃଶ୍ୟ ଖୁବ ପତଳା ଏବଂ ବଡ଼ ଆକାରରେ ତାୱାରେ ପ୍ରସ୍ତୁତ ହୁଏ । ସେହି ପ୍ରସ୍ତୁତ ପିଠା ମଝିରେ ଭର୍ତ୍ତି କରିବା ପାଇଁ ସିଝା ଆଳୁର ଏକ ଷ୍ଟଫିଙ୍ଗ ତିଆରି କରାଯାଏ । ପରେ ସେଥିରେ ନଡିଆ କୋରା, ଗାଜର, ବିଟ, କାକୁଡି, ପିଆଜ ଏବଂ ବାଦାମ ପକେଇ ଗର୍ନିସିଂ କରାଯାଇଥାଏ ।[୭]

ମୈସୁର ମସଲା ଦୋସାରେ ଲାଲ ଲଙ୍କା, ପିଆଜ ଏବଂ ରସୁଣରୁ ଲାଲ ଚଟଣି ତିଆରି କରାଯାଏ, ଯାହାକୁ ଦୋସା ମଝିରେ ଆଳୁର ଷ୍ଟଫିଙ୍ଗ ଦେବା ଆଗରୁ ପ୍ରଥମେ ଲଗାଯାଇଥାଏ ।

ସାମଗ୍ରୀ[ସମ୍ପାଦନା]

ବିଶିଷ୍ଟ ରୂପେ ଚାଉଳ, ଡ଼ାଲି, ଆଳୁ, ପିଆଜ, ହଳଦୀ, ଲୁଣ, ଲଙ୍କା, ବନସ୍ପତି ତେଲ ଇତ୍ୟାଦି ସାମିଲ ଥାଏ ।[୮]

ଅନ୍ୟ ରୂପ[୯][ସମ୍ପାଦନା]

ବିଭିନ୍ନ ପ୍ରକାରର ଦୋସା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "India, Crisped on a Griddle: Classic Masala dosa". Food.ndtv.com. NDTV food.
  2. Praveen, M. P.; Krishnakumar, G. (13 June 2014). "Masala dosa slips out of reach". Chennai, India: The Hindu.
  3. "What A Masala dosa Costs Around The World". Huffingtonpost.in. Huffingtonpost India.
  4. Romig, Rollo (7 May 2014). "Masala dosa to Die For". Nytimes.com/. The New York Times.
  5. "Dosa's complex spices hit the spot". Sfchronicle.com/. San Francisco chronicle.
  6. Ramnath, N.S. "American Dosa". Forbes.com/. Forbes.
  7. Vohra, Asha Rani (1993). Modern Cookery Book. Pustak Mahal. ISBN 978-81-223-0470-1.
  8. "Masala dosa". Food.ndtv.com/. NDTV food.
  9. "Dosa: A Staple Food of South India". Tastyfix.com. Archived from the original on 2020-11-28. Retrieved 2017-09-11.