ମନସୁର ଅଲୀ ଖାନ ପଟୌଡ଼ି

ଉଇକିପିଡ଼ିଆ‌ରୁ
ମନସୁର ଅଲୀ ଖାନ
Born(1941-01-05)୫ ଜାନୁଆରୀ ୧୯୪୧
Died୨୨ ସେପ୍ଟେମ୍ବର ୨୦୧୧(2011-09-22) (ବୟସ ୭୦)
Occupationକ୍ରିକେଟ ଖେଳାଳି
Spouseଶର୍ମିଳା ଟାଗୋର
Childrenସୈଫ ଅଲୀ ଖାନ, ସୋହା ଅଲୀ ଖାନ, ସାବା ଅଲୀ ଖାନ

ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ ଜାନୁଆରୀ ୧୯୪୧ରେ ମଧ୍ୟ ପ୍ରଦେଶର ଭୋପାଳଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ । ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି । ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି । ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ରେ ନୂଆଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ[୧]

କ୍ରିକେଟ ଜୀବନ[ସମ୍ପାଦନା]

କ୍ରିକେଟ ପଡ଼ିଆରେ ‘ଟାଇଗର’ ଭାବେ ପରିଚିତ ମନସୁର ଅଲୀ ଖାନ ପଟୌଡ଼ି ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ[୨] ଭାବେ ୧୯୬୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କ୍ୟାରିଅର ଆରମ୍ଭ କରିଥିଲେ । ପଟୌଡ଼ି କ୍ୟାରିଅରରେ ୪୬ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟିରେ ଭାରତର ନେତୃତ୍ୱ ନେଇଥିଲେ । ୧୯୬୪ ମସିହାରେ ଭାରତୀୟ କ୍ରିକେଟ ଦଳର ନେତୃତ ନେଇଥିବା ପଟୌଡ଼ିଙ୍କ ନେତୃତରେ ଭାରତୀୟ ଦଳ ୯ଟି ଟେଷ୍ଟରେ ବିଜୟୀ ହୋଇଥିଲେ । ପଟୌଡ଼ି ପାଖାପାଖି ଏକ ଦଶନ୍ଧି ଧରି ଭାରତୀୟ ଦଳର ଅଧିନାୟକ ରହିଥିଲେ । ୧୯୬୭ରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ କ୍ରିକେଟ ଦଳ ୩-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ କ୍ରିକେଟ ଇତିହାସରେ ଏହାଥିଲା ବିଦେଶ ମାଟିରେ ସର୍ବପ୍ରଥମ ଟେଷ୍ଟ ଶୃଙ୍ଖଳା ବିଜୟ । ୪୬ଟି ଟେଷ୍ଟରୁ ସେ ୬ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୪.୯୧ହାରରେ ୨୭୯୩ ରନ ସଙ୍ଗ୍ରହ କରିଥିଲେ । ତାଙ୍କର ସର୍ବାଧିକ ବ୍ୟକ୍ତିଗର ସ୍କୋର ଥିଲା ଅପରାଜିତ ୨୦୩ ରନ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଅର୍ଜୁନ ପୁରସ୍କର (୧୯୬୪)
  • ପଦ୍ମଶ୍ରୀ ପୁରସ୍କାର (୧୯୬୭)

ଆଧାର[ସମ୍ପାଦନା]

  1. "Legendary cricketer Mansur Ali Khan Pataudi passes away". The Times of India. 22 September 2011. Retrieved 22 September 2011.
  2. Cricinfo – Nawab of Patudi

ଅଧିକ ତଥ୍ୟ[ସମ୍ପାଦନା]