ମଧୁ ମଂସୁରୀ ହସମୁଖ

ଉଇକିପିଡ଼ିଆ‌ରୁ
ମଧୁ ମଂସୁରୀ ହସମୁଖ
ଜନ୍ମ (1948-09-04) ୪ ସେପ୍ଟେମ୍ବର ୧୯୪୮ (ବୟସ ୭୫)
ଶିମିଳିଆ, ରାଞ୍ଚି, ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ), ଭାରତ
ବୃତ୍ତି(ସମୂହ)କଣ୍ଠଶିଳ୍ପୀ, ଗୀତିକାର
ବୈବାହିକ-ସାଥୀସାମିଆ ଓରାଅନ୍
ପିତାମାତାଅବଦୁଲ ରହମାନ ସଂସୁରୀ (ବାପା)
ପୁରସ୍କାର
  • ପଦ୍ମଶ୍ରୀ (୨୦୨୦)
  • ଝାଡ଼ଖଣ୍ଡ ରତ୍ନ ପୁରସ୍କାର (୨୦୧୧)
  • ଝାଡ଼ଖଣ୍ଡ ବିଭୂତି ପୁରସ୍କାର

ମଧୁ ମଂସୁରୀ ହସମୁଖ (ଜନ୍ମ: ୧୯୪୮) ଜଣେ ଭାରତୀୟ କଣ୍ଠଶିଳ୍ପୀ ଏବଂ ଗୀତିକାର । ସେ ଝାଡ଼ଖଣ୍ଡ ବିଭାଜନ ସମୟରେ ଅନେକ ଗୀତ ଲେଖିଥିଲେ ଏବଂ ନିଜେ ତାକୁ ଗାଇଥିଲେ ।[୧][୨] ୨୦୧୧ ମସିହାରେ ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ରତ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ ।[୩] ୨୦୨୦ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମଧୁ ୧୯୪୮ ମସିହାର ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅବିଭାଜିତ ବିହାରର ରାଞ୍ଜି ଜିଲ୍ଲାର ଶିମିଳିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବଦୁଲ ରହମାନ ସଂସୁରୀ ।[୫] ମଧୁଙ୍କ ଅନୁସାରେ ତାଙ୍କ ପରିବାର ଓରାଅନ୍‌ ସମ୍ପ୍ରଦାୟର ଥିଲେ ଏବଂ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ସାମିଆ ଓରାଅନ୍‌ଙ୍କୁ ବିବାହ କରିଥିଲେ ।[୩]

ପେଷା[ସମ୍ପାଦନା]

ସେ ମେକନ୍ ଲିମିଟେଡ୍ କମ୍ପାନୀର ଜଣେ ଅପରେଟର୍ ଭାବରେ କାର୍ଯ୍ୟ କରୁଥିଲେ । ପିଲାଦିନରୁ ସେ ତାଙ୍କ ବାପାଙ୍କଠାରୁ ପାରମ୍ପାରିକ ସଙ୍ଗୀତ ଶିକ୍ଷା କରିଥିଲେ ଏବଂ ଛୋଟବେଳୁ ଗୀତ ଗାଉଥିଲେ । ୧୨ ବର୍ଷ ବୟସରେ ସେ ଏକ ମଞ୍ଚରେ ପ୍ରଥମକରି ଗୀତ ଗାଇଥିଲେ ।

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ବିଭୂତି ପୁରସ୍କାରରେ ସମ୍ନାନିତ କରିଥିଲେ ।[୫] ୨୦୧୧ ମସିହାରେ, ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ ।[୩] ୨୦୨୦ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "Music video on displacement". telegraphindia.
  2. "मधु मंसूरी ने गाये झारखंड आंदोलन के सर्वाधिक गीत". livehindustan.
  3. ୩.୦ ୩.୧ ୩.୨ "झारखंड: माई-माटी की लड़ाई में टूट चुके हैं मधु मंसूरी". bbc.
  4. ୪.୦ ୪.୧ "Padma Shri for Jharkhand's Shashadhar Acharya and Madhu Mansuri Hasmukh". avenuemail. Archived from the original on 2020-08-05. Retrieved 2023-03-03.
  5. ୫.୦ ୫.୧ "नामचीन नागपुरी गायक-गीतकार मधु मंसूरी के गीत झारखंड आंदोलन में फूंकते थे जान". panchayatnama. 27 April 2019. Archived from the original on 17 December 2019. Retrieved 17 December 2019.