ମଧୁଭଣ୍ଡା ଗ୍ରାମ-II

ଉଇକିପିଡ଼ିଆ‌ରୁ

ଥାନା ଓ ବସ୍ତା ତହସିଲ ଅଧୀନ ମଧୁଭଣ୍ଡା ଗ୍ରାମ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ବରର ଉତ୍ତର ଦିଗରେ ୨୨୮.୯ କିଲୋମିଟର ଏବଂ କୋଲକାତାର ଦକ୍ଷିଣ ଦିଗରେ ୨୨୦.୧ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଡାକ ସୂଚକାଙ୍କ ସଂଖ୍ୟା 756029 ଅଟେ । ୨୦୨୩ ମସିହାର ଆକଳନ ଅନୁଯାୟୀ ଏହା ବସ୍ତା ପଞ୍ଚାୟତ ସମିତିର ଏକ ରାଜସ୍ୱ ଗ୍ରାମ ଯାହାର ଜନସଂଖ୍ୟା ୪୬୪ ଅଟେ ।

କିନ୍ତୁ ୨୦୧୧ ଜନଗଣନା ଅନୁସାରେ, ସହରର ମୋଟ ଜନସଂଖ୍ୟା ୩୮୦ ଥିଲା, ସେଥି ମଧ୍ୟରୁ ୧୭୮ ଜଣ ପରୁଷ ହୋଇଥିବା ବେଳେ ୨୦୨ ଜଣ ନାରୀ ଅଟନ୍ତି । ଏହାର ଅକ୍ଷାଂଶ ୮୭.୦୯୫୫୧୦୮ ଓ ଦ୍ରାଘିମା ୨୧.୬୯୩୬୭୮୩ ଅଟେ । ଗ୍ରାମର ପୂର୍ବ ଦିଗରେ ମଧୁଭଣ୍ଡା ୧୬ ନଂ, ପଶ୍ଚିମ ଗ୍ରାମ ରଣମୁଣ୍ଡାଲି, ବସ୍ତା ରେଳ ଷ୍ଟେସନ, ଉତ୍ତର-ଗ୍ରାମ କୁନ୍ଦପୁର ଓ ଦକ୍ଷିଣ-ଗ୍ରାମ ବରମାଧିଆ ଅବସ୍ଥିତ ।

ଆର.ଡି.ରୋଡ୍ ମଧୁଭଣ୍ଡା ଗ୍ରାମ ଦେଇ ଗତି କରେ, ଯାହା ପୂର୍ବରେ ଏନଏଚ ୧୬ରୁ ଆରମ୍ଭ ହୋଇ ପଶ୍ଚିମରେ ବସ୍ତା ରେଳ ଷ୍ଟେସନରେ ମିଶିଥାଏ । ରେଳ ଓ ସଡକ ପଥରେ ମଧୁଭଣ୍ଡା ଗ୍ରାମରେ ବହୁତ ଭଲ ଯୋଗାଯୋଗ ସୁବିଧା ରହିଛି । ମଧୁଭଣ୍ଡା ଗ୍ରାମର ଉତ୍ତର ଦିଗରେ ୧୦ କିଲୋମିଟର ଦୂରରେ ଥିବା ରାସଗୋବିନ୍ଦପୁରଠାରେ ନବ ପ୍ରସ୍ତାବିତ ଏରୋଡ୍ରମ୍ ରହିଛି।